କୋଟିପତି ଢ଼େଙ୍କାନାଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର ଗିରଫ

କଟକ,(ଉ. ନ୍ୟୁଜ୍ ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଢ଼େଙ୍କାନାଳ ଜଙ୍ଗଲ ବିଭାଗ ରେଞ୍ଜ ଅଧିକାରୀ ବିଭୁଦାନନ୍ଦ ମିଶ୍ରଙ୍କୁ ଦୁର୍ନୀତି ନିବାରଣ ବିଭାଗ ଗିରଫ କରିଛି । ଶ୍ରୀ ମିଶ୍ର ନିଜ ଆୟ ଠାରୁ ୨୧୪ ପ୍ରତିଶତ ଅଧିକ ସମ୍ପତି ଠୁଳ କରିଥିବା ଜଣାପଡ଼ିଛି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଶ୍ରୀ ମିଶ୍ରଙ୍କ ଆଠଗଡ଼ ବୀରକିଶୋରପୁରସ୍ଥିତ ପୈତୃକ ବାସଭବନ ସମେତ ଏକକାଳୀନ ୮ଟି ସ୍ଥାନରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଥିଲା । ଚଢ଼ଉବେଳେ ରେଞ୍ଜରଙ୍କ ଢ଼େଙ୍କାନାଳରେ ଦୁଇମହଲା କୋଠାଘର, ଭୁବନେଶ୍ୱରରେ ଗୋଟିଏ, ହାଇଦ୍ରାବାଦରେ ଦୁଇଟି ଫ୍ଲାଟ ଠାବ କରାଯାଇଥିଲା । ବିଭିନ୍ନ ବ୍ୟାଙ୍କ ବୀମା, ଡାକଘର ଓ ଶେୟାର୍ ବଜାରରେ ୧୦୫ କୋଟି ଟଙ୍କାର ନିବେଶ କରିଥିବା ବେଳେ ଜଣାପଡ଼ିଛି । ତାଙ୍କ ଢ଼େଙ୍କାନାଳସ୍ଥିତ ଘରୁ ୫ ଲକ୍ଷ ୧୫ ହଜାର ୮୪୦ ଟଙ୍କା ଜବତ ହୋଇଥିଲା ବେଳେ ପ୍ରାୟ ୧ ଲକ୍ଷ ଟଙ୍କା ଶୌଚାଳୟରୁ ଠାବ ହୋଇଥିଲା । ଏହା ବ୍ୟତୀତ ୫୫୭ ଗ୍ରାମର ସୁନା ଓ ୫୦୦ ଗ୍ରାମର ରୂପା ଅଳଙ୍କାର, ଦୁଇଟି ହୀରା ହାର ମଧ୍ୟ ଜବତ ହୋଇଛି । ଶ୍ରୀ ମିଶ୍ରଙ୍କର ଦୁଇଟି ୪ ଚକିଆ ଓ ୬ଟି ମୋଟରସାଇକେଲ ଏବଂ ୨୦.୦୮ ଲକ୍ଷ ଟଙ୍କା ମୂଲ୍ୟର ଦାମୀ ଗୃହୋପକରଣ ଠାବ ହୋଇଛି । ଅପରପକ୍ଷରେ ଶ୍ରୀ ମିଶ୍ରଙ୍କ ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜା ଯାଇଥିଲା । ଏଠାରେ ମୟୂର, ଠେକୁଆ, ଶୁଆ ଓ ବତକ ଭଳି ଅନେକ ଜୀବଜନ୍ତୁ ମଧ୍ୟ ଥିଲେ । ମୟୂର ରଖିବା ଆଇନ ଅନୁସାରେ ଦଣ୍ଡନୀୟ ହୋଇଥିବାରୁ ବନ୍ୟପ୍ରାଣୀ ସୁରକ୍ଷା ଆଇନରେ ମାମଲା ରୁଜୁ ହୋଇଛି । ଏଥିସହ ଉଦ୍ଧାର ୪ ମୟୂରଙ୍କୁ ଆଠଗଡ଼ ଫରେଷ୍ଟ ଡିଭିଜନ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close