ଗଣଶିକ୍ଷା ବିଭାଗ ପକ୍ଷରୁ ୧୧, ୪୫୦ ଶିକ୍ଷକ ପଦବୀ ପୂରଣ ନିମନ୍ତେ ପ୍ରସ୍ତୁତି

ଭୁବନେଶ୍ବର; ୧୧/୦୮( ବ୍ୟୁରୋ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ୧୧, ୪୫୦ ଶିକ୍ଷକ ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମନ୍ତ୍ରୀ ସମୀର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି । ନିଯୁକ୍ତ ହେବେ ୧୧, ୪୫୦ ଶିକ୍ଷକ । ପର୍ଯ୍ୟାୟ କ୍ରମେ ପଦ ପୂରଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ୪୬୧୯ ଶିକ୍ଷକ ପଦବୀ ପୂରଣ କରାଯିବ । ଏଠି ମଧ୍ୟରୁ ୨୦୫୫ ହୀନ୍ଦି, ୧୩୦୪ ସଂସ୍କୃତ ଏବଂ ୧୨୬୦ ପିଇଟି ପଦବୀ ପୂରଣ ହେବା ପାଇଁ ଅଗଷ୍ଟ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି କହିଛନ୍ତି ମନ୍ତ୍ରୀ । ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୬୦୬୫ TGT ଏବଂ ତେଲଗୁ ଏବଂ ତୃତୀୟ ପର୍ଯ୍ୟାୟରେ ୯୪୦ ନୂତନ ସୃଷ୍ଟି ହୋଇଥିବା TGT, କ୍ଲାସିକାଲ ଏବଂ ହୀନ୍ଦି ଶିକ୍ଷକ ନିଯୁକ୍ତି ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close