ଓଡ଼ିଶାରେ ଏଥରର ଶ୍ରାବଣ ଶୁଖିଲା; ଶେଷ ଦିନରେ ମଧ୍ୟମ ବର୍ଷା

ବ୍ୟାସନଗର, ୧୭/୦୮(ଦୁଷ୍ମନ୍ତ କୁମାର ରାଉତଙ୍କ ଠାରୁ): କଥାରେ ଅଛି ବର୍ଷା ଋତୁର ଶ୍ରାବଣ ମାସକୁ ଧାରା ଶ୍ରାବଣ ବୋଲି କୁହାଯାଏ । କାରଣ ଏହି ମାସରେ ଭାରତର ପ୍ରାୟତଃ ସବୁ ଅଂଚଳରେ ପ୍ରତ୍ୟେକ ଦିନ ବର୍ଷା ହୋଇଥାଏ । ଅଧିକାଂଶ ବେଳେ ମୁଷୂଳ ବର୍ଷାର ଧାରା ଲାଗି ରହିଥାଏ । ଅନେକ କୁହନ୍ତି ଏହି ମାସରେ ଯଦି କୈାଣସି ଦିନ ବର୍ଷା ନ ହୁଏ ତେବେ ୦୧ଲକ୍ଷ ଭରଣ ଧାନ (ଶସ୍ୟ) ଅମଳ ହ୍ରାସ ପାଇଥାଏ । ଆଷାଢ଼ ମାସରେ ଅସରା ଅସରା ବର୍ଷା ହେଉଥିବା ବେଳେ ଶ୍ରାବଣ ମାସର ଧାରା ବର୍ଷାରେ ଖରିଫ୍ ଧାନ ଓ ଅନ୍ୟାନ ଫସଲ ବେଉଷଣ ପାଇଁ ଆବଶ୍ୟକୀୟ ଜଳ ମିଳିଥାଏ । ଏପରିକି କିଛି ଦିନ ଧରି ବର୍ଷା ଲାଗି ରହିବା କାରଣରୁ ନଦୀମାନଙ୍କରେ ପ୍ରଳୟଙ୍କରୀ ବନ୍ୟା ଆସିଥାଏ । ହେଲେ ଋତୁ ଚକ୍ରରେ ବ୍ୟାପକ ପରିବର୍ତନ ଏବେ ଅନୁଭୂତ ହୁଏ । ଗ୍ରୀଷ୍ମର ପ୍ରାଦୂଭାବ ଏବେ ବହୁ ପରିମାଣରେ ବଢ଼ି ବଢ଼ି ଚାଲିଛି । ଚଳିତ ବର୍ଷା ଋତୁରେ ଏପରିକି ଶ୍ରାବଣ ମାସରେ ବର୍ଷାର ଅଭାବ ଦେଖା ଦେବା କାରଣରୁ ଓଡ଼ିଶାର ବହୁ ସ୍ଥାନରେ ନାହିଁ ନ ଥିବା ଓ ଅସହ୍ୟ ଗୁଳୁଗୁଳି ଅନୁଭୂତି ହୋଇଛି । କାଁ ଭାଁ ବର୍ଷା ହୋଇଛି । କାଳବୈଶାଖୀ ବର୍ଷା ଭଳି କେଉଁଠି ଅସରାଏ ହୋଇଛି ତ କେଉଁଠି ବର୍ଷା ସାମାନ୍ୟ ଛିଂଚି ଦେଇ ପଳାଇଛି । ଏପରିକି ବର୍ଷା ଗଛର ପତ୍ରରେ ପଡ଼ିଛି ହେଲେ ଗଛର ମୂଳକୁ ଆସିନି । ଫଳରେ ଖରିଫ୍ ଚାଷ କାର୍ଯ୍ୟ ପାଇଁ ସମୟ ବହୁ ଗଡ଼ି ଯାଇଛି । ଆଜି ଶ୍ରାବଣ ମାସର ସିଂହ ସଂକ୍ରାନ୍ତି । ଏହି ମାସର ଶେଷ ଦିନରେ କିଛି ସ୍ଥାନରେ ମଧ୍ୟମ ବର୍ଷା ହୋଇଛି । ଏଣେ ପାଣିପାଗ ବିଶେଷଜ୍ଞମାନେ ଦେଉଥିବା ଦୀର୍ଘକାଳୀନ ଭାବୀ ସୂଚନା ଅନେକାଂଶରେ ଫେଲ ମାରିଛି । ‘ସଠିକ୍ ସମୟରେ ମୈାସୁମୀ ଆସିଛି, ଏଥର ଭଲ ବର୍ଷିବ’ ସୂଚନା ବରଂ କୃଷକଙ୍କୁ ବହୁମାତ୍ରାରେ ନିରାଶ କରିଛି । ବହୁ ବେଳେ ପାଣିପାଗର ଦୀର୍ଘକାଳୀନ ସୂଚନା ଏତେଟା ସତ ହେଉ ନ ଥିବା ବେଳେ ସ୍ୱଳ୍ପକାଳୀନ ସୂଚନା ଅନେକାଂଶରେ ସତ ହୋଇଥାଏ । ଏକଥାକୁ ଅନେକ ଅଗେଂ ନିଭାଇଥାନ୍ତି । ହେଲେ ମିଡିଆରେ ଆଗରୁ ଯେଉଁଭଳି ପାଣିପାଗର ଦୀର୍ଘକାଳୀନ ସୂଚନା ବାବଦରେ କୁହାଯାଇଥାଏ ତାହା କାମ ନ କଲେ ଆଉ ରିଭ୍ୟୁ କରି କାରଣ ଉପରେ କ୍ୱଚିତ୍ କୁହାଯାଇଥାଏ । ତେଣୁ ପାଣିପାଗର ଦୀର୍ଘକାଳୀନ ସୂଚନା ଉପରେ ଏତେଟା ଯୋର ଦେଇ ବହୁ ଆଗରୁ କହିବାଟା ବାହୁଲ୍ୟ ଭଳି ମନେହୁୂଏ । ପ୍ରକୃତି ବଡ଼ ବିଚିତ୍ର । ପ୍ରକୃତି ଉପରେ ଆମର କ୍ରୂର ଆଚରଣ ଋତୁଚକ୍ରରେ ପରିବର୍ତନ ଆଣିଛି । ତା. ୦୯/୦୮/୨୦୨୧ ଜାତିସଂଘ ଜଳବାୟୁ ପରିବର୍ତନ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ୨୧୦୦ ମସିହା ବେଳକୁ ପାଣିପାଗର ପରିବର୍ତନ ପାଇଁ ପୃଥିବୀପୃଷ୍ଠରୁ ମନୁଷ୍ୟ ସମେତ ସମସ୍ତ ଜୀବଜଗତ ହଜିଯିବ । ୨୦୨୧ ମସିହାରେ ‘କରୋନା’ ବିଶ୍ୱ ମହାମାରୀ ପାଇଁ ସାରା ବିଶ୍ୱ ଥରୁଛି । ଆଉ ୭୯ ବର୍ଷ ଭିତରେ କ’ଣ ଘଟିବ, ସେ ବିଷୟରେ କହି ହେଉ ନାହିଁ ବରଂ ପ୍ରକୃତିର ହାବଭାବରୁ ଏହା ସ୍ପଷ୍ଟ କରୁଛି ଯେ, ଜୀବଜଗତକୁ ବଂଚାଇ ରଖିବା ଦିଗରେ ପ୍ରକୃତି ବୋଧହୁଏ ଆଉ ତିଷ୍ଠି ରହିବ ନାହିଁ । ପ୍ରାକୃତିକ କାରକମାନେ ସେଥିପାଇଁ ଅନିୟମିତ ହୋଇଚାଲିଛନ୍ତି ଓ ଜଳବାୟୁର ବ୍ୟାପକ ପରିବର୍ତନ ପାଇଁ ଆଜି ବିଶ୍ୱ ସମୁଦାୟ ସମ୍ମୁଖରେ ମସ୍ତବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ବଡ଼ ବଡ଼ ଦେଶମାନେ ଜାତିସଂଘର ଏହି ଚେତାବନୀରେ ଚିନ୍ତା ପ୍ରକଟ କରିବା ସହ ଆଗରୁ ମଧ୍ୟ ସେମାନେ ଏବାବଦରେ ସତର୍କ ଅଛନ୍ତି । ‘କରୋନା’ ଆମକୁ ଆଭାସ ଦେଉଛି ଯେ, ଆଗକୁ କିଭଳି ଭୟଙ୍କର ପରିସ୍ଥିତି ଆସିପାରେ! ତେଣୁ ପରସ୍ପର ଭିତରେ ହିଂସା, ଇର୍ଷା, ଦ୍ୱେଷ ଭାବ ଛାଡି ପ୍ରକୃତିର ସୁରକ୍ଷା ପାଇଁ ସମସ୍ତେ ଚିନ୍ତାଶୀଳ ହୋଇ କାର୍ଯ୍ୟ କରିବା ସହ ଯଥାସମ୍ଭବ ଶାନ୍ତିପୂର୍ଣ୍ଣ ସହବସ୍ଥାନ କରିବା ଉଚିତ୍ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close