ଯାଜପୁର ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରପିଂ ପ୍ରତିଯୋଗିତା ଅନୁଷ୍ଠିତ
ଯାଜପୁର, ୨୮ା୯: ସାହିତ୍ୟ, କଳା, ସଂସ୍କୃତି ଓ କ୍ରୀଡାର ବିକାଶ ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଏଥିପାଇଁ ଲୋକକଳାକୁ ପ୍ରାଥମିକତା ଦିଆଯାଇଚ୍ଥି ବୋଲି ଜିଲ୍ଲା ପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି ମତବ୍ୟକ୍ତ କରିଚ୍ଥନ୍ତି । ଆଜି ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଯାଜପୁର ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରପିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଶ୍ରୀ ମହାନ୍ତି କହିଥିଲେ ଯେ, ପାରମ୍ପରିକ ଲୋକକଳା ଆମ ଓଡିଆ ଜାତିର ଅସ୍ମିତାର ପ୍ରତୀକ । ଏହାର ପୁନରୁଦ୍ଧାର ଓ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଏହି ପ୍ରତିଯୋଗିତା ସେମାନଙ୍କ ଦକ୍ଷତା ଓ କଳାକୁ ଅଧିକ ଶାଣିତ କରିବ ବୋଲି ସେ ମତ ଦେଇଥିଲେ । ଏଥିରେ ଯୋଗ ଦେଇ ବରୀ ବିଧାୟିକା ସୁନନ୍ଦା ଦାସ କହିଥିଲେ ଯେ, କଳା ଈଶ୍ୱରଙ୍କ ଆଶିର୍ବାଦରୁ ପ୍ରାପ୍ତ ହୁଏ । ଏହାକୁ ପ୍ରଚାର ପ୍ରସାର କରୁଥିବା କଳାକାରମାନେ ଚିର ନମସ୍ୟ ବୋଲି କହିବା ସହ ରାଜ୍ୟ ସରକାର ଏହାର ପ୍ରସାର ପାଇଁ ଗ୍ରହଣ କରିଥିବା ପଦକ୍ଷେପ ସଂପର୍କରେ ସେ ସୂଚନା ଦେଇଥିଲେ । ଏଥିରେ ସଭାପତିତ୍ୱ କରି ଜିଲ୍ଲାପାଳ ତଥା ଜିଲ୍ଲା କଳା ସଂସ୍କୃତି ସଂଘର ଅଧ୍ୟକ୍ଷ ଚକ୍ରୱର୍ତୀ ସିଂହ ରାଠୋର କଳା ଓ କଳାକାରମାନଙ୍କ ଉନ୍ନତି ପାଇଁ ସରକାର ଓ ପ୍ରଶାସନ ଅନେକ ପଦକ୍ଷେପ ନେଇଚ୍ଥନ୍ତି ବୋଲି କହିଥିଲେ । କୋଭିଡ ସମୟରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଚ୍ଥି କଳା କ୍ଷେତ୍ର । ପ୍ରଶାସନ ପକ୍ଷରୁ କଳାର ବିକାଶ ପାଇଁ ଯାଜପୁର ଓ ବ୍ୟାସନଗରର ସଂସ୍କୃତି ଭବନକୁ ଆକର୍ଷଣୀୟ ଭାବେ ନିର୍ମାଣ ସହ ପ୍ରତି ଦୁଇ ମାସରେ କଳା ସଂସ୍କୃତିର ପ୍ରସାର ପାଇଁ ଲୋକକଳା ପ୍ରଦର୍ଶନର ବ୍ୟବସ୍ଥା କରାଯିବ ବୋଲି ସେ ସୂଚନା ଦେଇଥିଲେ । କଳା ଈଶ୍ୱର ପ୍ରଦତ ଓ ଦକ୍ଷତାର ପରିପ୍ରକାଶ ବୋଲି କହିବା ସହ ଜନ ସଚେତନତା ସୃଷ୍ଟିରେ କଳାର ଅବଦାନ ଗୁରୁତପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍୍ଳିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ଲୋକକଳା ଟ୍ରପିଂ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ତଥା ସଂସ୍କୃତି ପ୍ରେମୀ ପ୍ରପେଂସର ରାଧାରଣ ଦାସ, ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍୍ଳିକ, ଶାରଦା ଦେବୀ ଡିଗ୍ରୀ ମହାବିଦ୍ୟାଳୟ, କୋଠାରର ଅଧ୍ୟକ୍ଷ ତଥା ଲୋକକଳା ଗବେଷକ ସତ୍ୟବ୍ରତ ଭାରତୀ ପ୍ରମୁଖ ଯୋଗଦେଇ ଲୋକକଳାର ଉତ୍ପତି, ତାହାର ପରମ୍ପରା, ସଂସ୍କୃତି ଓ ପରିପାଟି ସହ ଆମ ଜନ ଜୀବନ ଏବଂ ଜୀବନ ଊପରେ କଳାର ପ୍ରତିପଂଳନ ସଂପର୍କରେ ଆଲୋକପାତ କରିଥିଲେ । ପରେ ବିଭିନ୍ନ ବ୍ଳ୍କ ଓ ପୈାରାଂଳରୁ ଆସିଥିବା ୧୨ଗୋଟି ଲୋକକଳା ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ଦଳଙ୍କୁ ଟ୍ରପିଂ ଓ ମାନପତ୍ରରେ ପୁରସ୍କୃତ କରାଯାଇଥିଲା । ଏଥିରେ କୋରାଇ ବ୍ଳ୍କ ଲୋକକଳା ଦଳ ପ୍ରଥମ, ରସୁଲପୁର ଲୋକକଳା ଦଳ ଦ୍ୱିତୀୟ ଓ ବ୍ୟାସନଗର ଲୋକକଳା ଦଳ ତୃତୀୟ ସ୍ଥାନ ହାସଲ କରିଥିଲେ । ଅନ୍ୟ ସମସ୍ତ ଦଳଙ୍କୁ ମଧ୍ୟ ଅଂଶ ଗ୍ରହଣକାରୀଙ୍କୁ ଟ୍ରପିଂ ଓ ମାନପତ୍ର ପ୍ରଦାନ କରାଯାଇଥିଲା । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତୋଷ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ, ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର କାନୁନ୍ଗୋ, ଭଣ୍ଡାର ରକ୍ଷକ ସତ୍ୟଜିତ୍ ନାୟକ, କ୍ଷିପ୍ର ଲେଖିକା ମିନତୀ ଦାଶ, ପ୍ରୋଜେକ୍ସନିଷ୍ଟ ଶାନ୍ତନୁ କୁମାର ସାହୁ, ରତିକାନ୍ତ ମହାନ୍ତି, ରବିନ୍ଦ୍ର କୁମାର ଦାସ, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ, ଦୀପ୍ତିମୟୀ ଯେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।