ରାଜ୍ୟରେ ଆସନ୍ତା ୭ ତାରିଖରୁ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ପାଠପଢ଼ା ,ପ୍ରଥମେ ୮ମ ଶ୍ରେଣୀରୁ ଉର୍ଦ୍ଧ୍ବ ,୧୪ ରୁ କେଜି ଠାରୁ ସପ୍ତମ

ଭୁବନେଶ୍ବର ; ୦୩/୦୨(ଜ୍ୟୋତିରଞ୍ଜନଙ୍କ ଠାରୁ ) : ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ୨ବର୍ଷ ଧରି କୋଭିଡ୍ ପରିସ୍ଥିତି ଯୋଗୁଁ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । କୋଭିଡର ୩ୟ ଲହରୀ ଯୋଗୁଁ ପିଲାମାନେ ଦୁଇବର୍ଷ ହେଲା ସ୍କୁଲ ଯାଇପାରୁନାହାନ୍ତି। ତୃତୀୟ ପର୍ଯ୍ୟାୟରେ ଓମିକ୍ରନ ଲହରୀ ଯୋଗୁଁ ଗତ ଏକମାସ ଧରି ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ତେବେ ଏବେ ତୃତୀୟ ପର୍ଯ୍ୟାୟ ପିକରେ ପହଚିଂ ସାରିଥିବା ତଥା ଏହାର ସଂକ୍ରମଣ କମ୍ ଥିବାରୁ ସରକାର ଏବେ ଶିକ୍ଷାନୁଷ୍ଠାନଗୁଡ଼ିକୁ ଖୋଲି ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଆସନ୍ତା ୭ ତାରିଖରୁ ସ୍କୁଲ ଏବଂ କଲେଜ ଗୁଡିକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। କୋଭିଡ୍‌ କଟକଣାକୁ କଠୋର ଭାବେ ପାଳନ କରାଯିବାକୁ କୁହାଯାଇଛି। ଆସନ୍ତା ୭ ତାରିଖ ସୋମବାର ରୁ ୮ମ ଶ୍ରେଣୀରୁ ଉପରକୁ ସବୁ ଶିକ୍ଷାନୁଷ୍ଠାନ ଖୋଲାଯିବ।ଏହା ସହିତ ରାଜ୍ୟର ସମସ୍ତ ପ୍ରଶିକ୍ଷଣ ଅନୁଷ୍ଠାନ ମଧ୍ୟ କୋଭିଡ କଟକଣା ଅନୁଯାୟୀ ଖୋଲାଯିବ। ଫେବୃଆରୀ ୧୪ ତାରିଖରୁ କେଜି ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ସ୍କୁଲ ଯିବାକୁ କୁହାଯାଇଛି। ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ଜରିଆରେ ପାଠପଢା ହେବ । ଛାତ୍ରଛାତ୍ରୀ ମାନେ ପସନ୍ଦ ମୁତାବକ ପଢ଼ା ମାଧ୍ୟମ ବାଛିପାରିବେ ।ଉଚ୍ଚଶିକ୍ଷା ବିଭାଗ ସମେତ ଟେକନିକାଲ, ମେଡିକାଲ ଓ ପ୍ରଫେସନାଲ ଆଦି ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟ ସାମିଲ ଅଛି । ଅନେକ ଦିନ ଧରି ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବା ପାଇଁ ବିଭିନ୍ନ ବର୍ଗରୁ ଚାପ ପଡ଼ୁଥିଲା ତା’ସହିତ ୧୫ରୁ ୧୮ବର୍ଷ ବୟସର ପିଲାଙ୍କୁ ଟିକାକରଣ ମଧ୍ୟ ବ୍ୟାପକ ଭାବେ ହୋଇସାରିଛି। ପିଲାମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ଆସନ୍ତା ସୋମବାରରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ୍ୱ ପିଲାଙ୍କ ପାଠପଢ଼ା ସ୍ୱାଭାବିକ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ, ସ୍କୁଲ ଓ ଗଣଶିକ୍ଷା ବିଭାଗ, ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗ, କୃଷି ବିଭାଗ, ସାମାଜିକ ସଶକ୍ତିକରଣ ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗ, ସ୍ୱାସ୍ଥ୍ୟ ବିଭାଗ ସମେତ ଅନ୍ୟାନ୍ୟ ବିଭାଗ ଅଧୀନରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ ଖୋଲିବ । ସ୍କୁଲ ଖୋଲାଯିବା ସଙ୍ଗେ ସଙ୍ଗେ ସମସ୍ତ ହଷ୍ଟେଲ ମଧ୍ୟ କଟକଣା ସହ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close