ଯାଜପୁରରୋଡରେ ରେଳବାଇ ଡିଭିଜନ ପାଇଁ ଦୁର୍ଗା ପୂଜା କମିଟି, କପିଳେଶ୍ୱର କଲୋନୀରେ ଦସ୍ତଖତ ଅଭିଯାନ

ବ୍ୟାସନଗର, ୨୯/୮(ଉ. ନ୍ୟୁଜ୍ ବ୍ୟୁରୋ): କିଛି ଦିନ ତଳେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାର ରାଜ୍ୟ ସଭା ସାଂସଦ ତଥା ପୂର୍ବତନ ବରିଷ୍ଠ ପ୍ରଶାସକ ଅଶ୍ୱିନୀ ବୈଷ୍ଣବ ଗୁରୁତ୍ୱପୂର୍ଣ୍ଣ ରେଳ ବିଭାଗର କ୍ୟାବିନେଟ ମନ୍ତ୍ରୀ ହେବା ପରେ ଓଡ଼ିଶାରେ ରେଳ ଭିତିଭୂମିର ବିକାଶ ପାଇଁ ବିଭିନ୍ନ ମହଲରେ ଆଶାର ସଂଚାର ହୋଇଛି । ପୂର୍ବତଟ ରେଳ ଜୋନ ଅଧିନସ୍ଥ ଯାଜପୁର-କେଉଁଝରରୋଡ଼ରେ ଏକ ନୂତନ ରେଳ ଡିଭିଜନ ଘୋଷଣା ପାଇଁ ଦାବୀ ଉଠାଇ ଦୀର୍ଘ ୩ ବର୍ଷ ଧରି ଶ୍ରମିକ ନେତା ତଥା ସାମାଜିକ କର୍ମୀ ଦୁଷ୍ମନ୍ତ କୁମାର ରାଉତଙ୍କ ନେତୃତ୍ୱରେ ଲଗାତର କାର୍ଯ୍ୟକ୍ରମ ଚଳାଇ ଆସିଥିବା ସମାଜସେବୀ, ଯୁବ ସଂଗଠକ, ଅନୁଷ୍ଠାନ, ବୁଦ୍ଧିଜିବୀମାନେ ଅଧିକ କ୍ରିୟାଶୀଳ ହୋଇଛନ୍ତି । ଶ୍ରୀ ରାଉତଙ୍କ ପ୍ରଚେଷ୍ଟାରେ ଯାଜପୁର ଜିଲ୍ଲା ଓ ଅନ୍ୟାନ ସ୍ଥାନରେ ଚାଲୁ ରହିଥିବା ଦସ୍ତଖତ ଅଭିଯାନ ଓ ସଚେତନତା ସଭା ଆଦିକୁ ଏବେ ଯୋରଦାର କରାଯାଇଥିବାର ପରିଲକ୍ଷିତ ହୋଇଛି । “ଜେଜେକେଆର ରେଲୱେ ଡିଭିଜନ କମିଟି-୧” ଓ “ଜେଜେକେଆର ରେଲୱେ ଡିଭିଜନ କମିଟି-୨” ନାମରେ ୦୨ଟି ୱାଟସପ୍ ଗ୍ରୃପ ଖୋଲାଯାଇ ଏଥିରେ ଯାଜପୁର, କେଉଁଝର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ ଆଦି ଜିଲ୍ଲା ଓ ରାଜ୍ୟର ଅନ୍ୟାନ ଅଂଚଳ ଏପରିକି ରାଜ୍ୟ ବାହାରର ବହୁ ବ୍ୟକ୍ତିବିଶେଷ ଯଥା-ରାଜନେତା, ସମାଜସେବୀ/ସାମାଜିକ କର୍ମୀ, ସାମ୍ବାଦିକ, ଓକିଲ, ସଂଗଠକ, ଶ୍ରମିକ ନେତା, ଅବସରପ୍ରାପ୍ତ କର୍ମଚାରୀ, ଅଧିକାରୀ ଆଦିଙ୍କୁ ଏଥିରେ ସାମିଲ କରାଯାଇ ସେମାନଙ୍କ ସୁଚିନ୍ତିତ ପରାମର୍ଶ ଓ ସମର୍ଥନ ସଂଗ୍ରହ କରି ଦାବୀପୂରଣ ଦିଗରେ କାର୍ଯ୍ୟ ଚାଲୁ ରହିଛି । ବହୁ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ଆଦି ମାନେ ଏହି ଦାବୀ ପୂରଣ ଦିଗରେ ଏବେ ଆଗଭର ହୋଇ ବିଭିନ୍ନ କାର୍ଯ୍ୟକ୍ରମକୁ ଆପଣେଇଛନ୍ତି । ପ୍ରତ୍ୟେକ ଦିନ କିଛି ନା କିଛି ବ୍ୟକ୍ତିବିଶେଷଙ୍କୁ ଯୋଗାଯୋଗ କରାଯାଇ ଦାବୀ ସଂର୍ପକରେ ଅବଗତ କରାଯିବା ସହ ସେମାନଙ୍କ ସହଯୋଗ କାମନା କରାଯାଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ନୂତନ ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରତ୍ୟେକଙ୍କ ଠାରୁ ୨ଟି ଲେଖାଏ ଦସ୍ତଖତ ସଂଗ୍ରହ କରାଯାଉଛି । ଖୁବ୍ ଶୀଘ୍ର ଏହି ଦାବୀପତ୍ର ପ୍ରଦାନ ପାଇଁ ଉଦ୍ୟମ ଚାଲୁ ରହିଛି ।
