ନିର୍ବାଚନ ଆସିଲା, ବ୍ୟାସନଗର ଗଳି କନ୍ଦିରେ ନିଶାର ପଶରା ମେଲୁଛି; ଅବକାରୀ ଚଢ଼ାଉ ନାମକୁ ମାତ୍ର

ବ୍ୟାସନଗର,(ଉ. ନ୍ୟୁଜ୍ ବ୍ୟୁରୋ): ନିର୍ବାଚନ ପାଖେଇ ଆସୁଥିବାରୁ ନିଶା କାରବାର ଗରମ ହେବାରେ ଲାଗିଛି । ଗଳି କନ୍ଦି ସବୁଠି ନିଶା ବେପାରୀ ସକ୍ରିୟ ହେବାରେ ଲାଗିଛି । ଡୋଲିପୁର ଅବକାରୀ ବିଭାଗ ପକ୍ଷରୁ ଦଳା ଓ ତରାପୁର ଛକରେ ଚଢ଼ାଉ କରାଯାଇ ୫୫ ଲିଟର ଦେଶୀ ମଦ ଜବତ ହୋଇଛି । ଏଥି ସହିତ ଘଟଣାରେ ସମ୍ପୃକ୍ତ ବାଇକ ଜବତ ସହିତ ଦୁଇଜଣ ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଅବକାରୀ ଅଧିକ୍ଷକ ଅମରେନ୍ଦ୍ର କୁମାର ଜେନାଙ୍କ ନିର୍ଦ୍ଦେଶ କ୍ରମେ ଡୋଲିପୁର ଅବକାରୀ ବିଭାଗ ଅଧିକାରୀ ଶ୍ରୀକାନ୍ତ ପଣ୍ଡା ଦଳା ଓ ତରାପୁର ଛକରେ ଚଢ଼ାଉ କରିଥିଲେ । ଏହି ସମୟରେ ଦୁଇଜଣ ବ୍ୟକ୍ତି ଦେଶୀମଦ ନେଉଥବବା ଦେଖି ଗିରଫ କରିଥିଲେ । ଗିରଫ ବ୍ୟକ୍ତି ହେଲେ ଯାଜପୁରରୋଡ଼ ଥାନା ଦଳା ଅଂଚଳର ବିକ୍ରମ ମୁର୍ମୁ ଓ ଘଷିପୁରା ଅଂଚଳର ବନମାଳି ଦେହୁରୀ । ସେପଟେ ଅବକାରୀ ବିଭାଗ ପକ୍ଷରୁ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରେ ଦୁଇଟି ମାମଲା ରୁଜୁ କରି ଅଦାଲତ ଚାଲାଣ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ଏସ୍‌ଆଇ କ୍ଷୀରୋଦ କୁମାର ସାହୁ ଶୁଭସ୍ମିତା ପ୍ରଧାନ, ମାଳତୀ ମାଝୀ, ସୁଚିତ୍ରା ନାୟକଙ୍କ ସମେତ କର୍ମଚାରୀ ସାମିଲ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close