‘ଉଦୟବଟ’ ତରଫରୁ ୭୨ତମ ବନମହୋତ୍ସବ, ବ୍ୟାସନଗରର ମୁଣ୍ଡମାଳ ହନୁମାନ ବାଟିକାରେ ବାଡ ବ୍ୟବସ୍ଥା ସହ ୪୦ଟି ମୂଲ୍ୟବାନ ଗଛ ଲାଗିଲା

ବ୍ୟାସନଗର, ୫/୭(ଉ.ନ୍ୟୁଜ୍ ବ୍ୟରୋ): ବୃକ୍ଷ ହିଁ ଜୀବନ, ଦାରୁ ବ୍ରହ୍ମ, ପ୍ରକୃତି ମାତାର ଶ୍ରେଷ୍ଠତମ ସୃଷ୍ଟି । କରୋନା ସମୟରେ ବୃକ୍ଷର ଉପକାରିତାକୁ ଆମ୍ଭେ ଅନୁଭବ କରିଛେ । ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ବୃଦ୍ଧି ପାଇଁ ବୃକ୍ଷର ଭୂମିକା ଅପରିହାର୍ଯ୍ୟ । କରୋନାର କରାଳ ଦାଉରୁ ରକ୍ଷା ପାଇବା ପାଇଁ ଆବଶ୍ୟକୀୟ ରୋଗ ପ୍ରତିରୋଧକ ଶକ୍ତି ହିଁ ପରୋକ୍ଷରେ ବୃକ୍ଷରୁ ମିଳିଥାଏ । ବୃକ୍ଷ ଏକାଧାରାରେ ସମଗ୍ର ଜୀବଜଗତକୁ ଖାଦ୍ୟ ଯୋଗାଇବାରେ, ଫଳ ପୁଷ୍ପ ପ୍ରଦାନ କରିବାରେ, ବାସ ସ୍ଥାନ ଯୋଗାଡରେ, ନିର୍ମାଣ କାର୍ଯ୍ୟରେ, ଅମ୍ଳଜାନ ଯୋଗାଇବାରେ, ଔଷଧ ତିଆରିରେ, ଗୋପାଳନ ପାଇଁ, ମୂଲ୍ୟବାନ କାଠ ଉତ୍ପାଦନ କରି ଅର୍ଥ ଉପାର୍ଜ୍ଜନରେ, ତାପମାତ୍ରାକୁ ସୁନିୟନ୍ତ୍ରିତ କରିବାରେ, ବାଟୋଇଙ୍କୁ ଛାୟା ଓ ଆଶ୍ରୟ ପ୍ରଦାନ କରିବାରେ ସର୍ବୋପରି ପରିବେଶ ସନ୍ତୁଳନରେ ଆଦି ଭଳି ବିବିଧ କାର୍ଯ୍ୟରେ ବୃକ୍ଷ ସହାୟକ ହୋଇ ଚାଲିଛି । ଏହା ସବୁବେଳେ ଜୀବଜଗତ ପାଇଁ ଉପକାରୀ ସାବ୍ୟସ୍ତ୍ୟ ହୋଇଛି । ବୃକ୍ଷ କାଟ ଯୋଗୁ ପୃଥିବୀପୃଷ୍ଠରେ ସବୁଜଘର ପ୍ରଭାବ ବଢ଼ିଛି, ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ବୃଦ୍ଧି ପାଇଛି ଓ ତାପମାତ୍ରା ସାଂଘାତିକ ଭାବେ ବୃଦ୍ଧି ପାଉଛି ଯାହା ବିଶ୍ୱ ଆଗରେ ଆଉ ଏକ ଚ୍ୟାଲେଞ୍ଜ ହୋଇଛି । ବଡ଼ ବଡ଼ ଦେଶମାନେ ପରିବେଶର ଅବକ୍ଷୟ ଓ ତାପମାତ୍ରା ବୃଦ୍ଧି ପାଇଁ ଚିନ୍ତା ପ୍ରକଟ କରିଆସୁଛନ୍ତି । ଆମ ଦେଶରେ ଦୃତ ଶିଳ୍ପାୟନ, ଚାରିଆଡେ କଂକ୍ରିଟକରଣ ହେବା, କ୍ରସର ଓ କଳ କାରଖାନା, ଇଟାଭାଟିର ଧୂଳି ଧୂଆଁ, ଗାଡିଘୋଡାର ବହୁଳ ବ୍ୟବହାର, ବ୍ୟାପକ ଜଂଗଲ କ୍ଷୟ ଯୋଗୁ ଉତାପ ସାଂଘାତିକ ଭାବେ ବୃଦ୍ଧି ପାଉଛି ବୋଲି ‘ଉଦୟବଟ’ ଆନୁକୂଲ୍ୟରେ ୭୨ତମ ବନ ମହୋତ୍ସବ ପାଳନ ଅବସରରେ ମତପ୍ରକାଶ ପାଇଥିଲା । ଏହି ଉପଲକ୍ଷେ ଆଜି ଅପରାହ୍ନରେ ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ମୁଣ୍ଡମାଳ ସ୍ଥିତ ହନୁମାନ ମନ୍ଦିର ପ୍ରାଙ୍ଗଣରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ତଥା ବ୍ୟାସନଗର ପୈାର ପରିଷଦର ପ୍ରଶାସକ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇ ପ୍ରଥମେ ପ୍ରଭୁ ମହାବୀରଙ୍କ ନିକଟରେ ନଡିଆ ବାଡେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ, ବୃକ୍ଷରୋପଣ ଠାରୁ ଏବେ ଆଉ କିଛି ଭଲ କାମ ନାହିଁ । କାର୍ଯ୍ୟକ୍ରମର ସମ୍ମାନୀତ ଅତିଥି ତଥା ବ୍ୟାସନଗର ପୈାର ପରିଷଦର ନିର୍ବାହୀ ଅଧିକାରୀ ଶୁଭେନ୍ଦୁ କୁମାର ଜେନା ଚାରା ଗଛ ଗୁଡିକର ପୂଜାର୍ଚ୍ଚନା କରିବା ପରେ ଏହି ହନୁମାନ ବାଟିକା ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ବ୍ୟାସନଗର ପୈାର ପରିଷଦର ପୂର୍ବତନ ନଗରପାଳ ତଥା ଯାଜପୁର ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସବିତା ରାଉତ, ବ୍ୟାସନଗର ବରିଷ୍ଠ ନାଗରିକ ମଂଚ ସଂପାଦକ ଚନ୍ଦ୍ରମଣି ସାମଲ, ଅବସରପ୍ରାପ୍ତ ଷ୍ଟାଫ୍ ନର୍ସ ଉର୍ମିଳା ନାୟକ ପ୍ରମୁଖ ଯୋଗ ଦେଇ ଚାରାରୋପଣ କରିଥିଲେ । କରୋନା ଭଳି ବିଷମ ପରିସ୍ଥିତିରେ ନିଜର କାର୍ଯ୍ୟଧାରାକୁ ବଜାୟ ରଖି ଜନସେବାରେ ବ୍ରତୀ ଥିବା ତଥା ଏଠାରେ ଉପସ୍ଥିତ ଥିବା ଅତିଥିମାନଙ୍କୁ ‘ଉଦୟବଟ’ ତରଫରୁ ପୁଷ୍ପଗୁଚ୍ଛ, ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ୪୦ଟି ବିଭିନ୍ନ ମୂଲ୍ୟବାନ କିସମ ଯଥା-ଅଶୋକ, ଚମ୍ପା, ବଉଳ, ଆମ୍ରପଲ୍ଲୀ ଆମ୍ବ, ପିଜୁଳି, ପେସ୍ତା, ମେହଗାନୀ ଆଦିର ଚାରା ରୋପଣ ସହ ବାଡର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମକୁ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ସଂଚାଳନ କରିଥିବା ବେଳେ ‘ଉଦୟବଟ’ର ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିଦ୍ ଅଧ୍ୟାପକ ଡଃ. ଅକ୍ଷୟ କୁମାର ପଣ୍ଡା, ସ୍ୱାସ୍ଥ୍ୟ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଜମ୍ବୁନାଥ ସାମଲ, ସାମ୍ବାଦିକ ସୁଦୀପ୍ କୁମାର ମିଶ୍ର, ଜ୍ଞାନରଂଜନ ରାଉତ, ଉମାକାନ୍ତ ମହାପାତ୍ର, ଚକ୍ରଧର ଦାସ, ପ୍ରଶାନ୍ତ କୁମାର ପାତ୍ର, ପରମାନନ୍ଦ ଦାଶ, ନାରୀ ନେତ୍ରୀ ରୀନା ପାତ୍ର, ‘ଉଦୟବଟ’ର କାର୍ଯ୍ୟନିର୍ବାହୀ ସଂପାଦିକା ବିଦ୍ୟୁତ୍‌ପ୍ରଭା ରାୟ, ଗୈାରୀଶଙ୍କର ପତି, ସମାଜସେବୀ ଚକ୍ରଧର ମଲ୍ଲିକ, ଶତାଦ୍ଦୀ ସାମଲ ପ୍ରମୁଖ ଯୋଗ ଦେଇ ଗୋଟିଏ ଲେଖାଏ ଚାରାରୋପଣ କରିଥିଲେ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଛାଡି ‘ଉଦୟବଟ’ର ସୀମିତ ସମ୍ବଳ ମଧ୍ୟରେ ଆଉ ୫ଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ରାଉତ ସୂଚନା ଦେଇଛନ୍ତି । ଆସନ୍ତା କାଲି ପୂର୍ବାହ୍ନରେ ଫେରୋକ୍ରୋମ କାରଖାନା ମେନ ଗେଟ ନିକଟସ୍ଥ ‘କ୍ରୋମନଗର ବିଦ୍ୟାପୀଠ’ ପରିସରରେ ବୃକ୍ଷରୋପଣ କରାଯିବ । ଶେଷରେ ‘ଉଦୟବଟ’ର ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close