ଫେରୋକ୍ରୋମ ପ୍ଲାଂଟ, ଓଏମସି ଲିମିଟେଡ଼, ଘରେ ନ ପଶୁଣୁ ଚାଳ ବାଜିଲାଣି (୨), କେ ସି ନାଥ ସଂସ୍ଥାକୁ ଏତେ ଅନୁଗ୍ରହ କାହିଁକି…..?

ବ୍ୟାସନଗର, ୦୫ା୦୧(ଉ. ନ୍ୟୁଜ୍ ବ୍ୟୁରୋ): ଏକଦା ଲାଭରେ ଥିବା ‘ଆଇଡିସି’ର ଯାଜପୁରରୋଡ଼ ସ୍ଥିତ ‘ଫେରୋକ୍ରୋମ ପ୍ଲାଂଟ’ ମାତ୍ରାଧିକ ଦୁର୍ନୀତି, ପ୍ରିୟାପ୍ରୀତିତୋଷଣ, ଅନିୟମିତତା ଆଦି କାରଣରୁ ଭୂଷୁଡ଼ି ପଡ଼ିଥିଲା । କିଛି ଦିନ ଧରି କାରଖାନା ବନ୍ଦ ହେବା ପରେ ଏହା ‘ଓଡ଼ିଶା ଖଣି ନିଗମ’, ଓଏମସିକୁ ହସ୍ତାନ୍ତରିତ ହୋଇଥିଲା । ଓଏମସି ଏହି କାରଖାନାକୁ ଅଧିଗ୍ରହଣ କରିବାରେ ଦୀର୍ଘ ଦିନ ନେଇଥିଲା । ଏବେ ଅଳ୍ପ କିଛି ଦିନ ହେଲା କାରଖାନା ଚାଲିଛି । କାରଖାନାର ଅପରେସନ, ମରାମତି, ରକ୍ଷଣାବେକ୍ଷଣ ଆଦି କାର୍ଯ୍ୟ ସହ ମାସିକ ୧୪୦୦ ମେଟ୍ରିକ୍ ଟନ ହାଇକାର୍ବନ ଫେରୋକ୍ରୋମ ଉତ୍ପାଦନ ପାଇଁ ସ୍ଥାନୀୟ କେ ସି ନାଥ ନାମକ ଏକ ସଂସ୍ଥା ସହ ଓଏମସିର ମଡ଼େଲ ଏଗ୍ରିମେଂଟ ହୋଇଛି । ଟନ ପିଛା ୬,୫୦୦/- ସଂସ୍ଥାକୁ ଦିଆଯିବା ସହ ଆନୁଷଙ୍ଗିକ ଯନ୍ତ୍ରପାତି କେ ସି ନାଥ ସଂସ୍ଥା ଯୋଗାଇ ଦେବାର ସର୍ତ ଥିବା ବେଳେ ଏହା ଠାରୁ କିଛି ଖାଇବା ଆଶାରେ ଉତ୍ପାଦନ ବିଭାଗର କିଛି ଅଧିକାରୀ ଅହେତୁକ ଅନୁକମ୍ପା ଯୋଗାଇଦେଉଥିବାର ଜଣାଯାଇଛି । ସଂସ୍ଥା ସେଭଳି କୈାଣସି ଅଭିଜ୍ଞ ବ୍ୟକ୍ତିଙ୍କୁ କାମ ପାଇଁ ଆଣି ନ ଥିବା ବେଳେ କାରଖାନାର କେତେକ ଅଧିକାରୀ ତାଙ୍କ ପାଇଁ କାମ କରୁଛନ୍ତି । ସେ ନିଜେ ଯନ୍ତ୍ରପାତି ଦେବାକୁ ସର୍ତ ଥିବା ସ୍ଥଳେ ଉତ୍ପାଦ ବିଭାଗର ପ୍ରଦୀପ ବାବୁ ତାଙ୍କୁ ବିନା ଦ୍ୱିଧାରେ ଯନ୍ତ୍ରପାତି କାରଖାନା ଷ୍ଟୋରରୁ ଦେବା ପାଇଁ ଚିଠା ଦେଉଛନ୍ତି ଆଉ କାରଖାନାର ବରିଷ୍ଠ ଅଧିକାରୀ ବିଶ୍ୱାଳ ବାବୁ ପ୍ରଦୀପ ବାବୁଙ୍କ ଚିଠା ମତେ କାରଖାନାର ଯନ୍ତ୍ରପାତିକୁ ଠିକାଦାରଙ୍କୁ ବି ଦେଇଦେଉଛନ୍ତି । ଏହି ଲୁଛାଛପା କାରବାର ‘ଲୁଚିଛିନା ଲୁଚିଛି ଗୋଡ଼ ଦିଟା ଦିଶୁଛି ସଦୃଶ……’! କାରଖାନାର ମୁଖ୍ୟ ଏତେ ଦକ୍ଷ ବୋଲି ହାୱା ମରାଯାଉଥିବା ବେଳେ ସେ ଏକଥା ଜାଣିଛନ୍ତି ନା…ନା ଜାଣିକରି ନୀରବ ରହିଛନ୍ତି.. ତାହା ସନ୍ଦେହଜନକ ! କାରଖାନାରେ ଏବେ ଦିନକୁ ୧୮-୨୦ଟନ ପାଖାପାଖି ଉତ୍ପାଦନ ଜାରୀ ରହିଥିବା ବେଳେ ଠିକାଦାର ଦୈନିକ ୧ଲକ୍ଷ ୨୦ ହଜାର ଟଙ୍କା ପାଖାପାଖି ବିଲ କରିବେ; ହେଲେ ତାଙ୍କ ପାଇଁ କାରଖାନାର ଅଧିକାରୀ ଓ କର୍ମଚାରୀମାନେ କାମ କରିବେ ଓ କାରଖାନାରୁ ତାଙ୍କୁ ମାଗଣାରେ ଯନ୍ତ୍ରପାତି ଯୋଗାଇ ଦିଆଯିବ, ଏଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ତଦନ୍ତ ହେବାର ଆବଶ୍ୟକତା ଦେଖାଦେଇଛି । ଏହି କାରଖାନାରେ ହେରଫେର ଏକ ପୁରୁଣା ବ୍ୟାଧି ହୋଇଥିବା କୁହାଯାଉଥିବା ବେଳେ ଏହା ପୁଣି ଆରମ୍ଭରୁ ଓଏମସି ପାଇଁ ‘ଘରେ ନ ପଶୁଣୁ ଚାଳ ବାଜିଲାଣି ସଦୃଶ ହୋଇଛି’! କାରଣ ଏତେ କମରେ ଠିକାଦାର ଟେଣ୍ଡର ନେଇ କିପରି କାମ କରିବ ବୋଲି ସ୍ଥାନୀୟ ଅଂଚଳରେ କିଛି ଦିନ ତଳେ ଚର୍ଚ୍ଚା ଯୋର ଧରିଥିବା ବେଳେ କିଛି ଖାଉ ଅଧିକାରୀ ଆଗୁଆ ପଡି ଏଭଳି ବୁଦ୍ଧି ଦେଇ ଲାଭର ମାତ୍ରାକୁ ସୁଗମ କରିଥିବାର ଚର୍ଚ୍ଚା ଏବେ ହାଟରେ ପଡ଼ି ଦାଣ୍ଡରେ ଗଡ଼ିଲାଣି । ଦେଖାଯାଉ ଏଭଳି କାରବାରର ଧାରା ଆଗକୁ କିପରି ଗତି କରୁଛି ଓ ଲମ୍ବୁଛି…?

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close