ଯାଜପୁର ଜିଲ୍ଲା ସ୍କ୍ୱାର୍ଡ ପକ୍ଷରୁ ଲାବ୍ରୋଟୋରି ଓ ନର୍ସିଂହୋମ୍ ଉପରେ ଚଢାଉ
ବ୍ୟାସନଗର;୦୮/୧୧( ବ୍ୟୁରୋ): ଯାଜପୁର ଜିଲ୍ଲା ବ୍ୟାସନଗର ଅଞ୍ଚଳରେ ଦିନକୁ ଦିନ ଛତୁ ଫୁଟିଲା ପରି ଲ୍ୟାବ ସଂଖ୍ୟା ବୃଦ୍ଧି ପାଉଛି। ହେଲେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କି ପ୍ରଦୂଷଣ ବିଭାଗ ବିନା ଅନୁମତିରେ ବର୍ଷ ବର୍ଷ ଧରି ଲାବ୍ରୋଟୋରି ଖୋଲି ଲୋକ ମାନଙ୍କୁ ଲୁଟି ଚାଲିଛନ୍ତି । ଅନେକ ନର୍ସିଂହୋମ୍ ମଧ୍ଯ ବିନା ଲାଇସେନ୍ସରେ ଡାଇଗ୍ନୋଷ୍ଟିକ ସେଣ୍ଟର ଖୋଲିଛନ୍ତି । ଜିଲ୍ଲା ସ୍ପେଶିଆଲ ସ୍କ୍ୱାର୍ଡ ପକ୍ଷରୁ ସହରରେ ୯ ଗୋଟି ଲାବ୍ରୋଟୋରି ଓ ୨ ଗୋଟି ନର୍ସିଂହୋମ୍ ଉପରେ ଚଢାଉ କରିଥିବା ବେଳେ ଖବର ପାଇ ବହୁ ଲାବ୍ରୋଟୋରି ବନ୍ଦ କରିଦେଇଥିଲେ । ଚଢାଉ ବେଳେ ଅନେକ ଲ୍ୟାବର ଲାଇସେନ୍ସ ଥିବା ବେଳେ ବିଏମ ଡବ୍ଲ୍ୟୁ (ବାୟୋ ମେଡିକାଲ ୱେଷ୍ଟ ମ୍ୟାନେଜମେଣ୍ଟ) ନ ଥିବାରୁ ଦଳା ଛକ ସ୍ଥିତ ତାରିଣୀ ଲାବ୍ରୋଟୋରିକୁ ସିଲ କରାଯାଇଛି । ବହୁ ଲ୍ୟାବର ଲାଇସେନ୍ସ ଥିବା ବେଳେ ପ୍ରଦୂଷଣ ପାଇଁ ଅନୁମତି ନ ଥିବା ଚଢାଉରୁ ଜାଣିବାକୁ ମିଳିଛି। ଯେଉଁମାନଙ୍କର କାଗଜପତ୍ର ନାହିଁ ସେମାନଙ୍କୁ ୧୫ ଦିନ ସମୟ ଦିଆଯାଇଥିବା ବେଳେ ବେଆଇନ ଭାବେ ଡାଇଗ୍ନୋଷ୍ଟିକ ସେଣ୍ଟର କରିଥିବା ନର୍ସିଂହୋମର କାଗଜପତ୍ର ଜବତ କରାଯାଇଛି । ଏହି ଚଢାଉରେ ସୁପରିଟେଣ୍ଡେଣ୍ଟ ଡଃ ଅନୁପ କୁମାର ନାଥ ଶର୍ମା, ଡେପୁଟି କଲେକ୍ଟର ଜୁଡିସିଆଲ, ଅତିରିକ୍ତ ଏସପି, ଅଫିସ କର୍ମଚାରୀ ମାନସ ରଞ୍ଜନ ନାୟକ ସାମିଲ ହୋଇଥିବା ସୂଚନା ମିଳିଛି।