ବାଲ୍ୟ ବିବାହ ନିରୋଧ ଟାସ୍କପୋଂର୍ସ ର ଜିଲ୍ଲା ସ୍ତରୀୟ ବୈଠକ ଓ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର, ୦୮/୦୪ (ନି ପ୍ର ) : ଜିଲ୍ଲା ରେ ବାଲ୍ୟ ବିବାହ ସଂପୂର୍ଣ୍ଣ ନିରୋଧ ଏବଂ ଏହାର ନିରାକରଣ ଦିଗରେ କାର୍ଯ୍ୟରତ ଟାସ୍କପୋଂର୍ସ ର ଜିଲ୍ଳ୍‌ା ସ୍ତରୀୟ ବୈଠକ ଓ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଜିଲ୍ଲା ପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଚ୍ଥି । ଜିଲ୍ଲା ପ୍ରଶାସନ, ଯାଜପୁର ଓ ଆକ୍ସନ ଏଡ୍‌, ଓଡିଶା ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଜିଲ୍ଲା ପାଳ(ପ୍ରଶାସନ) ମିହିର ପ୍ରସାଦ ମହାନ୍ତି ଅଧ୍ୟକ୍ଷତା କରି ୨୦୨୪ ସୁଦ୍ଧା ଜିଲ୍ଲା ରେ ବାଲ୍ୟ ବିବାହ ସଂପୂର୍ଣ୍ଣ ବା ଶୂନ ପ୍ରତିଶତ କରିବା ଏବଂ ୨୦୩୦ ସୁଦ୍ଧା ରାଜ୍ୟ ସରକାରଙ୍କ ଧାର୍ଯ୍ୟଲକ୍ଷ୍ୟ ଶୂନ ପ୍ରତିଶତକୁ ଆଣିବା ପୂରଣ କରିବାକୁ ସମ୍ମିଳିତ ଭାବେ ଟାସ୍କପୋଂର୍ସର ସମସ୍ତ ସଦସ୍ୟ ଊଦ୍ୟମ କରିବାକୁ ଆହ୍ୱାନ ଦେଇଥିଲେ । ପ୍ରତି ମାସର ତୃତୀୟ ଶନିବାର ଟାସ୍କପୋଂର୍ସର ବୈଠକ ଅନୁଷ୍ଠିତ ହେବ ଏବଂ “ଶିଶୁ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ରହିବ । ଚାଇଲ୍‌ଡ ଲାଇନର ଟୋଲ ଫ୍ରୀ ହେଲ୍ପଲାଇନ ନମ୍ୱର ୧୦୯୮ ଯେପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବ, ସେ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଲାଇନ ଡିପାର୍ଟମେଣ୍ଟର ପଦାଧିକାରୀ ମାନଙ୍କୁ ସେ ପରାମର୍ଶ ଦେଇଥିଲେ । ସେହିପରି ବାଲ୍ୟ ବିବାହ ରୋକିବା ଦିଗରେ ନିରନ୍ତର କାର୍ଯ୍ୟରତ ସଂଗଠନ, ବ୍ୟକ୍ତିବିଶେଷ, ସ୍ୱେଚ୍ଚ୍ଥସେବୀ ସଂସ୍ଥ।। ଅବା ସୂଚନାଦାତା ମାନଙ୍କୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ନେଇ ସରକାର ସେମାନଙ୍କ ପାଇଁ ଟ. ୫୦୦୦/- ର ପ୍ରୋତ୍ସାହନ ରାଶି ଘୋଷଣା କରିଚ୍ଥନ୍ତି । ଏହି କ୍ରମରେ ବାଲ୍ୟ ବିବାହ ନିରୋଧ ପାଇଁ ଆମ ଜିଲ୍ଲା ର ବରୀ ବ୍ଳ୍‌କର ସତ୍ୟ ରଂଜନ କର ଏବଂ ଯାଜପୁର ବ୍ଳ୍‌କର ମଣ୍ଟୁ ଦାସଙ୍କୁ ଟ. ୫୦୦୦/- ଦେବାପାଇଁ ଜିଲ୍ଲା ପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଘୋଷଣା କରିଚ୍ଥନ୍ତି । ଟାସ୍କପୋଂର୍ସର କାର୍ଯ୍ୟଧାରାକୁ ପ୍ରସାରିତ କରିବା ପାଇଁ ବ୍ଳ୍‌କ ଏବଂ ପଞ୍ଚାୟତ ସ୍ତରରେ କମିଟି ଗଠନ କରିବାକୁ ସେ ସଂଯୋଜନ କର୍ତ୍ତା ଓ ପଦାଧିକାରୀ ମାନଙ୍କୁ ନିର୍ଚ୍ଚେଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ତଥା ଜିଲ୍ଲା ସ୍ତରୀୟ ଟାସ୍କପୋଂର୍ସର ସଂଯୋଜନ କର୍ତ୍ତା ନିରଂଜନ କରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବାଲ୍ୟ ବିବାହ ନିରୋଧ ଟାସ୍କପୋଂର୍ସ ସମସ୍ତ ସଦସ୍ୟ ମାନଙ୍କ ଠାରୁ ମତାମତ ଲୋଡାଯାଇଥିଲା । ପଞ୍ଚାୟତି ରାଜ ବିଭାଗ, ଶିଶୁ ଓ ମହିଳା ବିକାଶ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସୂଚନା ଓ ଲୋକ ସଂପର୍କ , ଶିକ୍ଷା, ମିଶନ ଶକ୍ତି, ଜୀବିକା ମିଶନ , ସଂସ୍କୃତି ବିଭାଗ, ଜିଲ୍ଲା ସମାଜ ମଙ୍ଗଳ ବିଭାଗର ପଦାଧିକାରୀ ମାନେ ବାଲ୍ୟ ବିବାହ ନିରାକରଣ ଦିଗରେ ସେମାନଙ୍କ ମତ ଉପସ୍ଥାପନ କରିଥିଲେ । ବ୍ଳ୍‌କ ଓ ପଞ୍ଚାୟତ ସ୍ତରରେ ବ୍ୟାନର ଓ ହୋଡିଂ ଲଗାଇ ବ୍ୟାପକ ପ୍ରଚାର, ପ୍ରସାର କରାଯିବା ସହ ଅଙ୍ଗନୱାଡି ଓ ଚାଇଲଡ ଲାଇନର କର୍ମକର୍ତ୍ତା ମାନେ ଗାଁ ଗାଁ ବୁଲି ସଚେତନତା ସୃଷ୍ଟି କରିବା, ବିଦ୍ୟାଳୟ ଚ୍ଥାଡିଥିବା ୧୧ ରୁ ୧୮ ବର୍ଷ ପିଲାଙ୍କୁ ପୁନଃ ବିଦ୍ୟାଳୟ ପ୍ରବେଶ କରାଇବା, ଏସ୍‌.ଏଚ୍‌.ଜି. ମାନଙ୍କୁ ସଚେତନତା କାର୍ଯ୍ୟରେ ସାମିଲ କରିବା, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ଗଠନ କରିବା, ରାଷ୍ଟ୍ରୀୟ କିଶୋର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଓ ଆର.ବି.ଏସ୍‌.ଆର. ମାଧ୍ୟମରେ ଜନ ସଚେତନ ସୃଷ୍ଟି କରିବା, ବାଲ୍ୟ ବିବାହ ପୋଷ୍ୟ ଗ୍ରାମ ଗ୍ରହଣ ଆଦି ପ୍ରସ୍ତାବ ବୈଠକରେ ଉପସ୍ଥାପନା କରାଯାଇଥିଲା । ଆକ୍ସନ ଏଡ୍‌ର ଜିଲ୍ଲା ସଂଯୋଜକ ସୁରେନ୍ଦ୍ର କୁମାର ଡିଗାଲ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର କାର୍ଯ୍ୟଧାରା ଊପରେ ଆଲୋକପାତ କରିଥିଲେ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶିବାଶିଷ ମହାରଣା, ଜିଲ୍ଳ୍‌ା ସମାଜ ମଙ୍ଗଳ ଅଧିକାରୀ ସୁବାଷ ଚନ୍ଦ୍ର ସାମଲ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରଶ୍ମିରେଖା ପ୍ରଧାନ, ଜିଲ୍ଲା ଟାସ୍କପୋଂର୍ସର ସଦସ୍ୟ ଡା. ରାଜ କିଶୋର ପଣ୍ଡା, ଆଇ.ସି.ଡି.ଏସ୍‌. ସେଲ ର ସୁରକ୍ଷା ଅଧିକାରୀ କାଞ୍ଚନ ରାମ, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ରୀତା ବେହେରା, ସଦସ୍ୟ ଶୁଭ୍ରାଂଶୁ ଶେଖର ରାୟ, ମିଶନ ଶକ୍ତିରଜିଲ୍ଲା ପ୍ରକଳ୍ପ ସଂଯୋଜକ ସେପାଂଳୀ ସ୍ୱାଗତିକା, ଓ.ଏଲ୍‌.ଏମ୍‌. ପ୍ରଶାନ୍ତ କୁମାର ପାଢୀ, ନେହେରୁ ଯୁବ କେନ୍ଦ୍ରର ସଦସ୍ୟ ରାଜ କିଶୋର ବେହେରା, ସୁଶିଲ କୁମାର ବେହେରା, ଚାଇଲ୍‌ଡ ହେଲ୍ପଲାଇନର ସସ୍ମିତା ପାତ୍ର ଓ ବିରେନ୍ଦ୍ର କୁମାର ଦାଶ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁର୍ଯ୍ୟୋଧନ ମଲ୍ଳ୍‌ିକ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close