ଜଗତ୍‌ସିଂପୁର ଓ ପାରାଦୀପରେ ଘର ଢିଙ୍କି କୁମ୍ଭୀର ସାଜିଲେ ବିଜେଡି କର୍ମୀ !

ପାରାଦୀପ,୧୦/୦୬(ଚକ୍ରଧର ଦାଶଙ୍କ ଠାରୁ): ଜଗତ୍‌ସିଂପୁର ଓ ପାରାଦୀପରେ ଦୁଇ ବରିଷ୍ଠ ଙ୍କଗ୍ରେସ ନେତା ଚିରଞ୍ଜିବି ବିଶ୍ଵାଳବାପି ସର୍ଖେଲ ବିଜେଡିରେ ମିଶିବା ପରେ ଦଳ ମଜବୁତ୍ ହେବା ସହ ବିଜୟ ବ୍ୟବଧାନ ମଧ୍ୟ ବଢିବ ବୋଲି ବିଜେଡି ନେତାମାନେ ଖୁସି ହୋଇ ପଡ଼ିଥିଲେ । ଙ୍କଗ୍ରେସରୁ ଆସିଥିବା ନେତା ଓ କର୍ମୀମାନଙ୍କ ପ୍ରଭାବ ମଧ୍ୟ ବଢିଲା ଯାହାକୁ ସହଜରେ ଗ୍ରହଣ କରିପାରିଲେନି ଉଭୟ ପାରାଦୀପ ଓ  ଜଗତସିଂହପୁରର ପୁରୁଣା ବିଜେଡି କର୍ମୀ । ଏହାକୁ ନେଇ ଦଳୀୟ ଅର୍ନ୍ତଦ୍ୱନ୍ଦ ବଢି ବଢି ଚାଲିଲା । ଆହୁରି ମଧ୍ୟ ପୂର୍ବରୁ ବିଭିନ୍ନ ପଦପବଦୀ ପାଇଁ ଆଶାୟୀ ରହି ନିରାଶ ହୋଇଥିବା ବିଜେଡି ନେତାମାନେ ମଧ୍ୟ ଘର ଢିଙ୍କି କୁମ୍ଭୀର ଭଳି କାମ କଲେ । ଉପରେ ବିଜେଡି ସହ ରହିଲେ କିନ୍ତୁ ଭିତରେ ଭିତରେ ଷଡଯନ୍ତ୍ର ରଚିଲେ । ଏହା ଫଳରେ ନିର୍ବାଚନ ପୂର୍ବରୁ ବିଜେଡିର ଯେଉଁ ଆକଳନ ଥିଲା ତାହା ଖୁବ୍ କମ୍ ଦିନରେ ଓଲଟପାଲଟ ହୋଇ ଯାଇଥିଲା । ଏବେ ଦଳ ଭିତରେ ଦୋଷ  ଲଦା ଲଦି ଆରମ୍ଭ ହେଲାଣି । ବିଜେଡି ସଂଗଠନ ଏବେ କାହା ହାତରେ ରହିବ ଓ କିଏ ଆଗକୁ ନେତୃତ୍ୱ ନେବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close