କେନ୍ଦୁଝର ନାଗରିକ ମଞ୍ଚର ସଭାପତି ତଥା ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ପରଲୋକ

କେନ୍ଦୁଝର/ମୟୁରଭଞ୍ଜ ; ୦୮/୦୨ (ଲଷ୍ମୀନାରାୟଣ ରାଉତରାୟ ଙ୍କ ଠାରୁ): ଖଣି ହେଉ ଅବା ପାଣି , ଜଙ୍ଗଲ ହେଉ କି ପରିବେଶ କେନ୍ଦୁଝରବାସୀଙ୍କ ହକ୍ ଲଢ଼େଇରେ ସମ୍ମୁଖ ଯୋଦ୍ଧା ପାଲଟିଥିବା କେନ୍ଦୁଝର ନାଗରିକ ମଞ୍ଚର ସଭାପତି ତଥା ଅବସରପ୍ରାପ୍ତ ୱିଙ୍ଗ କମାଣ୍ଡର କିରଣ ଶଙ୍କର ସାହୁଙ୍କ ଜିଲ୍ଲା ବାସୀଙ୍କୁ ସ୍ଥବ୍ଧ କରିଦେଇଛି।ଆଉ ଶୁଭିବନି କିରଣଙ୍କ ଶାଣିତ ସ୍ବର । ବାୟୁସେନାର ଅବସରପ୍ରାପ୍ତ ୱିଙ୍ଗ୍ କମାଣ୍ଡର କିରଣ ଶଙ୍କର ସାହୁଙ୍କର ୮୩ ବର୍ଷ ବୟସରେ ସୋମବାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ନିଧନ ହୋଇଛି।୧୯୪୦ସେପ୍ଟେମ୍ବର ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଜନ୍ମଗ୍ରହଣ କରିଥିଲେ କିରଣ ଶଙ୍କର । ବିଦ୍ୟାଳୟ ଶିକ୍ଷା ପରେ ରେଭେନ୍ସାରେ ଯୁକ୍ତ ଦୁଇ ବିଜ୍ଞାନ ପଢିଥିଲେ । ଏହାପରେ ଖଡକପୁର ଆଇଆଇଟିରୁ ମେକାନିକାଲ ଇଞ୍ଜିନିୟରିଂରେ ବିଟେକ ପାସ କରି ୧୯୬୪ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ବାୟୁସେନାରେ କାର୍ଯ୍ୟରତ ଥିବାବେଳେ ବେଙ୍ଗାଲୁରୁସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରୁ ଏରୋନଟିକାଲ ଇଞ୍ଜିନିୟରିଂରେ ଏମଟେକ ଶିକ୍ଷା ଗ୍ରହଣ କରିଥିଲେ । ଏହା ସହ ଡିଫେନ୍ସ ଷ୍ଟାଫ୍ କଲେଜରୁ ଏମବିଏ ଡିଗ୍ରୀ ହାସଲ କରିଥିଲେ । ବାୟୁସେନାରେ ୧୯୮୯ରେ ୱିଙ୍ଗ୍ କମାଣ୍ଡର ଭାବେ ଅବସର ନେଇଥିଲେ । ତାଙ୍କ ପତ୍ନୀ ମଧ୍ୟ ବାୟୁସେନାରେ ଜଣେ ଡାକ୍ତର ଥିଲେ । ଏହା ପରେ ନିଜ କର୍ମଭୂମି ଭାବେ କେନ୍ଦୁଝରକୁ ବାଛି ନେଇଥିଲେ । ୧୯୯୦ରୁ ସେ କେନ୍ଦୁଝର ସହର ସ୍ଥିତ ଅରଡେଇ ନଦୀକୂଳରେ ରହି ଆସୁଥିଲେ । ଜିଲ୍ଲାର ବିକାଶ ପାଇଁ ତାଙ୍କୁ ଅବଦାନକୁ ସମ୍ମାନ ଜଣାଇ ଉତ୍ତରଓଡିଶା ବିଶ୍ବବିଦ୍ୟାଳୟ ତାଙ୍କୁ ଭୂମିପୁତ୍ର ସମ୍ମାନରେ ସମ୍ମାନିତ କରିଥିଲା ।ଅନେକ ଦିନ ଧରି ଫୁସଫୁସ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ । ସୋମବାର ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି କରିଣଶଙ୍କର ସାହୁ । ତାଙ୍କ ବିୟୋଗରେ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close