      ଏହି ଉପଲକ୍ଷେ ଆଜି ରବିବାର ସନ୍ଧ୍ୟାରେ ସ୍ଥାନୀୟ କପିଳେଶ୍ୱର କଲୋନୀ ସାର୍ବଜନୀନ ମା’ ଦୁର୍ଗା କମିଟି ପକ୍ଷରୁ ଏକ ସଚେତନତା ସଭା କରାଯିବା ସହ ଦାବୀ ପ୍ରତି ଦୃଢ଼ ସମର୍ଥନ ପ୍ରକାଶ କରାଯାଇଥିଲା । ଏଥିରେ ଯାଜପୁରରୋଡ ରେଳ ଡିଭିଜନ ଦାବୀ କମିଟିର ମୁଖ୍ୟ ପୁରୋଧା ଶ୍ରୀ ରାଉତ ଯୋଗ ଦେଇ ଯାଜପୁରରୋଡରେ ନୂତନ ରେଳ ଡିଭିଜନ ପ୍ରତିଷ୍ଠାର ଯଥାର୍ଥତା ଉପରେ ବିବରଣୀ ପ୍ରଦାନ କରିଥିଲେ । ଦାବୀ ପୂରଣ ଦିଗରେ ଦଳମତ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ବିଶେଷକରି ଯାଜପୁର, କେଉଁଝର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ ଆଦି ଜିଲ୍ଲାର ଜନସାଧାରଣ ଏଥିପାଇଁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ‘କପିଳେଶ୍ୱର କଲୋନୀ ସାର୍ବଜନୀନ ମା’ ଦୁର୍ଗା କମିଟି’ର ନୂତନ ସଭାପତି ଚନ୍ଦ୍ରମଣି ସାମଲ, ସାଧାରଣ ସଂପାଦକ ଗଣନାଥ ମହାରଣା, କୋଷାଧ୍ୟକ୍ଷ ପିତାମ୍ବର ଦାଶ, ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଦେବାଶିଷ ବସୁ, ଉପଦେଷ୍ଟା ଜଗନ୍ନାଥ ମହାନ୍ତି, ଉପ-ସଭାପତି କାମଦେବ ନାୟକ, ଯଶୋବନ୍ତ ବିଶୋଇ, ସହ-ସଂପାଦକ କାଶିନାଥ ପଟ୍ଟନାୟକ ଓ କାର୍ତିକ ଚନ୍ଦ୍ର ନାୟକ, ବରିଷ୍ଠ ସଭ୍ୟ ସୁବଳ ଚନ୍ଦ୍ର ସେନାପତି, ନିତ୍ୟାନନ୍ଦ ରଣା, ପ୍ରଦୀପ କୁମାର ସାମଲ, ଜାନକୀ ବଲ୍ଲଭ ଦାସ, ଲମ୍ବୋଦର ମଲ୍ଲିକ, ଅଶୋକ କୁମାର ଜେନା, ବିଜୟ କୁମାର ବରାଳ, ପ୍ରଫୁଲ୍ଲ କୁମାର ଦାସ, ସନ୍ତୋଷ କୁମାର ପୁହାଣ, ରାଧାଶ୍ୟାମ ସେଠୀ, ପ୍ରଦୀପ କୁମାର ଖୁଟିଂଆ, ଚିନ୍ମୟ ସାମଲ, ଶ୍ରୀଧର ବେହେରା ପ୍ରମୁଖ ଯୋଗ ଦେଇ ଦାବୀପୂରଣ ଦିଗରେ ସମସ୍ତେ ଲାଗି ପଡ଼ିବାକୁ ନିବେଦନ କରିଥିଲେ । କରୋନା କଟକଣା ମଧ୍ୟରେ ଏହି ଦାବୀ ପାଇଁ ଛୋଟ ଛୋଟ ସଭା କରାଯିବା ସହ ଦାବୀ ପୂରଣ ପାଇଁ ଜନ ସଚେତନତାକୁ ବ୍ୟାପକ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close