ଯାଜପୁର ପୈାର ପରିଷଦରେ ବଡାଖାନା କାର୍ଯ୍ୟକ୍ରମ

ଯାଜପୁର, ୨୪ା୩: ଯାଜପୁର ପୈାର ପରିଷଦ ପକ୍ଷରୁ ବଡାଖାନା କାର୍ଯ୍ୟକ୍ରମର ଆୟୋଜନ ବୁଧବାର ଅନୁଷ୍ଠିତ ହୋଇଥିଲା । ସପେଂଇ କର୍ମଚାରୀ ଓ ବିଭିନ୍ନ ୱାର୍ଡ ପାଇଁ ନିୟୋଜିତ କର୍ମଚାରୀମାନଙ୍କ ସହ ଆଲୋଚନା ବୈଠକ ଏବଂ ସମସ୍ୟା ସମାଧାନର ଅଂଶ ବିଶେଷ ଏହି କାର୍ଯ୍ୟକ୍ରମରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପାରସ୍ପରିକ ସଦ୍‌ଭାବନା ଓ ଭାଇଚାରା ବଢିବା ସହ କାର୍ଯ୍ୟ କରିବାକୁ ଊତ୍ସାହ ପ୍ରଦାନ କରିବ ବୋଲି କହିଥିଲେ । ପୈାର ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସି.ଡି.ଏମ୍‌.ଓ ସୁଧାଂଶୁ ଶେଖର ବଳ, ଏ.ଡି.ଏମ୍‌.ଓ ପ୍ରଶାନ୍ତ କୁମାର ନାଥଶର୍ମା, ପୈାର ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ ପ୍ରମୁଖ ଯୋଗ ଦେଇଥିଲେ । ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୮ ଜଣ ସ୍ୱଚ୍ଚ୍ଥ ସାଥୀ ଓ ସପେଂଇ କର୍ମଚାରୀଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ପରେ ଊପରୋକ୍ତ ଅଧିକାରୀମାନେ ଊପସ୍ଥିତ ସପେଂଇ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କୁ ଖାଦ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ନାୟକ, ସହକାରୀ ଜିଲ୍ଲାପାଳ ଅନୁପ ବେହେରା, ତରଣୀସେନ ପଟ୍ଟନାୟକ, ଊମେଶ ଚନ୍ଦ୍ର ଲେଙ୍କା ଓ ପୈାର ପରିଷଦର ସ୍ୱତନ୍ତ୍ର ଅଧିକାରୀ ସୁଦର୍ଶନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close