ଯାଜପୁରରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ


ଯାଜପୁର, ୦୮/୦୪: ସ୍ୱାସ୍ଥ୍ୟ ହିଁ ସମ୍ପଦ । ଏହାକୁ ଭିତ୍ତି କରି ପ୍ରତ୍ୟେକ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏପ୍ରିଲ ମାସ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରେ । ଏହି ଉପଲକ୍ଷେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ଯାଜପୁର ଆନୁକୂଲ୍ୟରେ ଏକ ସଚେତନତା ବୈଠକର ଆୟୋଜନ କରାଯାଇଥିଲା । ଗୁରୁବାର ପୂର୍ବାହ୍ନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ବିରଂଚି ନାରାୟଣ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସହିତ ଯୋଡି ହୋଇଥିବା ସମସ୍ତ ଅଭିପ୍ରାୟ ପ୍ରତି ସଚେତନ ରହିବା ଆମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ପ୍ରତ୍ୟେକ ବର୍ଷ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଦିବସ ପାଇଁ ଏକ ବିଷୟ ଚୟନ କରିଥାଏ, ଯାହାକୁ ଆଧାର କରି ଆମେ ଏହି ଦିବସ ପାଳିବା ସହିତ ସଚେତନତାର ବାର୍ତ୍ତା ପହଞ୍ଚାଇ ଥାଊ । ଚଳିତ ବର୍ଷର ଥିମ୍ ବା ବିଷୟ “ମୋ ବିଶ୍ୱ ମୋ ସ୍ୱାସ୍ଥ୍ୟ” ଅର୍ଥାତ୍ ବିଶ୍ୱ ସୁସ୍ଥ ରହିଲେ ଦେଶ ସୁସ୍ଥ ରହିବ, ଦେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା । ପୃଥିବୀରୁ ମିଳୁଥିବା ପ୍ରାକୃତିକ ସଂସାଧନ ମାନବର ଭୁଲ ପାଇଁ ଦିନକୁ ଦିନ ବିଗିଡିଯାଉଚ୍ଥି । ଜଳବାୟୁ ପ୍ରଦ୍ୟୁଷଣ, ଜଙ୍ଗଲ ଧ୍ୱଂସ, ମାନବ ଜୀବନକୁ ସଂକଟରେ ପକାଊଚ୍ଥି । ଏହାର ନିରାକରଣ କରିବା ଆଜିର ଦିନରେ ଜରୁରୀ ହୋଇପଡିଚ୍ଥି ବୋଲି ସେ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡା. ରମେଶ ଚନ୍ଦ୍ର ମଲ୍ଲିକ ସୁସ୍ଥ ରହିବା ଆଇଁ ନିରୋଗ ଜୀବନଚର୍ଯ୍ୟା ଜରୁରୀ ବୋଲି କହିଥିଲେ । ସୁଷମ ଖାଦ୍ୟ, ବ୍ୟାୟାମ, ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ବିପଦମୁକ୍ତ ବ୍ୟବହାର, ଓ କାର୍ଯ୍ୟପନ୍ଥା ଏବଂ ମାନସିକ ଭାବେ ସୁସ୍ଥ ରହିବା ପାଇଁ ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଲେପ୍ରୋସି) ଡା. ଶିବ ପ୍ରସାଦ ସାହୁ ପୃଥିବୀକୁ ଜାଗ୍ରତ କରାଇପାରିଲେ ଆମେ ସମସ୍ତେ ଭଲରେ ବଞ୍ଚିପାରିବା ବୋଲି ମତବ୍ୟକ୍ତ କରିଥିଲେ । ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର ନିୟୋଜନ) ଡା. ଶିବାଶିଷ ମହାରଣା ସଭାପତିତ୍ୱ କରିବା ସହ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ଅନେକ ଉପାଦେୟ ତଥ୍ୟ ଉପସ୍ଥାପନା କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ (ମ୍ୟାଲେରିଆ) ଡା. ପ୍ରଦୀପ୍ତ କୁମାର ସାହୁ ଆଜିର ଦିବସର ମହତ୍ତ୍ୱ ପ୍ରତିପାଦନ କରିବା ସଂଗେ ସଂଗେ ସମସ୍ତଙ୍କ ପାଖରେ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ନିବେଦନ କରିଥିଲେ । ଶେଷରେ ଜିଲ୍ଲା ଜନସ୍ୱାସ୍ଥ୍ୟ ସଂଯୋଜକ ଶ୍ରୀମତୀ ରୁକ୍ମିଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ଏପ୍ରିଲ ୧ ରୁ ୧୫ ପର୍ଯ୍ୟନ୍ତ ସ୍ୱଚ୍ଚ୍ଥତା ପକ୍ଷ ପାଳନ ଅବସରରେ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଓ କର୍ମଚାରୀମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close