ବଲିଉଡ ତଥା ମରାଠୀ ଅଭିନେତା ରମେଶ ଦେଓଙ୍କ ପରଲୋକ

ନୂଆଦିଲ୍ଲୀ ; ୦୩/୦୨(ବ୍ୟୁରୋ) : ଆଉ ନାହାନ୍ତି ଚଳଚ୍ଚିତ୍ର ଜଗତର ଅଭିନେତା ରମେଶ ଦେଓ। ବଲିଉଡ ତଥା ମରାଠୀ ଚଳଚ୍ଚିତ୍ରର ଭେଟେରାନ ଅଭିନେତା ରମେଶ ଦେଓଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ଘଟିଛି । ମୁମ୍ବାଇର ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ସେ ଅନେକ ହିନ୍ଦୀ ଏବଂ ମରାଠୀ ଚଳଚ୍ଚିତ୍ରରେ କାମ କରିଥିଲେ । ତାଙ୍କ ପତ୍ନୀ ମଧ୍ୟ ଜଣେ ଅଭିନେତ୍ରୀ ଥିଲେ । ଅଭିନେତା ରମେଶ ଦେଓଙ୍କ ଜନ୍ମ ମହାରାଷ୍ଟ୍ରର କୋଲହାପୁରରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ଆରତୀ । ୧୯୬୨ ମସିହାରେ ଆସିଥିବା ତାଙ୍କ ଚଳଚ୍ଚିତ୍ର ବରଦକ୍ଷିଣା ଖୁବ୍ ହିଟ ହୋଇଥିଲା ।ଏହି ଚଳଚ୍ଚିତ୍ର ସମୟରେ ତାଙ୍କର ଭେଟ ସୀମା ଦେଓଙ୍କ ସହ ହୋଇଥିଲା । ପରେ ଦୁହେଁ ବିବାହ କରିଥିଲେ । ସୀମା ମଧ୍ୟ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ।ରମେଶ ଦେଓ ଅମିତାଭ ବଚ୍ଚନ ଏବଂ ରାଜେଶ ଖାନ୍ନାଙ୍କ ଭଳି ପ୍ରଖ୍ୟାତ ଅଭିନେତାଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ।୨୫୦ ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ର, ୧୯୦ ମରାଠୀ ଚଳଚ୍ଚିତ୍ର ଏବଂ ୩୦ ମରାଠୀ ନାଟକରେ କାମ କରିଛନ୍ତି | ସେ ଅନ୍ୟମାନଙ୍କ ମଧ୍ୟରେ ଖିଲୋନା, ରାମପୁର କା ଲକ୍ଷ୍ମଣ, କୋରା କାଗାଜ ଭଳି ଲୋକପ୍ରିୟ ହିନ୍ଦୀ ଚଳଚ୍ଚିତ୍ରରେ ସହାୟକ ଭୂମିକାରେ ନଜର ଆସିଥିଲେ | ତାଙ୍କର କିଛି ପ୍ରମୁଖ ସିନେମା ହେଉଛି ଖୁଦ୍ଦାର, ହଥକାଡି, ଜମିର, ପ୍ରେମ ନଗର, ଗୀତା ମେରା ନାମ, ବନଫୁଲ, ଦର୍ପଣ, ସରସ୍ବତୀଚନ୍ଦ୍ର, ମେହେରବାନ୍, କୁଦରତ କା କାନୁନ, ପ୍ୟାର କିୟା ହେ ପ୍ୟାର କରେଙ୍ଗେ, ତକଦିର, ଶ୍ରୀମାନ ଶ୍ରୀମତି, ଫକିରା, ସୁନହରା ସଂସାର, ହିରାଲାଲ୍ ପନ୍ନାଲାଲ୍, ଦିଲଜଲା, କୋରା କାଗଜ, କାସୌଟି, ଜମିନ ଆସମାନ, କର୍ମ ଯୁଦ୍ଧ, ମିଷ୍ଟର ଇଣ୍ଡିଆ, ଜୋରୁ କା ଗୁଲାମ, ଗୋରା, ଶେର୍ ଶିବାଜୀ ଆଦିରେ କାମକରି ବହୁ ପରିଚିତ ଥିଲେ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close