ଯୁବ ସମାଜସେବୀ ଶ୍ରୀକାନ୍ତ ଲାହାଙ୍କ ୧ମ ଶ୍ରାଦ୍ଧ ବାର୍ଷିକୀରେ ରକ୍ତଦାନ ଶିବିର
ବ୍ୟାସନଗର, ୨୦/୨(ଉ. ନ୍ୟୁଜ୍ ବ୍ୟୁରୋ): ବ୍ୟାସନଗର ଅଂଚଳର ସୁପରିଚିତ ଯୁବ ପ୍ରତିଭା ତଥା ସମାଜସେବୀ ଶ୍ରୀକାନ୍ତ କୁମାର ଲାହା (ସିପୁ)ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆଜି ରବିବାର ସକାଳେ ସ୍ଥାନୀୟ ଷ୍ଟେସନ ବଜାର ସ୍ଥିତ ‘ହୋଟେଲ ଭବାନିଶଙ୍କର’ ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଯାପୁରରୋଡ କ୍ଷେତ୍ରୀୟ ଚିକିତ୍ସାଳୟ ରକ୍ତ ଭଣ୍ଡାରର ମୁଖ୍ୟ (ବି.ବି.ଓ) ଡ଼ା. ଅନନ୍ଦିତା ଉଦ୍ଘାଟନ କରିଥିଲେ । ‘ଶ୍ରୀକାନ୍ତ ସ୍ମୃତି ସଂସଦ’ ବ୍ୟାସନଗର ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରଟି ୰ ସିପୁଙ୍କ ପିତା ସନ୍ତୋଷ କୁମାର ଲାହା ଓ ବରିଷ୍ଠ ସାମ୍ବାଦିକ ନିତ୍ୟାନନ୍ଦ ମହାଳିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଂପାଦିତ ହୋଇଥିଲା । ଏଥିରେ ସମ୍ମାନିତ ଅତିଥି ଭାବେ ସୁସାହିତ୍ୟିକ ଅଧ୍ୟାପକ ଡ଼ଃ. ଅକ୍ଷୟ କୁମାର ପଣ୍ଡା, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ଯୁବ ସମାଜସେବୀ ରାଜେଶ ରାଉତ ପ୍ରମୁଖ ଯୋଗ ଦେଇ ଶ୍ରୀକାନ୍ତଙ୍କ ବହୁମୁଖି ସେବା ପରାୟଣ ମନୋଭାବ ଉପରେ ଆଲୋକପାତ କରି ତାଙ୍କ ଶ୍ରାଦ୍ଧ ବାର୍ଷିକରେ ରକ୍ତଦାନ ଶିବିରର ଆୟୋଜନ କରି ‘ଶ୍ରୀକାନ୍ତ ସ୍ମୃତି ସଂସଦ’ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛି ବୋଲି କହିଥିଲେ । ଏହି ଶିବିର ପରିଚାଳନାରେ ଯୁବ ସମାଜସେବୀ ପ୍ରକାଶ ଜେନା, ମନୋଜ ଦାସ, ତବିନ ସାମଲ, ବରିଷ୍ଠ ସମାଜସେବୀ ମୋହନ ମହାରଣା, ଜ୍ଞାନରଂଜନ ରାଉତ, ଦେବେନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ଭା.ଜ.ପା ନେତା ନିରଞ୍ଜନ ଘଡାଇ, ପ୍ରେମାନନ୍ଦ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଏହି ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।