ପୁରୀ ରଥଯାତ୍ରା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ବିଜେପିର ମଂଚକୁ ଆମନ୍ତ୍ରଣ

ପୁରୀ, ୦୭/୦୭(ହିମାଂଶୁ ଭୂଷଣ ମହାନ୍ତିଙ୍କ ଠାରୁ): ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଚାଲିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପିର ପ୍ରମୁଖ ନେତାଙ୍କ ସମ୍ମାନ ପ୍ରଦର୍ଶନ ଜାରୀ ରହିଛି । ମୋହନଙ୍କ ଶପଥ ପାଠ ଉତ୍ସବ ପାଇଁ ନବୀନଙ୍କୁ ଆମନ୍ତ୍ରଣ କରାଯାଇଥିଲା ଓ ସେ ଆସିଥିଲେ ମଧ୍ୟ । ହେଲେ ତାଙ୍କୁ ସ୍ୱୟଂ ଅମିତ୍ ଶାହା ସଭାମଂଚକୁ ପାଛୋଟି ନେଇଥିଲେ । ଆଜି ବିଶ୍ୱ ପ୍ରସିଦ୍ଧ ‘ଘୋଷ ଯାତ୍ରା’ ପୁରୀରେ ଚାଲିଥିବା ବେଳେ ମହାମହିମ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୂ ଏଥିପାଇଁ ପୁରୀ ଆସିଥିଲେ । ତାଙ୍କ ସହ ମଂଚରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ନବୀନ ରଥଯାତ୍ରା ପାଇଁ ପୁରୀ ଆସିଥିଲେ । ତାଙ୍କୁ ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବୀନଙ୍କୁ ମଂଚକୁ ଆଲିଙ୍ଗନ କରି ନେଇଥିଲେ । ସୂଚନାଯୋଗ୍ୟ ନବୀନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂର୍ପକ ରହିଛି । ନବୀନ ମଧ୍ୟ ଅନେକ ବର୍ଷ ବିଜେପି ସହ ମିଶି କାର୍ଯ୍ୟ କରିଛନ୍ତି । ଏହାଛଡ଼ା ସେ ଏପର୍ଯ୍ୟନ୍ତ ‘ଇଣ୍ଡିଆ ମେଂଟ’ରେ ସାମିଲ ହୋଇ ନାହାନ୍ତି । ନବୀନ ହାରିବା ପରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଜଣାଇ ସବୁଥିରୁ ଓହରିଯାଇ ରାଜ୍ୟରେ ବିଜେଡିର ସ୍ଥିତିକୁ ନେଇ କାମ କରୁଛନ୍ତି । ହେଲେ ସରକାର ପାଇଁ ସେପରି କିଛି ଅପ୍ରିତୀକର ପରିବେଶ ସୃଷ୍ଟି କରିନାହାନ୍ତି । ତେଣୁ ଉପର ସ୍ତରର ବିଜେପି ନେତାଙ୍କ ପାଇଁ ନବୀନ ଏବେବି ସମ୍ମାନର ପାତ୍ର ଅଛନ୍ତି ବୋଲି କେତେକ ବୁଦ୍ଧିଜୀବୀ କୁହନ୍ତି !   

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close