Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଯାଜପୁର ଜିଲ୍ଲା ପରିଷଦ ସଭାପତି ଭାବେ ନଳିନୀ ପ୍ରଭା ଯେନା ନିର୍ବାଚିତ

ଯାଜପୁର,୧୩/୦୩ (ନି ପ୍ର): ଯାଜପୁର ଜିଲ୍ଲା ପରିଷଦ ସଭାପତି ନିର୍ବାଚନରେ କୋରାଇ ୩ ନମ୍ବର ଜୋନ୍‌ର ପ୍ରାର୍ଥୀ ନଳିନୀ ପ୍ରଭା ଯେନା ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ରବିବାର ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ଅନୁଷ୍ଠିତ ନିର୍ବାଚନରେ ଶ୍ରୀମତୀ ଯେନାଙ୍କୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଅକ୍ଷୟ କୁମାର ମଲିକ ବିଜୟୀ ଘୋଷଣା କରିଥିଲେ । ପରେ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋର ଶ୍ରୀମତୀ ଯେନାଙ୍କୁ ଶପଥପାଠ କରାଇଥିଲେ । ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକ କୁମାର ବେହୁରିଆ ନବନିର୍ବାଚିତ ସଭାପତିଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ପୁର୍ବାହ୍ନରେ ଜିଲ୍ଲାପାଳ ଶ୍ରୀ ରାଠୋର ସମସ୍ତ ନବ ନିର୍ବାଚିତ ସଦସ୍ୟ/ସଦସ୍ୟାଙ୍କୁ ଶପଥପାଠ କରାଇବା ପରେ ନିର୍ବାଚନ ଅଧିକାରୀ ଶ୍ରୀ ମଲିକ ନିର୍ବାଚନ କମିଶନଙ୍କ ମାର୍ଗ ଦର୍ଶିକା ଆଧାରରେ ନିର୍ବାଚନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କୁମାର ମହାପାତ୍ର ଓ ପୁର୍ବତନ ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ଉପସ୍ଥିତ ରହି ପ୍ରାର୍ଥୀଙ୍କୁ ସହଯୋଗ କରିଥିଲେ । ଶ୍ରୀମତୀ ଯେନା ଦୁଇ କିତା ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ତାହା ଯାଞ୍ଚ ପରେ ଯୋଗ୍ୟ ବିବେଚିତ ହୋଇଥିଲା । ଅନ୍ୟ କେହି ପ୍ରତିଦ୍ୱନ୍ଦିତା କରିନଥିବାରୁ ଦିବା ୧ଘଟିକା ପରେ ନିର୍ବାଚନ ଅଧିକାରୀ ଶ୍ରୀମତୀ ଯେନାଙ୍କୁ ବିଜୟୀ ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୩୯ଟି ଜିଲ୍ଲା ପରିଷଦ ଜୋନ୍‌ର ସମସ୍ତ ନବନିର୍ବାଚିତ ସଦସ୍ୟ/ସଦସ୍ୟାମାନେ ଉପସ୍ଥିତ ରହି ଶ୍ରୀମତୀ ଯେନାଙ୍କୁ ସମର୍ଥନ କରିବା ସହ ବିଜୟୀ ଘୋଷଣା ପରେ ଅଭିନନ୍ଦନ ଜଣାଇଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close