ଯାଜପୁର କେନ୍ଦ୍ରୀୟ ଜି.ଏସ.ଟି ପକ୍ଷରୁ ସର୍ତକତା ସପ୍ତାହ ପାଳନ ଓ ଶପଥପାଠ
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ବ୍ୟାସନଗର, ୦୭/୧୧: ଯାଜପୁରରୋଡର ସାପଗଡିଆ ସ୍ଥିତ କେନ୍ଦୀୟ ଉତ୍ପାଦ ଶୁଳ୍କ ଓ ଜି.ଏସ.ଟି ପକ୍ଷରୁ ସର୍ତକତା ସଚେତନତା ସପ୍ତାହ-୨୦୨୧ ପାଳିତ ହୋଇଯାଇଛି । ଏଥିରେ କେନ୍ଦ୍ରୀୟ ଜି.ଏସ.ଟି ସହକାରୀ କମିଶନର ଶୋଭନ କୁମାର ମଣ୍ଡଳ, ସୁପରିଟେଣ୍ଡେଟ୍ ନକୁଳ ଚନ୍ଦ୍ର ଧଳ, ସନତ କୁମାର ନସ୍କର, ନିରୀକ୍ଷକ କ୍ରିଷ୍ଣା ଘୋଷ, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ, ରାଜେଶ କୁମାର ଖୁଂଟିଆ, ଆଇନଜୀବୀ ଜ୍ଞାନରଂଜନ ନାୟକ, ରମାକାନ୍ତ ଚୈାହାନ, କେତେକ ବ୍ୟବସାୟୀ ପ୍ରମୁଖ ଭାଗ ନେଇ ଦୁର୍ନୀତି ବିରୋଧରେ ସଚେତନତା ପାଇଁ ଏହି ସପ୍ତାହର ତାତ୍ପର୍ଯ୍ୟତା ରହିଛି ବୋଲି ସୂଚାଇଥିଲେ । ଏହି ଅବସରରେ ସହକାରୀ କମିଶନର ଶ୍ରୀ ମଣ୍ଡଳ ଉପସ୍ଥିତ ସମସ୍ତ କର୍ମଚାରୀ, ଟିକସଦାତା ଆଦିଙ୍କୁ ସତ୍ୟନିଷ୍ଠାର ଶପଥପାଠ କରାଇଥିଲେ ।