ମେ ଆଇ ହେଲ୍ପ ୟୁ ମୋ ପରିବାର ଜଳେଶ୍ୱର ଅନୁଷ୍ଠାନ ତରଫରୁ  ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପୁରୀ ସଂଗଠନ ଦ୍ୱାରା ନଅ ଜଣ ବୃଦ୍ଧା ତିନି ଜଣ ବୃଦ୍ଧଙ୍କୁ ସହାୟତା ପ୍ରଦାନ

ବାଲେଶ୍ୱର/ଜଳେଶ୍ୱର; ୨୦/୦୨: (ବ୍ରଜ ଗୋପାଳ ସେନ୍ ଙ୍କ  ଠାରୁ) ଆଜି ମେ ଆଇ ହେଲ୍ପ ୟୁ ମୋ ପରିବାର ଜଳେଶ୍ୱର ଅନୁଷ୍ଠାନ ତରଫରୁ  ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ପୁରୀ ସଂଗଠନ ଦ୍ୱାରା ନଅ ଜଣ ବୃଦ୍ଧା ତିନି ଜଣ ବୃଦ୍ଧ ଙ୍କୁ ସେବା କରିବା ସହ ସମସ୍ତଙ୍କ ପାଇଁ ଶାଡି, ଗାମୁଛା, ଚାଉଳ ଏବଂ ଶୁଖିଲା ଖାଦ୍ୟ  ପ୍ରଦାନ କରାଯାଇଥିଲା ।  ସୂଚନାଯୋଗ୍ୟ ଯେ ଏହି  ବୃଦ୍ଧା ଆଶ୍ରମ ସ୍ୱୟଂ ପରିଚାଳିତ  ହେଉଅଛି, ବୃଦ୍ଧା ଆଶ୍ରମ କୌଣସି ସରକାରୀ ସଂସ୍ଥା ଦ୍ୱାରା ପରିଚାଳିତ ନୁହେଁ ଏହା ସମାଜସେବା କରୁଥିବା କିଛି ସଦସ୍ୟଙ୍କ ଦ୍ୱାରା ପରିଚାଳିତ, ବୃଦ୍ଧା ଆଶ୍ରମରେ ସେବା କରିବା ସହ ବୃଦ୍ଧ ମାନଙ୍କ ଭରଣ ପୋଷଣ ଅତ୍ୟନ୍ତ କଷ୍ଟ ହୋଇଥାଏ,ଆଜିକାଲି ରୋଜଗାରିଆ ପୁଅ ଝିଅ ମାନେ ବାପା ମାଆଙ୍କୁ ସେବା କରିବାକୁ କିମ୍ବା ମୁଠାଏ ଖାଇବା ଦେବାକୁ କଷ୍ଟ ହେଉଛି କିନ୍ତୁ ସେହି ବାପା ମାଆ ତାଙ୍କ ପୁଅ ଝିଅଙ୍କୁ ମଣିଷ ଟିଏ କରିବା ପାଇଁ ନିଜ ଜୀବନକୁ ବାଜି ଲଗାଇଦିଏ,ଏହାକୁ ଦୃଷ୍ଟିରେ ରଖି ମେ ଆଇ ହେଲ୍ପ ୟୁ ମୋ ପରିବାର ଅନୁଷ୍ଠାନ ଦ୍ଵାରା ଏହି ସଂକଳ୍ପ ଫାଉଣ୍ଡେସନ ଟ୍ରଷ୍ଟ ସଂଗଠନ ବୃଦ୍ଧା ଆଶ୍ରମରେ ନଅ ଜଣ ବୃଦ୍ଧା ତିନି ଜଣ ବୃଦ୍ଧ ଙ୍କୁ ସେବା କରିବା ସହ ସମସ୍ତଙ୍କ ପାଇଁ ଶାଡି, ଗାମୁଛା, ଚାଉଳ ଏବଂ ଶୁଖିଲା ଖାଦ୍ୟ ପ୍ରଦାନ ସଂଗଠନ ତରଫରୁ ପ୍ରଦାନ କରାଯାଇଥିଲା ,ସଂଗଠନର ପିଲାମାନେ ଆଶ୍ରମରେ ଅନେକ ସମୟ ବିତାଇ ଥିଲେ ଏବଂ ସୁଖ ଦୁଃଖ ବୁଝିଥିଲେ | ଆଶ୍ରମଟି ପୁରୀ ଜିଲ୍ଲା ବାଲିସାହି, ମଙ୍ଗଳାହାଟ ଠାରେ ଅବସ୍ଥିତ ଅଟେ।


ଏହି ସେବା କାଯ୍ୟକ୍ରମରେ ମେ ଆଇ  ହେଲ୍ପ ୟୁ ପୁରୀ ଓ ଜଳେଶ୍ୱରର ଭାଇ ଓ ଭଉଣୀ  ଯଥାକ୍ରମେ ମଣ୍ଟୁ ପାଢ଼ୀ, ରଞ୍ଜନା ନାୟକ, ମଧୁସ୍ମିତା ମହାପାତ୍ର, ଲକି ସାହୁ, ବର୍ଷା ଦାସ, ତୋଫାନ ଆଚାର୍ଯ୍ୟ, ସଜୀବ ପାତ୍ର, ଦେବବ୍ରତ ପଣ୍ଡା , ଜୟଦେବ ସାମଲ ଉପସ୍ଥିତ ରହି ସହଯୋଗର ହାତ ବଢ଼ାଇ ଥିଲେ | ମେ ଆଇ ହେଲ୍ପ ୟୁ ମୋ ପରିବାର ଜଳେଶ୍ୱର ସଂଗଠନର ମୂଳ ଉଦେଶ୍ୟ ପ୍ରତ୍ୟେକ ମାନବର ସେବା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close