ଯାତ୍ରା ଜଗତର ସୁନାମଧନ୍ୟ କଣ୍ଠଶିଳ୍ପୀ ସଂଜୟ ପାତ୍ରଙ୍କ ହୃଦଘାତରେ ପରଲୋକ

 


ବାଲେଶ୍ବର /ମୟୁରଭଞ୍ଜ ; ୧୬/୦୨ (ଲଷ୍ମୀନାରାୟଣ ରାଉତରାୟ ଙ୍କ ଠାରୁ ):  ମୟୂରଭଂଜ ଜିଲ୍ଲା ଉଦଳାରେ ରବିବାର ଦିନ ତୁଳସୀ ଗଣନାଟ୍ୟର ନାଟକ ମଂଚସ୍ଥ ବେଳେ ଗୀତ ଗାଉଥିବା ଅବସ୍ଥାରେ ମଂଚ ଉପରେ ଟଳି ପଡ଼ିଥିଲେ ଜଣାଶୁଣା କଣ୍ଠଶିଳ୍ପୀ ସଂଜୟ ପାତ୍ର । ନାଟକର ନାଁ ଥିଲା-ବରଷା ରାତିକୁ ଭରସା ନାହିଁ । ଟାଇଟଲ ଗୀତ ଗାଉଥିଲେ ସଂଜୟ, ଆଉ ସେହି ଗୀତ ଗାଇବା ସମୟରେ ଟଳି ପଡିଥିଲେ। ଆଉ ତାଙ୍କ ମୃତ୍ୟୁକୁ ନେଇ ଓଡିଆ ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି । କଣ୍ଠଶିଳ୍ପୀ ସଂଜୟ ପାତ୍ର ସମସ୍ତଙ୍କୁ ଅଲବିଦା କରି ଆରପାରିକୁ ଚାଲି ଯାଇଛନ୍ତି । ରବିବାର ରାତିରେ ନାଟକ ‘ବରଷା ରାତିକୁ ଭରସା ନାହିଁ’ ଚାଲିଥିଲା । ତୁଳସୀ ଗଣନାଟ୍ୟର ମୁଖ୍ୟ କଣ୍ଠଶିଳ୍ପୀ ସଂଜୟ ପାତ୍ର ନାଟକ ସାରା ଗାଉଥିଲେ ଟାଇଟଲ ଗୀତ । ନାଟକ ଚାଲିଥିବା ବେଳେ ସେ ଗୀତ ଗାଉଥିଲେ, ହଠାତ ଟଳି ପଡିଲେ । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ସବୁ କଳାକାର ଦୁଃଖରେ ଭାଙ୍ଗି ପଡିଛନ୍ତି । ସଂଜୟ ପାତ୍ରଙ୍କ ଘର ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକର କାନ୍ଥି ଭଉଁରୀ ଗାଁରେ । ତାଙ୍କର ଗୋଟିଏ ଝିଅ ଓ ଦୁଇ ପୁଅ । ସେ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ବୟସ ମାତ୍ର ୪୭ ବର୍ଷ । ୧୬ ତାରିଖ ଦିନ ଗାଁକୁ ଆସି ଭୋଟ୍ ଦେବ ବୋଲି କହିଥିଲେ ସଞ୍ଜୟ।କିନ୍ତୁ ଭାଗ୍ୟର ବିଡମ୍ବନା ଭୋଟ୍ ଆଗରୁ ସେ ଚାଲିଗଲେ । ସଂଜୟଙ୍କ ଅକାଳ ବିୟୋଗରେ ସାଥୀ କଳାକାରମାନେ ଭାଙ୍ଗି ପଡିଛନ୍ତି । ସମଗ୍ର ଯାତ୍ରା ଜଗତରେ ଶୋକର ଛାୟା ଖେଳିଯାଇଛି।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...
Back to top button
.
Website Design By Bootalpha.com +91 84482 65129
.
Close