ଯାଜପୁର ଜିଲ୍ଲାର ଊତ୍କଳ ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଯାଜପୁର ; ୨୮/୦୩ (ନି ପ୍ର ) : ଯାଜପୁର ଜିଲ୍ଲା ସ୍ତରୀୟ ଉତ୍କଳ ଦିବସ ତଥା ଜିଲ୍ଲା ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର କୋଭିଡ ପାଇଁଁ ୨ ବର୍ଷ ଧରି କୈାଣସି କାର୍ଯ୍ୟକ୍ରମ ବା ଉତ୍ସବ ଆୟୋଜନ ହୋଇପାରୁ ନ ଥିବା ବେଳେ ଚଳିତ ବର୍ଷ ସରକାରଙ୍କ ମାର୍ଗଦର୍ଶିକା ଆଧାରରେ କାର୍ଯ୍ୟକ୍ରମ ପାଇଁ ଅନୁମତି ମିଳିଥିବାରୁ ଶୃଙ୍ଖଳିତ ଭାବେ ଏହାକୁ ସମ୍ପନ୍ନ କରିବାକୁ ପରାମର୍ଶ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଓଡିଶା ଦିବସ ସହଜିଲ୍ଲାର ପ୍ରତିଷ୍ଠା ଦିବସ ଏକକାଳୀନ ପାଳନ ହେବା ଏକ ଗର୍ବ ଓ ଗୈାରବର କଥା । ତେଣୁ ଏହି ଦିବସକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସ୍ୱାଗତ ସହ ବିଗତ ବର୍ଷର ବିବରଣୀ ତଥା ଖର୍ଚ୍ଚର ତଥ୍ୟ ଉପସ୍ଥାପନ କରିଥିଲେ । ବିସ୍ତୃତ ଆଲୋଚନା ପରେ ନିମ୍ନମତେ କାର୍ଯ୍ୟକ୍ରମ ଚୁଡାନ୍ତ ହେଲା । ରାଜ୍ୟ ସରକାର ମୁଖ୍ୟ ଅତିଥିଙ୍କ ନାମ ପ୍ରେରଣ କରିବେ । ଉତ୍କଳ ଦିବସ ଦିନ ପ୍ରତ୍ୟୁଷ ଘ. ୪.୩୦ ମିନିଟ ସମୟରୁ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ୱାରା ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିବେଷଣ କରାଯିବ । ବିଭିନ୍ନ ଶିକ୍ଷାନୁଷ୍ଠାନର ଚ୍ଥାତ୍ର ଚ୍ଥାତ୍ରୀଙ୍କ ଦ୍ୱାରା ପୂର୍ବାହ୍ନ ଘ. ୬.୩୦ ମିନିଟ ଠାରୁ ପ୍ରଭାତପେଂରୀ ଅନୁଷ୍ଠିତ ହେବ । ପୂର୍ବାହ୍ନ ଘ. ୭.୩୦ ମିନିଟ ସମୟରେ ଗାନ୍ଧୀ ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି, ପରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି , ଗୈାତମ ବୁଦ୍ଧ ସଂସ୍କୃତି ଭବନ ମଧ୍ୟରେ ଥିବା ବରପୁତ୍ର ମାନଙ୍କ ପଂଟୋଚିତ୍ର ଓ ଜିଲ୍ଲା ସ୍କୁଲ ଠାରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ଅପରାହ୍ନ ୫ ଘଟିକା ସମୟରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ । ଏଥିରେ ଦିବସର ମୁଖ୍ୟ ଅତିଥିଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ଯୋଗ ଦେବେ । ଏହି ଅବସରରେ ପୂର୍ବରୁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଅନୁଷ୍ଠିତ ବିବିଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ । ତତ୍ ସହିତ ଚଳିତ ବର୍ଷର ଶ୍ରେଷ୍ଠ ଧାନ ଚାଷୀ ଭାବେ ଚୟନ କମିଟି ଦ୍ୱାରା ଚୁଡାନ୍ତ ହୋଇଥିବା ଶ୍ରେଷ୍ଠ ଧାନଚାଷୀଙ୍କୁ ଜଗନ୍ନାଥ ମଲ୍ଳ୍‌ିକ କୃଷକ ସମ୍ମାନରେ ସମ୍ୱର୍ଦ୍ଧିତ କରାଯିବ । ବିଗତ ବର୍ଷ ମାନଙ୍କ ଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ପଂଳ, ଜେଲ୍‌ର ଅନ୍ତେବାସୀ ଓ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବ ।ସଂଧ୍ୟାରେ ସଭା ପରେ ପରେ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରେରଣ କରାଯାଇଥିବା ସାଂସ୍କୃତିକ ଦଳ ଦିନେଶ ମଲ୍ଲିକ ଓ ସାଥୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ଅବସରରେ ସଂସ୍କୃତି ଭବନ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ସଂପୃକ୍ତ କାର୍ଯ୍ୟାଳୟ ପକ୍ଷରୁ ଆଲୋକିକରଣ କରାଯିବ ବୋଲି ସ୍ଥିର ହୋଇଚ୍ଥି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close