ଯାଜପୁର ଗୈାତମ ବୁଦ୍ଧ ସଂସ୍କୃତି ଭବନ ଚଟାଣରୁ ଟାଇଲ ଉଠିଲାଣି

ଯାଜପୁର ଟାଉନ, ୨୧/୯(ସମୀର କୁମାର ମିଶ୍ରଙ୍କ ଠାରୁ): କଥାରେ ଅଛି “ମାରିନେଲେ ମହାପାତ୍ରେ ଅନେଇ ଥା ଜୁଳୁକା” । ଏ ଯୁଗରେ ବହୁ ସ୍ଥାନରେ ଏଇଆ ହିଁ ଘଟି ଚାଲିଛି । କିଛି ସୁବିଧାବାଦୀ, ଖୋସାମଦିଆ ଲୋକେ ସବୁ ଖାଇ ଖାଇ ଚାଲିଛନ୍ତି, ଆଉ ଅଧିକାଂଶ ଲୋକେ ଅଭାବ ଅନଟନ ମଧ୍ୟରେ ଅନେଇ ରହିଛନ୍ତି । ଯିଏ ଲାଭ ପାଇଲେ ସେଥିରୁ କିଛି ଦୁଃଖି ରଂଙ୍କିଙ୍କ ପାଇଁ ଖର୍ଚ୍ଚ କରିବ ତାଙ୍କ କଥା କେହି ବିବେଚନା କରନ୍ତି ନାହିଁ । ଆଉ ମୁନାଫା ପାଇଲେ ଯିଏ ଅୟସ କରିବ ବା ମଦ, ମାଂସ ଆଦିରେ ଟଙ୍କା ଉଡାଇବ ସେ ହିଁ ପାରିବାର ବ୍ୟକ୍ତି ବୋଲି ତାଙ୍କର ଏବେ ସବୁଠି ପ୍ରାୟ ଖାତିର ! କରୋନା ପାଇଁ ବହୁ ଟଙ୍କା ଆସିଥିବାର ଘୋଷଣା ପରେ ଘୋଷଣା ହୋଇଚାଲିଛି । ହେଲେ ସେସବୁ ଯାଉଛି କୁଆଡେ….? କିଛି ବୁଝା ପଡୁ ନାହିଁ ! ପୁଣି ଯାହା କାମ ହେଉଛି ସେଥିରୁ ବହୁ ସ୍ଥାନରେ ନିମ୍ନମାନର କାମ ହେଉଛି । କମ ମୁନାଫାଖୋର ବ୍ୟକ୍ତିଙ୍କୁ କାମ ଦିଆଯାଉନି । ପୁଣି ଜଣ ଜଣଙ୍କୁ କୋଟି କୋଟି ଟଙ୍କାର କାମ ଦିଆଯାଉଥିବା ବେଳେ ଛୋଟକାଟିଆ ବା କମ ପୁଜିଂ ଥିବା ବ୍ୟକ୍ତିଙ୍କୁ ଅଣଦେଖା କରାଯାଉଛି । ଫଳରେ ଜଣେ ଜଣେ ବହୁ କୋଟିର ମାଲିକ ଅଳ୍ପ ଦିନରେ ହେଉଥିବା ବେଳେ ଅଧିକାଂଶ ଦରିଦ୍ରରୁ ଦରିଦ୍ରତର ହେଉଛନ୍ତି । ଟିକସ, ବିଜୁଳି ବିଲ ଦେଇପାରୁ ନ ଥିବା ବେଳେ ଛୁଆ ପିଲାଙ୍କୁ ପାଠ ପଢ଼ାଇ ପାରୁ ନାହାନ୍ତି…ଆଦି ବହୁ ଅକୁହା ସମସ୍ୟାରେ ପେଷି ହେଉଛନ୍ତି । ରାଜନୈତିକ ବ୍ୟକ୍ତି ଓ ଅଧିକାରୀ/ଯନ୍ତ୍ରୀଙ୍କ ପାଖ ଲୋକଙ୍କୁ କାମ ବେଶି ମିଳୁଥିବାର ପରିଲକ୍ଷିତ ହେଉଛି । ଅଧିକାଂଶ ରାଜନିତିଆ ଧୋବଧାଉଳିଆ ଓ ଦାମୀ ଗାଡି ଚଢ଼ୁଥିବା ବ୍ୟକ୍ତିଙ୍କୁ ବେଶି ପସନ୍ଦ କରି କାମ ଦେଉଥିବାର ଚର୍ଚ୍ଚା ହେଉଛି । ଅପରପକ୍ଷରେ କାମ କରି ସଂସାର ଚଳାଇବା ପାଇଁ ବ୍ୟାକୁଳ ଥିବା ବ୍ୟକ୍ତିଙ୍କ ପାଇଁ ଏବେ କାହାର ଯେପରି ଚିନ୍ତା ନାହିଁ ।
       ଏ କେଉଁ ମଫସଲ କି ଗାଁ’ର କାମ ନୁହେଁ । ଖୋଦ୍ ଯାଜପୁର ଜିଲ୍ଲାର ଜିଲ୍ଲା ସଦର ମହକୁମା ଠାରେ ଅବସ୍ଥିତ ‘ଗୈାତମ ବୁଦ୍ଧ ସଂସ୍କୃତି ଭବନ’ର କଥା । କିଛି ଦିନ ତଳେ ଏହାର ଚଟାଣରେ ପଡିଥିବା ଟାଇଲରୁ କିଛି ଏବେ ଉଠିଗଲାଣି । ଏମିତି ବହୁ ନିମ୍ନମାନର କାମ ବହୁ ସ୍ଥାନରେ ଚାଲିଥିଲେ ହେଁ କ୍ୱଚିତ୍ କାର୍ଯ୍ୟାନୁଷ୍ଠାନ ହେଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close