ଏ ଆଇ ୟୁ ଟି ୟୁ ସି (AIUTUC)ର ୧ମ ଯାଜପୁର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ

ବ୍ୟାସନଗର ତା୧୫/୦୯: ଶ୍ରମିକ ସ୍ବାର୍ଥ ବିରୋଧୀ ୪ଟି ଶ୍ରମ କୋଡ ବାତିଲ କରିବା, ସର୍ବନିମ୍ନ ମଜୁରୀ ମାସିକ ୨୮ହଜାର ଟଙ୍କା, ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ ବନ୍ଦ, ସ୍ଥାୟୀ କାମରେ ଠିକା ନିଯୁକ୍ତି ବନ୍ଦ, ମଧ୍ୟାହ୍ନ ଭୋଜନ, ପାଚିକା,ଆଶା ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବା, ସୁକିନ୍ଦା ଖଣି ଅଞ୍ଚଳରେ ଛଟେଇ ଶ୍ରମିକମାନଙ୍କୁ ପୁନଃ ନିଯୁକ୍ତି ଦେବା ଆଦି ଦାବୀରେ ଆଜି ଏ ଆଇ ୟୁ ଟି ୟୁ ସି ୧ମ ଯାଜପୁର ଜିଲ୍ଲା ସମ୍ମିଳନୀ ଯାଜପୁରରୋଡର ଧବଳଗିରି ଠାରେ ଶ୍ରମିକ ପ୍ରତିନିଧିମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ପାଚିକା, ଆଶା, ଅଙ୍ଗନୱାଡ଼ି ଏବଂ ସୁକିନ୍ଦାର ଖଣି ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳର ଶ୍ରମିକ ପ୍ରତିନିଧିମାନେ ଯୋଗଦେଇ ଥିଲେ। ସଂଗଠନର ରକ୍ତ ପତାକା ଉତ୍ତୋଳନ ଓ ସହିଦ୍ ବେଦୀରେ ମାଲ୍ୟଦାନ କାର୍ଯ୍ୟକ୍ରମ ମଧ୍ୟଦେଇ ଏ ଆଇ ୟୁ ଟି ୟୁ ସିର ଯାଜପୁର ଜିଲ୍ଲା ସାଂଗଠନିକ କମିଟିର ସଭାପତି ସୁଧାଂଶୁ ଦାସଙ୍କ ନେତୃତ୍ୱରେ ସୁରେନ୍ଦ୍ର ମଲ୍ଲିକ, ବୀରକିଶୋର ନାୟକ ଓ ଶଙ୍କର ସିଦ୍ଧୁଙ୍କୁ ନେଇ ଏକ ସଭାପତି ମଣ୍ଡଳୀ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସଭାର ଆରମ୍ଭରେ ଜିଲ୍ଲାର ଉପ-ସଭାପତି ବୀରକିଶୋର ନାୟକ ବିଶ୍ଵ ତଥା ଆମ ଦେଶର ଶ୍ରମିକ ଆନ୍ଦୋଳନ ଓ ଗଣତାନ୍ତ୍ରିକ ଅନ୍ଦୋଳନର ସହିଦ୍ ମାନଙ୍କ ଉଦେଶ୍ୟରେ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ। ୧ମିନିଟ ନିରବତା ପରେ ସମ୍ମିଳନୀର ମୁଖ୍ୟ ଚିଠା ପ୍ରସ୍ତାବ ଆଗତ କରିଥିଲେ ଶ୍ରମିକ ନେତା କମ୍ରେଡ୍ ରାଜକିଶୋର ମହାନ୍ତ, ସାଙ୍ଗଠନିକ କମିଟିର ଜିଲ୍ଲା ସମ୍ପାଦକ କମ୍ରେଡ୍ ସୁରେଶ ପ୍ରଧାନ ସାଙ୍ଗଠନିକ ପ୍ରସ୍ତାବ ଆଗତ କରିଥିଲେ। ପ୍ରତିନିଧିମାନେ ଏହା ଉପରେ ସେମାନଙ୍କ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସମ୍ପାଦକ କମ୍ରେଡ ଜୟସେନ ମେହେର ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେଯେ ସଠିକ୍ ନେତୃତ୍ୱରେ ଦୀର୍ଘସ୍ଥାୟୀ ଶ୍ରମିକ ଆନ୍ଦୋଳନ ଜରିଆରେ ଶ୍ରମିକ ମାନଙ୍କର ନ୍ୟାଯ୍ୟ ଦାବୀ ହାସଲ କରିବା ସମ୍ଭବ ବୋଲି କହିବା ସହିତ ଆଗମୀ ଡିସେମ୍ବର ୧୫ରୁ ୧୭ତାରିଖରେ ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ । ଜିଲ୍ଲା ରେ ଶ୍ରମିକ ଆନ୍ଦୋଳନ ଓ ସଙ୍ଗଠନକୁ ନେତୃତ୍ୱ ଦେବା ପାଇଁ ଜିଲ୍ଲା ସଭାପତି ସୁଧାଂଶୁ ଦାସ ଜିଲ୍ଲା ସମ୍ପାଦକ ସୁରେଶ ପ୍ରଧାନଙ୍କୁ ନେଇ ଏକ ୩୦ଜଣିଆ ଜିଲ୍ଲା କମିଟି ନିର୍ବାଚିତ କରାଯାଇ ଥିଲା। ଶେଷରେ ସଙ୍ଗୀତ ଗୋଷ୍ଟି ପକ୍ଷରୁ ଆନ୍ତର୍ଜାତିକ ସଙ୍ଗୀତ ଗାନ ମଧ୍ୟଦେଇ ସମ୍ମିଳନୀ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close