ଯାତ୍ରା ଜଗତର ହାସ୍ୟାଭିନେତା ଜଗବନ୍ଧୁ ଆରପାରିରେ


ଭୁବନେଶ୍ୱର; ୨୮/୦୪ ( ଜ୍ୟୋତି ରଞ୍ଜନଙ୍କ ଠାରୁ): ବର୍ଷିୟାନ ତଥା ଲୋକପ୍ରିୟ କଳାକାର ଜଗବନ୍ଧୁ ରାଉତ (ଜଗା) ଯାତ୍ରା ଜଗତରେ ଜଣେ ପ୍ରତିଷ୍ଠିତ ହାସ୍ୟ ଅଭିନେତା ଭାବରେ ପରିଚିତ ଥିବା ସ୍ଥଳେ ଜୀବନ ଯୁଦ୍ଧରେ ହାରିଯାଇ ଆରପାରିକୁ ଚାଲିଯାଇଛନ୍ତି। ୮୫ବର୍ଷ ବୟସରେ ହଠାତ ତାଙ୍କର ଦେହାନ୍ତ ଖବର ପାଇ ସମଗ୍ର ଯାତ୍ରାଜଗତରେ ଶୋକର ଛାୟା ଖେଳିଯାଇଥିଲା। ସୂଚନାନୁଯାୟୀ ତାଙ୍କର କରୋନା ପରୀକ୍ଷା ପରେ ପଜେଟିଭ ଆସିବାରୁ ପୁରୀର କରୋନା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ତାଙ୍କର ଚିକିତ୍ସା ଅବହେଳା ନେଇ ପରିବାର ବର୍ଗ ଅଭିଯୋଗ କରିଥିଲେ। ପୂରୀ ଜିଲ୍ଲା ବଳଙ୍ଗା କାଳିଆପଦା ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ କଳା ପ୍ରତି ତାଙ୍କର ନିଶା।ଉତରାୟଣୀ ଅପେରାରୁ ପ୍ରଥମେ ଅଭିନୟ ଆରମ୍ଭ କରି ସାତସଙ୍ଖ ଅପେରାରୁ ବେଶ ପରିଚିତ ହୋଇଥିଲେ। ଦୀର୍ଘ ୬୬ବର୍ଷ ଧରି ୫୦୦ରୁ ଅଧିକ ନାଟକରେ ହାସ୍ୟାଭିନେତା ରୂପେ ପରିଚିତ ଥିଲେ। କୋଣାର୍କ, କଳିଙ୍ଗ ଭଳି ଯାତ୍ରାରେ ସେ ବେଶ ନାମ କମାଇଥିଲେ। ଏହି ଲୋକପ୍ରିୟ କଳାକାରଙ୍କ ବିୟୋଗରେ ଯାତ୍ରା କଳାକାର ଓ କର୍ମଚାରୀ ସଂଘ ,ଓଡ଼ିଶା ଯାତ୍ରା ମହାସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close