ନକଲି ସାମ୍ବାଦିକ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଓଡ଼ିଶା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କୋରାପୁଟ;୦୩/୦୯ (ବ୍ୟୁରୋ): କୋରାପୁଟ ଜିଲ୍ଲାରେ ଦିନକୁ ଦିନ ନକଲି ସାମ୍ବାଦିକ ବଢ଼ିବାରେ ଲାଗିଛନ୍ତି, ଯାହାଫଳରେ ଗଣମାଧ୍ୟମ ବଦନାମ ହେବାର ଲାଗିଛି । ଏଭଳି ପରିସ୍ଥିତିରେ ଜିଲ୍ଲାରେ ନକଲି ସାମ୍ବାଦିକଙ୍କୁ ଚିହ୍ନଟ କରି ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିରେ ଓଡ଼ିଶା ସାମ୍ବାଦିକ ସଂଘ (O.J.U) ତରଫରୁ କୋରାପୁଟ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ, ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ି.ଆଇ.ଜି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କୋରାପୁଟଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଛି । ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ ଉପ ସଭାପତି ଶ୍ରୀନିବାସ ରାଓଙ୍କ ସଭାପତିତ୍ବରେ ଓଡ଼ିଶା ସାମ୍ବାଦିକ ସଂଘର ସଦସ୍ୟମାନେ ଏକତ୍ରିତ ହୋଇ ଦାବିପତ୍ର ପ୍ରଦାନ କରିଥିଲେ । ଏହା ବ୍ୟତୀତ ଜିଲ୍ଲାରେ ଥିବା ସମସ୍ତ ସାମ୍ବାଦିକ ସଂଘ ର ନେତୃବୃନ୍ଦଙ୍କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ୬ମାସ ରେ ଥରେ ବୈଠକ କରିବା ପାଇଁ ଅନୁରୋଧ କରାଯିବା ସହ ଗାଡ଼ିରେ ପ୍ରେସ ଲେଖି ଅପ ବ୍ୟବହାର କରୁଥିବା ନକଲି ସାମ୍ବାଦିକଙ୍କ ଗାଡ଼ିକୁ ଯାଞ୍ଚ କରାଯାଉ ବୋଲି ଦାବିପତ୍ର ରେ ଉଲ୍ଲେଖ ରହିଛି । ଉକ୍ତ ଦାବିପତ୍ର ପ୍ରଦାନ କରିବା ସମୟରେ ଓଡ଼ିଶା ସାମ୍ବାଦିକ ସଂଘ ର ରାଜ୍ୟ ଉପ ସଭାପତି ଶ୍ରୀନିବାସ ରାଓ ଙ୍କ ସମେତ ଜିଲ୍ଲା ସଭାପତି ଜୟସିଂ ପୋଡ଼ା ସେଠି, ସମ୍ପାଦକ ହରିଶ ପଟ୍ଟନାୟକ, ଉପ ସଭାପତି ରବିଶଙ୍କର ମହାପାତ୍ର, ଶ୍ୟାମ ଖିଲ, କୋଷାଧ୍ୟକ୍ଷ ରାଜେନ୍ଦ୍ର ଧଳ, ସହ ସମ୍ପାଦକ ସରୋଜ କୁମାର ଲେଙ୍କା, ସଦସ୍ୟ ସୁନାମ ହନ୍ତାଳ, କୃଷ୍ଣଚନ୍ଦ୍ର ଗୋଲୋରୀ,(O.J.U)ର ରାଜ୍ୟ ସଂଯୋଜକ ବିଶ୍ୱରଂଜନ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।