ବଦଳିବ ନାହିଁ ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ

ଭୁବନେଶ୍ୱର ; ୩୦/୧୨ ( ଜ୍ୟୋତି ରଞ୍ଜନଙ୍କ ଠାରୁ ) : ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ଏ ନେଇ ଜାନୁଆରୀ ୩ରୁ କ୍ଲାସରୁମ ପାଠପଢା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଅନେକଙ୍କ ପ୍ରଶ୍ନ ସ୍କୁଲ ଖୋଲିବ କି ନାହିଁ । କିନ୍ତୁ ବଦଳିବନି ସ୍କୁଲ ଖୋଲିବା ନିଷ୍ପତ୍ତି । ଏନେଇ ସ୍ପଷ୍ଟ କରିଛନ୍ତି ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ । ସେପଟେ ସ୍କୁଲ ଖୋଲିବା ଘୋଷଣାର ୨୪ଘଣ୍ଟା ନପୁରୁଣୁ ଡିଏମଇଟି ଡାକ୍ତର ରମାରମଣ ମହାନ୍ତି ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି କହିଥିଲେ ।ରାଜ୍ୟରେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତିରେ ପରିବର୍ତ୍ତନ ହୋଇପାରେ ବୋଲି କହିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଗଣଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ କହିଛନ୍ତି, ସ୍କୁଲ ଖୋଲିବା ନିଷ୍ପତ୍ତି ସରକାର ନେଇଛନ୍ତି । ଏଥିରେ କୌଣସି ପରିବର୍ତ୍ତନ ହେବାର ନାହିଁ । ତେବେ ସ୍କୁଲ ଖୋଲିବା ପୂର୍ବରୁ କ୍ୟାମ୍ପସ ସଫେଇ, କ୍ଲାସରୁମ୍‌, ଡେସ୍କ, ବେଞ୍ଚ, ସରଞ୍ଜାମକୁ ବିଶୋଧନକୁ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଡିଇଓ, ବିଇଓ ଓ ସିଆରସିସି ମାନେ ନିୟମିତ ବ୍ୟବଧାନରେ ସ୍କୁଲ ଗସ୍ତ କରି ଯାଞ୍ଚ କରିବାକୁ କୁହାଯାଇଛି । ପିଲାଙ୍କ ସ୍ୱାସ୍ଥ୍ୟ ଓ ଭବିଷ୍ୟତ ଉଭୟ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଯାହାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କୁହାଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close