ଯୁବ ସମାଜସେବୀ ସିର୍ଦ୍ଧାଥ ଶଙ୍କର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ଆଜି
From Childhood & till date I am fond of to do Social Works, Plantation Works, helps others who need especially Labouerers, Poors, trying to keep up Environment good etc……………I am fighting to give Social Justice who depends me & strongly working against Corruptions. I am emphasized on collective works. Patriotism & Honest Labour is my Motto……Jay Bharat
ଯାଜପୁର, ୨୪/୯(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର ଟାଉନ ଓ ଯାଜପୁର ନିର୍ବାଚନ ମଣ୍ଡଳୀର ବିଶିଷ୍ଟ ଯୁବ ସମାଜସେବୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସଂର୍ପକୀୟ ଭାଇ ସିର୍ଦ୍ଧାଥ ଶଙ୍କର ଦାସ (ଧଇନ)ଙ୍କ ୧ମ ଶ୍ରାଦ୍ଧ ବାର୍ଷିକ ଆଜି ସ୍ଥାନୀୟ ଲଳିତେଶ୍ୱରନଗର ସ୍ଥିତ ତାଙ୍କ ବାସଭବନରେ ଅନୁଷ୍ଠିତ ହେଉଛି । ଏହି ଅବସରରେ ଆଜି ସକାଳୁ ସକାଳୁ ନାମ ଗୀତା ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ସଂନ୍ଧ୍ୟାରେ ନାମ ସଂକୀର୍ତନ ଅନୁଷ୍ଠିତ ହେବ । ବହୁ ବ୍ୟକ୍ତିବିଶେଷ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ, ୰ ଧଇନ ବାବୁ ଜଣେ ଆଗଧାଡ଼ିର ସମାଜସେବୀ ଥିଲେ । ନିଜ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଇ ଖରାରେ, ବର୍ଷାରେ ଭିଜି, ବନ୍ୟା ପାଣିରେ ପଶି ଅସୁବିଧାରେ ଥିବା ଦୁର୍ଗତମାନଙ୍କୁ ସାହାଯ୍ୟ କରିବା ସହ ସେମାନଙ୍କ ନିକଟରେ ଖାଦ୍ୟ, ପାଣି, ଔଷଧ ଆଦି ପହଚାଂଉଥିଲେ । ହେଲେ ଦୁଭାର୍ଗଜନକ ଭାବେ ଏପରି ସମାଜସେବୀଙ୍କୁ ବିଧିର ବିଧାନ ଜନତାଙ୍କ ଠାରୁ ବିୟୋଗ କରିଦେଇଥିଲା । ଗତ ବର୍ଷ ସେ ଥଣ୍ଡା ଜ୍ୱରରେ ପ୍ରପୀଡ଼ିତ ଥାଇ ମଧ୍ୟ ବନ୍ୟା ବିପନ୍ନଙ୍କୁ ରିଲିଫ୍ ଯୋଗାଇ ଦେବାକୁ ବୋଟରେ ଯାଇ ଭିଜି ଯିବା ପରେ ଜ୍ୱର ବଢ଼ିଯାଇଥିଲା ଓ ସେ ‘କରୋନା’ରେ ଶିକାର ହୋଇଥିଲେ । ପରବର୍ତୀ ସମୟରେ ଚିକିତ୍ସାଧିନ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଥିଲେ । ତାଙ୍କ ବିୟୋଗରେ ସେତେବେଳେ ଜିଲ୍ଲା ବ୍ୟାପି ଶୋକର ଛାୟା ଖେଳିଯାଇଥିଲା । ଆଜି ତିଥି ଅନୁସାରେ ତାଙ୍କର ଶ୍ରାଦ୍ଧ ବାର୍ଷିକ ଅନୁଷ୍ଠିତ ହେଉଛି । ଏଥିରେ ବହୁ ବ୍ୟକ୍ତିବିଶେଷ ଯୋଗଦାନ କରୁଥିବାର ଜଣାଯାଇଛି । ଆଜିର ଏହି କାର୍ଯ୍ୟକ୍ରମକୁ ତାଙ୍କର ଭାଇ ଦେବଦତ ଦାସ (ପୁତୁଲା), ସଂର୍ପକୀୟ ଭାଇ ତଥା ପୂର୍ବତନ ଯାଜପୁରର ନଗରପାଳ ଭବପ୍ରକାଶ ଦାସ (ଲଲ), ଭିଣୋଇ ଅଜୟ କୁମାର ମହାନ୍ତି ପ୍ରମୁଖ ସଂପାଦନ କରୁଛନ୍ତି ।