ଯାଜପୁରରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ଯାଜପୁର, ୫ା୧୨: ମୃତ୍ତିିକାକୁ ସୁସ୍ଥ ନ ରଖିଲେ ଜୀବଜଗତ ଧରା ପୃଷ୍ଠରୁ ଲୋପ ପାଇଯିବ ବୋଲି ଆଶଙ୍କା ବ୍ୟକ୍ତ କରିଚ୍ଥନ୍ତି ଯାଜପୁର ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି । ଆଜି ରବିବାର ପୂର୍ବାହ୍ନରେ ଜିଲ୍ଲା କୃଷି କାର୍ଯ୍ୟାଳୟ ପରିସରରେ ବିଶ୍ୱ ମୃତ୍ତିିକା ଦିବସ ପାଳିତ ହୋଇଯାଇଚ୍ଥି । ଜିଲ୍ଲା କୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଯୋଗଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମହାନ୍ତି ସଂପ୍ରତି ମୃତ୍ତିିକାର ସ୍ୱାସ୍ଥ୍ୟକୁ ଆମେ ଅତ୍ୟଧିକ ସାର ଓ କୀଟନାଶକ ବ୍ୟବହାର ଦ୍ୱାରା ଦୂଷିତ କରିଚାଲିଚ୍ଥନ୍ତି ବୋଲି କହିଥିଲେ । ତେଣୁ ମୃତ୍ତିିକାର ସ୍ୱାସ୍ଥ୍ୟ ପରୀକ୍ଷା କରାଇ ସେହି ଆଧାରରେ ଅର୍ଗାନିକ ସାର, ଖତସାର ବ୍ୟବହାର କଲେ ତାହା ପୂର୍ବଭଳି ଉନ୍ନତ ମୃତ୍ତିିକା ହୋଇପାରିବ ବୋଲି ମତ ଦେଇଥିଲେ । ଏହି ସଚେତନତାକୁ କୃଷି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବିଭାଗ କୃଷକମାନଙ୍କୁ ଅବଗତ କରାଇବାକୁ ସେ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ପୃଥିବୀ ସୃଷ୍ଟି ଠାରୁ ମୃତ୍ତିିକାର ତାତ୍ପର୍ଯ୍ୟକୁ ଜୀବ ଜଗତ ଅନୁଭବ କରିଚ୍ଥନ୍ତି ବୋଲି ସୂଚାଇଥିଲେ । ତେଣୁ ପ୍ରତିଟି ଦିବସ ବିଶ୍ୱ ମୃତ୍ତିିକା ଦିବସ, କାରଣ ପଂଚଭୂତର ସୁ-ସମନ୍ୱୟ ନ ରହିଲେ ଜୀବ ଜଗତ ତିଷ୍ଠି ପାରିବ ନାହିଁ ଓ ମୃତ୍ତିିକା ତା’ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ । ମା’ ଭଳି ମାଟିର ସ୍ୱାସ୍ଥ୍ୟ ପରୀକ୍ଷା ନ କଲେ ସେ ଦୁର୍ବଳ, ରୁଗ୍‌ଣ ହେବା ସହ ଉତ୍ପାଦନରେ ଦୁର୍ବଳତା ଓ ଦୂରାବସ୍ଥାର ସମ୍ମୁଖୀନ ହେବ ବୋଲି ଆଶଙ୍କା କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ମଣିଷ ଭଳି ମାଟିର ସ୍ୱାସ୍ଥ୍ୟ ରକ୍ଷା ପ୍ରତ୍ୟେକଙ୍କର ଧ୍ୟେୟ ହେବା ଉଚିତ ବୋଲି କହିଥିଲେ । ନିଜ ଇଚ୍ଚ୍ଥାରେ ଔଷଧ ଗ୍ରହଣ ଓ ଉପଯୁକ୍ତ ପରୀକ୍ଷା ନୀରିକ୍ଷା ପରେ ଲକ୍ଷଣ ଅନୁସାରେ ଚିକିତ୍ସା ଗ୍ରହଣ ଭିତରେ ଅନେକ ପଂରକ । ତେଣୁ ମାଟିର ପରୀକ୍ଷା ପରେ ସେହି ଅନୁସାରେ ଉପଚାର କଲେ ପ୍ରତିଟି ଚାଷୀ ଲାଭବାନ ହୋଇପାରିବେ ବୋଲି ଶ୍ରୀ ସେଠୀ ଆଶା ପୋଷଣ କରିଥିଲେ । ବଡଚଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡଃ. ସୁନିଲ କୁମାର ମହାପାତ୍ର, ଜିଲ୍ଲା ଜଳଚ୍ଥାୟ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ନାରାୟଣ ପାତ୍ର, ଊଦ୍ୟାନ ବିଭାଗର ସହକାରୀ ନିର୍ଦ୍ଦେଶକ ସୂର୍ଯ୍ୟମଣି ମହାରଣା ପ୍ରମୁଖ ଯୋଗଦେଇ ଜମିର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ବିବିଧ ପଦକ୍ଷେପ ସଂପର୍କରେ ଆଲୋକପାତ କରିବା ସହ ନିୟମିତ ଖତ ଓ ଅଣୁସାର ପ୍ରୟୋଗ, ପଂସଲ ପରିବର୍ତ୍ତନ, ଜମିରେ ଡାଲି ଜାତୀୟ ପଂସଲ ଉତ୍ପାଦନ, ଧନିଚା ଚାଷ କରିବା ଏବଂ ଜଳ ପରିଚାଳନା ଊପରେ ଗୁରୁତ୍ୱ ଦେଇଥିଲେ । ଡି.ପି.ଡି ହେମନ୍ତ କୁମାର ସାମଲ ବିସ୍ତୃତ ସୂଚନା ଦେଇ ଆଦର୍ଶ ମାଟିର ସଂଜ୍ଞା, ମାଟିର ଉର୍ବରତା ଓ ଉତ୍ପାଦନ ବୃଦ୍ଧି ସଂପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର ସେନାପତି ଏଥିରେ ଅଧ୍ୟକ୍ଷତା କରିବା ସହ ଜିଲ୍ଲାରେ ପ୍ରତ୍ୟେକ ବର୍ଷ ୫ ହଜାର ବିନା ମୂଲ୍ୟରେ ମୃତ୍ତିିକା ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଇଚ୍ଥି ବୋଲି କହିଥିଲେ । ୨୦୧୩ ମସିହା ଠାରୁ ବିଶ୍ୱ ମୃତ୍ତିିକା ଦିବସ ପାଳିତ ହୋଇଆସୁଚ୍ଥି ଓ ଚଳିତ ବର୍ଷର ବିଷୟ ଲବଣହୀନ ମୃତ୍ତିିକା ତ୍ୱରୀତ ଊତ୍ପାଦକାରୀତା ରହିଚ୍ଥି ବୋଲି ସୂଚନା ଦେଇଥିଲେ । ଶେଷରେ ଯାଜପୁରରୋଡ କୃଷି ଅଧିକାରୀ ସ୍ୱତଂଜୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଯାଜପୁର ବ୍ଳ୍‌କ କୃଷି ଅଧିକାରୀ ଡଃ ପରେଶ କୁମାର ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ୨୦ରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ମୃତ୍ତିିକା ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ଏଥିରେ କୃଷି ବିଭାଗର ଅଧିକାରୀ ଓ କୃଷକମାନେ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close