କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲରେ ହିନ୍ଦୀ ଦିବସ ପାଳିତ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

ଯାଜପୁରରୋଡ଼ ; ୧୪/୦୯ ( ବ୍ୟୁରୋ) : ଯାଜପୁର ଜିଲ୍ଲା କଳିଙ୍ଗନଗର କୁସୁନପୁର ସ୍ଥିତ ମାଉଣ୍ଟ ଲିଟେରା ଜି ସ୍କୁଲରେ ଜାତୀୟ ହିନ୍ଦୀ ଦିବସ ଅବସରରେ ସରସ୍ୱତୀ କଳାବିହାର ତଥା ବାମାଚରଣ ମିତ୍ର ସାହିତ୍ୟ ସଂସଦ ଯାଜପୁର ତରଫରୁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ହିନ୍ଦୀ ହେଉଛି ଏକ ଇଣ୍ତୋ ଆର୍ଯ୍ୟଭାଷା । ଯାହା ଦେବନଗରୀ ଲିପିରେ ସରକାରୀ ଭାଷା ପ୍ରଚାର ଓ ପ୍ରସାର ପାଇଁ ହିନ୍ଦୀ ଦିବସ ସର୍ମପିତ । ଏହା ପାଳନ ହେବାର ମୁଖ୍ୟ କାରଣ ହେଉଛି ହିନ୍ଦୀକୁ ସରକାରୀ ଭାଷା ଭାବରେ ଅନୁମୋଦନ କରାଯାଇଥିଲା ଏହାପରେ ଏକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଓ ଏହା ୨୬ ଜାନୁୟାରୀ ୧୯୫୦ରେ ଭାରତୀୟ ସମ୍ବିଧାନର ଏକ ଅଂଶ ହୋଇଗଲା । ଏହାର ମହତ୍ତଜାଣିବା ପାଇଁ ଆମେ ପ୍ରତିବର୍ଷ ସେପ୍ଟେମ୍ବର ୧୪ରେ ହିନ୍ଦୀ ଦିବସକୁ ମନେପକାଇଥାଉ । ହିନ୍ଦୀ ଦିବସରେ ରାଷ୍ଟ୍ର ଭାଷାର ମହତ୍ତ୍ୱକୁ ଆଖି ଆଗରେ ରଖି ବିଦ୍ୟାଳୟର ନବମ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।ପ୍ରଥମେ ଚିତ୍ରାଙ୍କନ, ରଚନା ଆଉ ତା ପରେ ଭାଷଣ ଓ ସ୍ୱବାଚନ ଭଳି ପ୍ରତିଯୋଗିତା କରାଇ କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ସହ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମାନବାଧିକାର ଓ ସାମାଜିକ ନ୍ୟାୟ ମିଶନର ରାଜ୍ୟ ମୁଖ୍ୟ ସଚିବ ଦୀପକ ରଞ୍ଜନ ପାଣିଗ୍ରାହୀ ଓ ବରିଷ୍ଠ ଶିକ୍ଷାବିତ ପ୍ରଦୀପ୍ତ କୁମାର କର ଅତିଥି ଭାବେ ଯୋଗ ଦେଇ ଥିବା ସ୍ଥଳେ ସ୍କାଉଟ ମାଷ୍ଟର ଶ୍ରୀମନ୍ତ କୁମାର ରାୟ କାର୍ଯ୍ୟ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ,ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା,ଅଧ୍ୟକ୍ଷ କୋଲାଲ ମିତ୍ର,ଉପାଧ୍ୟକ୍ଷ ସୁକାନ୍ତ କୁମାର ତ୍ରିପାଠୀ, ଏକାଡେମୀକ ମୁଖ୍ୟ ବଲବୀର ସିଂ , ସୋନିଆ ବେଦୀ ଓ ଅଳ୍ପ ସଂଖ୍ୟକ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରାଯାଇଥିଲା। କଳା ବିଭାଗର ଅଧ୍ୟାପକ ଉଦୟ କୁମାର ଚିତ୍ରାଙ୍କନ ପ୍ରତିଯୋଗିତାର ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରଶାସନିକ ଅଧିକାରୀ ନିର୍ମଳ କୁମାର ରଣା ସମସ୍ତ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀ ମାନଙ୍କୁ ମେଡାଲ ଓ ସାର୍ଟିଫିକେଟ ପ୍ରଦାନ କରିଥିଲେ। ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କର ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଆଶୀର୍ବାଦ ପ୍ରଦାନ କରିଥିଲେ। ଶେଷରେ ଇତିହାସ ବିଭାଗର ଅଧ୍ୟାପକ ବିଦ୍ୟାଧର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close