ଜି.ଏସ.ଟି (ସି.ଟି) ଯାଜପୁର ସର୍କଲ ସେକ୍‌ସନ ଅଧିକାରୀ ବିଜୟ ସାହୁଙ୍କ କରୋନାରେ ବିୟୋଗ, ବିଭିନ୍ନ ମହଲରେ ଶୋକ

ବ୍ୟାସନଗର,୨୨/୬(ଉ.ନ୍ୟୁଜ୍ ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ପୈାରାଂଚଳର ଧବଳଗିରି ଠାରେ ଥିବା ଜି.ଏସ.ଟି (କମରସିଆଲ ଟ୍ୟାକ୍ସ) ଯାଜପୁର ସର୍କଲର ସେକ୍‌ସନ ଅଫିସର (ବଡ ବାବୁ) ବିଜୟ କୁମାର ସାହୁ ଗତ କାଲି ଦିବା ୧୨ ଘଟିକା ସମୟରେ ‘କରୋନା’ରେ ମୃତ୍ୟୁବରଣ କରିଥିବାର ଜଣାଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩+ ବର୍ଷ ହୋଇଥିଲା । ସେ ଗତ ୧୧/୦୬/୨୦୨୧ରେ ‘କୋଭିଡ଼’ ସଂକ୍ରମିତ ଥିବାର ଜଣାପଡିଥିଲା । ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ୧୬/୦୬/୨୦୨୧ରେ ଜାରକା ସ୍ଥିତ ‘ଭୂମିକା କୋଭିଡ’ ହସପିଟାଲରେ ଭର୍ତି କରାଯାଇଥିଲା । ହେଲେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ । ତାଙ୍କର ବିୟୋଗ ଖବର ଶୁଣି ଜି.ଏସ.ଟି (ବାଣିଜ୍ୟକର)ର ବହୁ ଅଧିକାରୀ ଓ କର୍ମଚାରୀ ବ୍ୟଥିତ ହେବା ସହ ଶୋକ ବ୍ୟକ୍ତ କରିଛନ୍ତି । ସେ ଜଣେ ମିଷ୍ଟ ଭାଷୀ, ସରଳ, ପରୋପକାରୀ ଓ ନିଷ୍କଟପ ବ୍ୟକ୍ତି ଥିଲେ । ତା. ୧୬.୦୧.୧୯୬୮ରେ କଟକର ପରମହଂସ ରଘୁନାଥପୁରରେ ଜନ୍ମିତ ୰ ସାହୁ ଯାଜପୁରୋଡରେ ବହୁ ଦିନ ଧରି କାର୍ଯ୍ୟ କରିଥିଲେ । ସେ ଅନଗୁଳ, ଯାଜପୁର ଟାଉନରେ ମଧ୍ୟ ସଫଳତାର ସହ କାର୍ଯ୍ୟ କରିଥିଲେ । ଯାଜପୁର ଟାଉନ ବାଣିଜ୍ୟକର କାର୍ଯ୍ୟାଳୟରେ ସେ ମୁଖ୍ୟ କିରାଣୀ ଥିଲେ । ତାଙ୍କର ଲୋକ ସଂର୍ପକ ମଧ୍ୟ ଭଲ ଥିଲା । ଧବଳଗିରି ସେଲ୍ସ ଟ୍ୟାକ୍ସ କଲୋନୀରେ ରହୁଥିବା ୰ ସାହୁ ଜଣେ ବୈଦ୍ୟ ଥିଲେ । ଅବସର ସମୟରେ ସେ ରୋଗୀ ସେବା କରୁଥିଲେ । କାହାର କିଛି ସାସ୍ଥ୍ୟଗତ ସମସ୍ୟା ଥିଲେ, ଇଂଜେକ୍‌ସନ ଦେବାକୁ ଥିଲେ ସେ ସାଇକେଲରେ ଯାଇ ସେବା କରୁଥିଲେ । ଏଭଳି ଜଣେ ସରଳ ଓ ଲୋକ ସେବାରେ ବ୍ୟସ୍ତ ଥିବା ଅଧିକାରୀ ‘କୋଭିଡ଼ ଟୀକା’ ନେଇ ପାରି