ପବିତ୍ର ମହାଶିବ ରାତ୍ରୀରେ ଜାଗର ଦୀପରୁ ନିଆଁ ଲାଗି ଯାଜପୁରରୋଡ଼, ଆସ୍କା ଓ ନିମାପଡ଼ା ଅଂଚଳର ୦୪ ମହିଳା ଗୁରୁତର, ବିଭିନ୍ନ ମହଲରେ ଉଦ୍‌ବେଗ

ବ୍ୟାସନଗର/ଗଂଜାମ/ଭୁବନେଶ୍ୱର, ୧୮/୨(ସୁମନ ରାୟ/ ରାମଚନ୍ଦ୍ର ଜେନାଙ୍କ ଠାରୁ): ଆଜି ପବିତ୍ର ମହା ଶିବ ରାତ୍ରୀ । ଜାଗର ଦୀପ ଜାଳିବା ପାଇଁ ଓଡ଼ିଶାର ବିଭିନ୍ନ ଶୈବ ପୀଠରେ ନାହିଁ ନ ଥିବା ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ନିଆଁ ଠାରୁ ସଂଯମତା ରକ୍ଷା କରିବା ପାଇଁ ମନ୍ଦିରଗୁଡିକରେ ସେପରି ପ୍ରତିଷେଧକ ବ୍ୟବସ୍ଥା ନ ଥିବା ବେଳେ ଏଥିନିମନ୍ତେ ସେପରି ସଚେତନତା ରକ୍ଷା କରାଯାଉ ନ ଥିବାର ପରିଲକ୍ଷିତ ହେଉଛି । ଆଜି ସନ୍ଧ୍ୟାରେ ବ୍ୟାସନଗର (ଯାଜପୁରରୋଡ଼) ସହରର ଡୋଲିପୁର ସବ୍‌ରେଜେଷ୍ଟ୍ରି ଅଫିସ ପଛପଟେ ଥିବା ପୁରୁଣା କପିଳେଶ୍ୱର ମନ୍ଦିରରେ ଜାଗର ଦୀପ ଜାଳିବା ପାଇଁ ଭିଡ଼ ପରିଲକ୍ଷିତ ହୋଇଥିଲା । ମନ୍ଦିର ନିକଟସ୍ଥ କପିଳେଶ୍ୱର କଲୋନିରେ ବାସ କରୁଥିବା ଅଶୋକ ଖିଲାରଙ୍କ ସ୍ତ୍ରୀ ଦୀପ ଷ୍ଟାଣ୍ଡରୁ ଦୀପ ଲଗାଉଥିବା ବେଳେ ଅସାବଧାନତା କ୍ରମେ ତଳ ପଟୁ ତାଙ୍କ ଶାଢ଼ୀରେ ନିଆଁ ଲାଗି ଯାଇଥିଲା । ନିଆଁ ୫-୧୦ ସେକେଣ୍ଡ ମଧ୍ୟରେ ପ୍ରଚଣ୍ଡ ବେଗରେ ବ୍ୟାପି ଯାଇ ସେ ପିନ୍ଧିଥିବା ସିପନ (ଟେରିକଟ୍‌) ଶାଢ଼ୀକୁ ଜାଳି ଦେଇଥିଲା । ମହିଳା ଜଣକ ପ୍ରାଣ ବିକଳରେ ମନ୍ଦିର ଭିତରକୁ ଦୈଡ଼ିଯାଇଥିଲେ । ସେଠାରେ ଥିବା ପୂଜକ ପାଖ ବାଲ୍‌ତିରେ ଥିବା ପାଣି ଢ଼ାଳି ଶାଢ଼ୀର ନିଆଁକୁ ସିନା ଲିଭାଇ ଦେଇଥିଲେ, ହେଲେ ଅଳ୍ପ ପାଣି ଢ଼ାଳିବା କାରଣରୁ ତାଙ୍କର ଶରୀର ଫୁଟୁକାମୟ ହୋଇଯାଇଛି । ତାଙ୍କୁ ସଂଗେ ଯାଜପୁରରୋଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ପରିସ୍ଥିତି ଗୁରୁତର ଥିବାରୁ ଯାଜପୁର ସ୍ଥିତ ଜିଲ୍ଲା ସଦର ମହକୂମା ମେଡିକାଲକୁ ପଠାଇ ଦିଆଯାଇଥିଲା । ସେ ଗୁରୁତର ଅବସ୍ଥାରେ ଥିବାରୁ ତାଙ୍କୁ ପୁଣି କଟକ ସ୍ଥିତ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
      ଏଭଳି ଆଉ ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଆସ୍କା ଅଂଚଳରେ । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟବର୍ତୀ ପ୍ରସିଦ୍ଧ ପୁଡ଼ୁୁଗେଶ୍ୱରୀ ମନ୍ଦିରରେ ଅଖଣ୍ଡ ଦୀପରୁ ନିଆଁ ଲାଗି ସୁନିତା ପାତ୍ର ନାମକ ମହିଳା ଗୁରୁତର ହୋଇଛନ୍ତି । ସ୍ଥାନୀୟ ଆସ୍କା ମେଡ଼ିକାଲରେ ମହିଳା ଜଣକ ଚିକିତ୍ସା ପାଇଁ ଭର୍ତି ହୋଇଥିବାର ଜଣାଯାଇଛି । ମନ୍ଦିରଗୁଡ଼ିକରେ ପ୍ରବଳ ଭିଡ଼ ମଧ୍ୟରେ ମହିଳାମାନେ ଦୀପ ଜାଳୁଥିବାରୁ ମନ୍ଦିର କମିଟିମାନେ ନିଆଁର ପ୍ରତିଷେଧକ ବ୍ୟବସ୍ଥା ସହ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ମତ ପ୍ରକାଶ ପାଇଛି । ଏଭଳି ଆଉ ଏକ ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲାର ଆସ୍କା ଅଂଚଳରେ । ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟବର୍ତୀ
ଅନ୍ୟ ଏକ ଏଭଳି ଦୁର୍ଘଟଣା ଘଟିଛି ନିମାପଡ଼ା ଅଂଚଳରେ । ଅମରେଶ୍ୱର ମହାଦେବଙ୍କ ମନ୍ଦିରରେ ଦୀପରୁ ନିଆଁ ଲାଗି ୦୨ ଜଣ ମହିଳା ଗୁରୁତର ହୋଇଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଦୁର୍ଘଟଣା ଘଟିବାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି । ସେପଟେ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯାହା ଭାରତର ଏକ ବୃହତ ଶୈବ ପୀଠ ମଧ୍ୟରେ ଅନ୍ୟତମ ସେଠାରେ ପ୍ରଭୁଙ୍କ ରୀତି ନିତୀରେ ପ୍ରାୟ ଦେଢ଼ ଘଂଟାରୁ ଅଧିକ ବିଳମ୍ବ ଘଟିଛି । ତେଣୁ ମହାଦୀପ ଉଠିବାରେ ବିଳମ୍ବ ଘଟିଛି । ଏହାକୁ ନେଇ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଫଳତଃ ରାତ୍ର ୧୨ଟାରେ ମହାଦୀପ ଉଠିବା କାର୍ଯ୍ୟ ଆରମ୍ଭ ହୋଇଛି । ରାତ୍ର ୦୧ଟା ପରେ ଅର୍ଥାତ୍ ୦୩ ଘଂଟା ବିଳମ୍ବରେ ଏଥର ଳିଙ୍ଗରାଜ ମହାପ୍ରଭୂଙ୍କ ମହାଦୀପ ଉଠିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close