ସର୍ବଭାରତୀୟ ଦୁଃସାହସିକ କାର୍ଯ୍ୟକ୍ରମରେ ମାଉଣ୍ଟ ଲିଟେରା ଜି ସ୍କୁଲ ଯାଜପୁରରୋଡ ସ୍କାଉଟ ଆଣ୍ଡ ଗାଇଡ଼ ଛାତ୍ରଛାତ୍ରୀଙ୍କ ସଫଳତା

ଯାଜପୁର /ବ୍ୟାସନଗର ; ୦୪/୦୧(ନି ପ୍ର) : ଯାଜପୁର ରୋଡ଼ କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲର ସ୍କାଉଟ ଆଣ୍ଡ ଗାଇଡ଼ର ଛାତ୍ରଛାତ୍ରୀ ମାନେ ପଞ୍ଚମାରି ମଧ୍ୟପ୍ରଦେଶ ଠାରେ ଅନୁଷ୍ଠିତ ସର୍ବଭାରତୀୟ ଦୁଃସାହସିକ କାର୍ଯ୍ୟକ୍ରମରେ ସଫଳତାର ସହ ଅଂଶଗ୍ରହଣ କରି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି। ପ୍ରକାଶଯୋଗ୍ୟ ଯେ ଡିସେମ୍ବର ମାସ ୨୧ରିଖ ଠାରୁ ଆରମ୍ଭ କରି ୨୭ଡିସେମ୍ବର ପର୍ଯ୍ୟନ୍ତ ବିଦ୍ୟାଳୟର ସ୍କାଉଟ ମାଷ୍ଟର ଶ୍ରୀମନ୍ତ କୁମାର ରାୟଙ୍କ ନେତୃତ୍ୱରେ ୨୦ ଜଣ ପ୍ରତିନିଧି ଦଳ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଛାତ୍ରଛାତ୍ରୀଙ୍କ ସହ ବରିଷ୍ଠ ଶିକ୍ଷକ ସତ୍ୟନାରାୟଣ ପଣ୍ଡା ଓ ମହିଳା ତତ୍ବାବାଧାରିକା ରଶ୍ମିତା ମିଶ୍ର ମଧ୍ୟ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶ ଏବଂ ଓଡିଶାରୁ ଏକ ମାତ୍ର ମାଉଣ୍ଟ ଲିଟେରା ଜି ସ୍କୁଲର ଛାତ୍ରଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଯେପରିକି ଅଶ୍ୱ ଚାଳନା,ସାଇକ୍ଲିଂ, ଧନୁ ଚାଳନା, ବନ୍ଧୁକ ଚାଳନା,ନୌକା ଚାଳନା,ଓଡ଼ିଶୀ ନୃତ୍ୟ ଏମିତି ଅନେକ ପ୍ରତିଭା ଦେଖାଇ ପୁରସ୍କୃତ ହୋଇଥିଲେ। ପ୍ରତ୍ୟହ ପର୍ବତାରୋହଣ କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ। ଜଟାଶଙ୍କର ପର୍ବତ, ଚୌରାଗଡ଼ର ବଡ ମହାଦେବ,ରାଜେନ୍ଦ୍ରଗିରି,ସେଣ୍ଟର ପଏଣ୍ଟ,ହାଣ୍ଡିଖୋ,
ବାଇସନ ମ୍ୟୁଜିଆମ,ବି ଫଲ, ପାଣ୍ଡବ ଗୁମ୍ଫା ଆଦି ପରିଭ୍ରମଣ କରିଥିଲେ। ଏହାବ୍ୟତୀତ ପ୍ରତିଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ନାଚ ଗୀତ ମଧ୍ୟ କରାଯାଇଥିଲା। ଛାତ୍ରଛାତ୍ରୀ ମାନେ ନୃତ୍ୟ ଗୀତରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିବା ସହ ମେଡାଲ ପ୍ରାପ୍ତ କରିଥିଲେ। ଶ୍ରୀମନ୍ତ ରାୟଙ୍କୁ ତାଙ୍କର ନୀରବ ସାଧନା ପାଇଁ ଟ୍ରଫି ଦ୍ୱାରା ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ଆକ୍ଟିଭିଟି ପ୍ରମୂଖ ବଲବୀର ସିଂ ଓ ସୋନିଆ ବେଦୀ ପିଲାମାନଙ୍କର ପ୍ରତ୍ୟହ ଗତିବିଧି ସମ୍ପର୍କରେ ସୂଚନା ସଂଗ୍ରହକରି ଅନଲାଇନ ମାଧ୍ୟମରେ ଅଭିଭାବକଙ୍କ ଶଙ୍କା ଦୂର କରିଥିଲେ। ସାରା ଓଡିଶାରୁ ଏକମାତ୍ର ସ୍କୁଲ ଭାବେ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସଫଳତା ପ୍ରାପ୍ତ କରିଥିବାରୁ ବିଦ୍ୟାଳୟ ଓ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି। ବିଦ୍ୟାଳୟର ସଂସ୍ଥାପକ ବୁଦ୍ଧଦେବ ରାଉତ ଓ ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ସମସ୍ତଙ୍କୁ ଧନ୍ୟବାଦ ଦେବାସହ ଛାତ୍ରଛାତ୍ରୀଙ୍କ ଉତୋରତ୍ତର ମଙ୍ଗଳ କାମନା କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close