ନ ଥିବାରୁ ତାଙ୍କ ମନରେ ଆଶଙ୍କା ମଧ୍ୟ ଥିଲା ବୋଲି ତାଙ୍କର ସହକର୍ମଚାରୀ କୁହନ୍ତି । ଜନତାଙ୍କ ଟିକସ ସଂଗ୍ରହ କରି ରାଜକୋଷକୁ ସମୃଦ୍ଧ କରୁଥିବା ଅଧିକାରୀ ଓ କର୍ମଚାରୀମାନେ ‘କୋଭିଡ଼’ ସମୟରେ କାର୍ଯ୍ୟ ଜାରୀ ରଖି ଲୋକମାନଙ୍କ ସଂର୍ଷ୍ପଷରେ ଆସୁଥିଲେ ମଧ୍ୟ ସେମାନଙ୍କୁ ଟୀକା ଦିଆଯାଇ ନ ଥିବାରୁ ସେମାନେ ଭୟଭୀତ ଥିବାର କେତେକ କହିଛନ୍ତି । ‘କରୋନା’ର ରୂପ କାଳକ୍ରମେ ଉଗ୍ର ହେଉଥିବା ଓ କାଳକ୍ରମେ ମୃତ୍ୟୁ ସଂଖ୍ୟା ଥମିବା ପରିବର୍ତେ ବଢ଼ି ବଢ଼ି ଚାଲିଛି । ଏଥିଯୋଗୁ ଅନେକ ଭୟଭୀତ ଅଛନ୍ତି ।
ସୂଚନାଯୋଗ୍ୟ, ୰ ସାହୁଙ୍କ ସହଧର୍ମୀଣି ମୀନତି ଚାନ୍ଦ ଜଣେ ଗୃହୀଣି ଓ ତାଙ୍କର ୦୨ ଝିଅ ଅଛନ୍ତି । ବଡ଼ ଝିଅ ସ୍ୱାଗତିକା ସାହୁ ଯୁକ୍ତ ୩ରେ ପଢ଼ୁଥିବା ବେଳେ ସାନ ଝିଅ ସ୍ମରଣିକା ସାହୁ ଯୁକ୍ତ ୨ରେ ପଢ଼ନ୍ତି । ୰ ସାହୁଙ୍କ ମରଶରୀରକୁ ‘କୋଭିଡ଼’ କଟକଣା ମଧ୍ୟରେ ଯାଜପୁର ଟାଉନର ଦଶ୍ୱାଶମେଧ ଘାଟ ଶଶ୍ମାନରେ ଗତ କାଲି ସଂନ୍ଧ୍ୟାରେ ସତ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ କହିଛନ୍ତି ୰ ସାହୁ ମୋ’ର ବହୁ ଅନ୍ତରଂଗ ଥିଲେ । ତାଙ୍କର ଏପରି ବିୟୋଗରେ ମୁଁ ମର୍ମାହତ । ଭଗବାନ ତାଙ୍କ ଅମର ଆତ୍ମାର ସଦ୍‌ଗତି କରିବା ସହ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ଓ ପରିସ୍ଥିତି ସମ୍ଭାଳିବାକୁ ସାହାସ ଓ ଶକ୍ତି ଦିଅନ୍ତୁ । ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ, ନାରୀନେତ୍ରୀ ବିଦ୍ୟୁତ୍‌ପ୍ରଭା ରାୟ, ବିଶିଷ୍ଟ ସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଭଗବାନ ଶୋକ ସନ୍ତପ୍ତ ପରିବାରକୁ ଅସୀମ ଧୈର୍ଯ୍ୟ ପ୍ରଦାନ କରିବାକୁ କାମନା କରିଛନ୍ତି । ଜିଏସଟି କାର୍ଯ୍ୟାଳୟର କ୍ଷଣପ୍ରଭା ଧଳ, ଜୟଶ୍ରୀ ମଲ୍ଲିକ, ସୁଜିତ୍ କୁମାର କାନୁନ୍‌ଗୋ, ରମେଶ ଚନ୍ଦ୍ର ନାଥ ପ୍ରମୁଖ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close