କୋଭିଡ  ସ୍ଥିତିକୁ ଦେଖି ଲକଡାଉନରେ ଆଂଶିକ କୋହଳ

ଭୁବନେଶ୍ୱର ; ୧୭/୦୬ ( ଜ୍ୟୋତି ରଞ୍ଜନଙ୍କ ଠାରୁ) :  କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି  ରାଜ୍ୟରେ ଲକଡାଉନ କଟକଣାକୁ ଆଂଶିକ କୋହଳ କରାଯାଇଛି । ୧୩ଟି ଜିଲ୍ଲାରେ ସକାଳ ୬ରୁ ଦିନ ୧ଟା ଆଉ ୧୭ଟି ଜିଲ୍ଲାରେ ସକାଳ ୬ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ  କଟକଣା କରାଯାଇଛି। ୫ଟା ପରଠାରୁ ରାଜ୍ୟରେ ଆଂଶିକ ଲକଡାଉନ ଲାଗୁ କରାଯିବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏହିସବୁ ଜିଲ୍ଲାରେ କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ନିର୍ମାଣ ସାମଗ୍ରୀ ଦୋକାନ, ଇଲେକ୍ଟି୍ର ଦୋକାନ ଆଦି ଖୋଲା ରହିବ । ସ୍ୱାସ୍ଥ୍ୟସେବା ସମ୍ପର୍କିତ ଦୋକାନ ଓ କୃଷି ଉପକରଣ ଦୋକାନ ଖୋଲା ରହିବ । ଦୁଗ୍ଧ ଚାଷୀଙ୍କ ହିତ ପାଇଁ ସାରା ରାଜ୍ୟରେ ମିଠା ଦୋକାନ ଖୋଲିବ । ସେହିପରି ସକାଳ ୬ରୁ ୯ଯାଏଁ ରାଜ୍ୟରେ ମର୍ଣ୍ଣିଂ ୱାକ ପାଇଁ ଅନୁମତି ଦିଆଯାଇଛି । ରାଜ୍ୟରେ ନାଇଟ କର୍ଫୁଓ ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ସେହିପରି ବିବାହ, ବ୍ରତଘର ପାଇଁ ଥିବା କଟକଣା ବଳବତ୍ତର ରହିବ । ସିନେମା ହଲ, ସେଲୁନ ଓ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ । ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ । କେବଳ ନୀତିକାନ୍ତି ଚାଲିବ । ଯାତ୍ରା ଓ ଆଉଟ ଡୋର ସୁଟିଂ ବନ୍ଦ ରହିବ । ସରକାରୀ ଓ ଘରୋଇ ଅଫିସ ୫୦ପ୍ରତିଶତ ଷ୍ଟାଫରେ କାର୍ଯ୍ୟ କରିପାରିବେ ବୋଲି କୁହାଯାଇଛି । ସାଇକେଲ, ଗାଡ଼ି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବସ ଚଳାଚଳ ମଧ୍ୟ ବନ୍ଦ ରହିବ । ଅନ୍ୟପକ୍ଷରେ ଝାଡ଼ଖଣ୍ଡ, ଛତିଶଗଡ଼ ସୀମାରେ ଥିବା ସବୁ ଚେକପୋଷ୍ଟ ଖୋଲିବ । ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାରେ ଥିବା ବର୍ଡର ଚେକ ପୋଷ୍ଟ ଚାଲୁ ରହିବ ବୋଲି ଘୋଷଣା କରାଯାଇଛି । ପଶ୍ଚିମ ତଥା ଦକ୍ଷିଣ ଓଡିଶା ଜିଲ୍ଲାରେ ଲକଡାଉନ୍ କୋହଳ ସମୟରେ ଉଠା ଦୋକାନଗୁଡିକ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି । ତେବେ ଦୋକାନରୁ କେବଳ ଖାଦ୍ୟ ପୁଡିଆ ପାର୍ସଲ ଭାବରେ ନେଇ ପାରିବେ । ନିର୍ମାଣ କାର୍ଯ୍ୟ, ଶିଳ୍ପ ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପୂର୍ବଭଳି କଟକଣା କୋହଳ ରହିବ । କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ । ଜୁଲାଇ ୧ ତାରିଖ ସକାଳ ୫ଟା ଯାଏଁ ଆଂଶିକ ଲକଡାଉନ ଜାରି ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close