ବିଜେଡି ପକ୍ଷରୁ ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କୋରାଇ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ

କୋରେଇ ; ୨୩/୧୧ ( ବ୍ୟୁରୋ) : ରନ୍ଧନଗ୍ୟାସ ଦରବୃଦ୍ଧି ପ୍ରତିବାଦରେ କୋରାଇ ବିଜେଡି ପକ୍ଷରୁ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ମହିଳା, ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ହୋଇଥିବା ଏହି ବିକ୍ଷୋଭରେ କୋରାଇ ବିଧାୟକ ଅଶୋକ କୁମାର ବଳ ଯୋଗଦେଇ କେନ୍ଦ୍ର ସରକାରଙ୍କ ଜନମାରଣା ନୀତିକୁ କଟୁ ସମାଲୋଚନା କରିଥିଲେ । ଏହି ଅବସରରେ ଏକ ଦାବିପତ୍ର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କୋରେଇ ବିଡିଓ ରଞ୍ଜନ କୁମାର ପରିଡାଙ୍କୁ ପ୍ରଦାନ କରାଯାଇଥିଲା । ହୋଇଥିବା ପ୍ରତିବାଦ ସଭା ଜିଲ୍ଲା ଯୁବବିଜେଡି ସଭାପତି ପ୍ରତାପ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସବିତା ରାଉତ, ସମ୍ପାଦିକା ପଙ୍କଜିନୀ ମହାକୁଡ, ଯୁବନେତା ଧନେଶ୍ୱର ବାରିକ, ଛାତ୍ର ସଭାପତି ଚିତରଞ୍ଜନ ଲେଙ୍କା, ବିଧାୟକଙ୍କ କୋରେଇ ବ୍ଳକ ପ୍ରତିନିଧି ତାରକେଶ୍ୱର ମହାନ୍ତି, ଜିଲ୍ଲା ଯୁବ ବିଜେଡି ସମ୍ପାଦକ ବିବେକାନନ୍ଦ ମହାନ୍ତି, ରସୁଲପୁର ବ୍ଲକ ପ୍ରତିନିଧି ଶ୍ରୀଧର ବିଶ୍ୱାଳ, ଯୁବନେତା ରାକେଶ ମହାନ୍ତି, ବ୍ଳକ ବିଜେଡି ସଭାପତି ଭକ୍ତବତ୍ସଳ ସ୍ୱାଇଁ, ବ୍ଲକମହିଳା ବିଜେଡି ସଭାପତି ନିର୍ମଳା ରାଉତ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରି ବରାଳ, ଯୁବବିଜେଡି ସଭାପତି ପ୍ରଶାନ୍ତ ମହାପାତ୍ର, ସରପଂଚ ସୌଭାଗ୍ୟ କୁମାର ମହାନ୍ତି,ସମିତିସଭ୍ୟ ନୀଳାଦ୍ରୀ ଭୂଷଣ ସାହୁ, ସନ୍ତୋଷ କୁମାର ସ୍ୱାଇଁ, ରଞ୍ଜନକୁମାର ଦାସ, ତପନକୁମାର ଦଳେଇ, ସ୍ମୃତିରଞ୍ଜନ ପତ୍ରୀ, ନର୍ମଳା ପରିଡା, କାର୍ତିକ ଦାସ, ଶଶିକାନ୍ତ ବରାଳ, ଯୁବନେତା ମାନସକୁମାର ମହାନ୍ତି, ଗୋଲେଖ ମାଝି, ସୁଶାନ୍ତକୁମାର ମହାପାତ୍ର, ରାଜେନ୍ଦ୍ର ରାଉତ, ପାର୍ଥସାରଥୀ ଜେନା, ମୋଜିବୁର ରହେମାନ, ଶ୍ରୀକାନ୍ତ ମହାନ୍ତି, ବସନ୍ତ ପୃଷ୍ଟି, ସୁବ୍ରତ ସେଠୀ, ସନ୍ତୋଷ କୁମାର ତରେଇ, ରୁନୁ ପରିଡ଼ା, ସତିସ ଚନ୍ଦ୍ର ଧଳ, କୈଳାସ ସାହୁ, ହରିଶଙ୍କର ଗୁରୁ, ଚନ୍ଦ୍ରଶେଖର ସାମଲ, ଶ୍ରୀଧର ସାହୁ, ଉମାକାନ୍ତ ମାଝୀ, ବଳରାମ ରାଉତ, ଯୁବନେତା ବସନ୍ତ ମହାକୁଡ, ସୁକର୍ଣ୍ଣ ରାଉତ, ନିରଞ୍ଜନ ବାରିକ, ରାଜେଶ ମହାପାତ୍ର, ରୁନୁ ଭୁୟାଁ, ନିରଞ୍ଜନ ପରିଡା, ଦୀପକ ରାୟ, ଲିଲି ବୋଇତାଇ, ପୀତିପଦ୍ମା ସାହୁ, ସୁରେଖା ସେଠୀ, ସବିତା ମଲିକ, ଗୁଣ୍ଡିଚା ମଲିକ, ପ୍ରକାଶ ମଲିକ ପ୍ରମୁଖ ବହୁ ଯୁବ, ଛାତ୍ର ଓ ମହିଳା କର୍ମୀ ଯୋଗ ଦେଇଥିଲେ । ଶେଷରେ କାଚରାସାହି ସରପଂଚ ସସ୍ମିତା ତରେଇ ଧନ୍ୟବାଦ ଅର୍ପଣ କରିଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close