‘ଉଦୟବଟ’ ତରଫରୁ ୬୭ତମ ଶିଶୁ ଦିବସ ପାଳିତ ଓ ‘ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ’ ପ୍ରତିଯୋଗିତାର ଶୁଭାରମ୍ଭ

ବ୍ୟାସନଗର,୧୪/୧୧: ସ୍ଥାନୀୟ ବ୍ୟାସନଗର ପୈାର ପରିଷଦର ଫେରୋକ୍ରୋମ କଲୋନି ଗେଟ୍ ନିକଟସ୍ଥ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ‘ଉଦୟବଟ’ ତରଫରୁ ୬୭ତମ ଶିଶୁ ଦିବସ ସଂପାଦକ ଦୁଷ୍ମନ୍ତ କୁମାର ରାଉତ ଅଧ୍ୟକ୍ଷତାରେ ଆଜି ରବିିବାର ଅପରାହ୍ନରେ ପାଳିତ ହୋଇଯାଇଛି । କ୍ରୋମନଗରୀ ବ୍ୟାସନଗରର ବସ୍ତିର କେତେକ ପିଲାମାନଙ୍କ ମଧ୍ୟରେ ଖୁସିର ପରିପ୍ରକାଶ ପାଇଁ ‘ଉଦୟବଟ’ ଚେଷ୍ଟିତ । ଏହି ଅବସରରେ ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା, କୋରାଇର ପୂର୍ବତନ ବିଧାୟକ ୰ ଅଶୋକ ଦାସ ସ୍ମାରକୀ ଜାତୀୟ ସ୍ତରୀୟ ପ୍ରତିଯୋଗିତା-୨୦୨୧ର ଶୁଭାରମ୍ଭ ହୋଇଥିଲା । ଆଜି ପ୍ରଥମେ ୧୨ ବର୍ଷରୁ କମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜୁନିୟର ବିଭାଗ ଅଫ୍‌ଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଥିଲା । ପ୍ରତିଯୋଗିତାଟି ଏକ ସଂଗରେ ଯାଜପୁରରୋଡର ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’, ରାୟଗଡ଼ାର ରାଣୀଗୋଡା ଫାର୍ମପାରଳାଖେମୁଣ୍ଡିର ରାଣୀ ପଦ୍ମାବତୀ କଲୋନି ଆଦି ୦୩ଟି ସ୍ଥାନରେ ଅନୁଷ୍ଠିତ ହୋଇଥିଲା । ଯାଜପୁରରୋଡରେ ଅନୁଷ୍ଠିତ ପ୍ରତିଯୋଗିତାଟି ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଆବାହକତ୍ୱରେ, ରାୟଗଡ଼ା ପ୍ରତିଯୋଗିତାଟି ନୀଳମାଧବ ପାତ୍ରୋଙ୍କ ଆବାହକତ୍ୱରେ ଓ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ପ୍ରତିଯୋଗିତାଟି ଜସ୍ମିତା ମହାପାତ୍ରଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ହୋଇଥିଲା । ଯାଜପୁରରୋଡ଼ରେ ୩୬ଜଣ, ରାୟଗଡ଼ାରେ ୧୪ଜଣ ଓ ପାରଳାଖେମୁଣ୍ଡିରେ ୬ଜଣ ପ୍ରତିଯୋଗି ଭାଗ ନେଇଥିଲେ । ବ୍ୟାସନଗର (ଯାଜପୁରରୋଡ)ରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେଂଟ୍ରାଲ ସ୍କୁଲ, ବ୍ୟାସନଗର, ସେଂଟ ଜାଭିୟର୍ସ ସ୍କୁଲ, ବ୍ୟାସନଗର ପବ୍ଲିକ ସ୍କୁଲ, ସେଂଟମେରୀ ସ୍କୁଲ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ମଧୂସୁଦନନଗର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସୋଲେଇ, ଦାନଗଦି, କ୍ରୋମନଗର ବିଦ୍ୟାମନ୍ଦିର, ଫେରୋକ୍ରୋମ ପ୍ଲାଂଟ, ସାପଗଡ଼ିଆ ସ୍କୁଲ, ଜାଭିୟର୍ସ ଇଂଟର ନ୍ୟାସନାଲ ସ୍କୁଲ, ମାଉଂଟ ଲିଟରା ଜି ସ୍କୁଲ, ଧବଳଗିରି ସ୍କୁଲ, ଯାଜପୁରରୋଡ ବାଳିକା ବିଦ୍ୟାଳୟ ପ୍ରଭୃତି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ବ୍ୟାସନଗର କାର୍ଯ୍ୟକ୍ରମକୁ ପୂର୍ବତନ ନଗରପାଳ ରସାନନ୍ଦ ମହାନ୍ତି ଉଦ୍‌ଘାଟନ କରିଥିବା ବେଳେ ଅତିଥି ଭାବେ ବ୍ୟାସନଗର ବରିଷ୍ଠ ନାଗରିକ ମଂଚର ସଂପାଦକ ଚନ୍ଦ୍ରମଣି ସାମଲ ଯୋଗ ଦେଇ ପିଲାମାନଙ୍କୁ ଉତ୍ସାହିତ କରିବା ସହ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମକୁ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ତଥା ‘ଉଦୟବଟ’ର ସହଯୋଗୀ ସଂପାଦକ ଦୀପକ ରଂଜନ ପାଣିଗ୍ରାହୀ, ଢ଼େଙ୍କାନାଳ ଜିଲ୍ଲା ପ୍ରତିନିଧି ସୈାଭାଗ୍ୟ ମୁଦୁଲି, ଯାଜପୁର ଜିଲ୍ଲା ପ୍ରତିନିଧି ବସନ୍ତ କୁମାର ପାତ୍ର, କେଉଁଝର ରାମଚନ୍ଦ୍ରପୁର ପ୍ରତିନିଧି ସମୀର କୁମାର ମିଶ୍ର, ଦାନଗଦି ପ୍ରତିନିଧି ହରଦୟାଲ ସିଂହ, ଶ୍ରମିକ ନେତା ଅରୁଣ ଦାସ, ସମାଜସେବୀ ଚକ୍ରଧର ମଲ୍ଲିକ, ଆରତୀ ରାୟ, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ, କାଂଚନ ନାୟକ, ସୁମନ ରାୟ, ପ୍ରଫୁଲ୍ଲ ବାରିକ, ଗୈାରୀଶଂକର ପତି, ଅଭିଷେକ ମଲ୍ଲ, ଦେବେନ୍ଦ୍ର ମଲ୍ଲିକ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀମାନଙ୍କର ଉନ୍ନତ ଭବିଷ୍ୟତ କାମନା କରିଥିଲେ । ଏଥିସହ ଏଠାରେ ୬୭ତମ ଶିଶୁ ଦିବସ ପାଳିତ ହୋଇଥିଲା । ସ୍ୱାଧିନ ଭାରତର ୧ମ ପ୍ରଧାନମନ୍ତ୍ରୀ ଚାଚା ନେହୁର କିପରି ଶିଶୁମାନଙ୍କୁ ଭଲ ପାଉଥିଲେ ଓ ଏହି ଦିବସର ତାତ୍ପର୍ଯ୍ୟତା ସଂର୍ପକରେ ଏଠାରେ ଆଲୋଚନା କରାଯିବା ସହ ଶିଶୁମାନଙ୍କର ସଠିକ୍ ଯତ୍ନ ନେବାକୁ ମତପ୍ରକାଶ ପାଇଥିଲା । ଏହି ଅବସରରେ ସମସ୍ତ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହ ବିଶ୍ୱ ମଧୂମେହ ରୋଗ ଦିବସର ଅନୁଚିନ୍ତା ଉପରେ ଏଠାରେ ଆଲୋକପାତ କରାଯାଇଥିଲା । ଶେଷରେ ବିଦ୍ୟୁତ୍‌ପ୍ରଭା ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close