ବିଜୁ ଜନତାଦଳର ଭଦ୍ରକ ଜିଲ୍ଲା ଉପସଭାପତିଙ୍କୁ ସ୍ୱାଗତ
ଭଦ୍ରକ / ଆଗରପଡା ; ୧୦ /୦୮ (ବ୍ୟୁରୋ) : ଆଗରପଡ଼ା ଜୋନର ଜିଲ୍ଲା ପରିଷଦ ସଭ୍ୟ ପ୍ରଶାନ୍ତ କୁମାର ଦାଶ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ପଦ ଅଳଙ୍କୃତ କରିଥିବାରୁ ଆଗରପଡା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଏହି ଅବସରରେ ଶ୍ରୀ ଦାଶଙ୍କୁ ବିଭିନ୍ନ ବର୍ଗରୁ ପ୍ରଶଂସାର ସୁଅ ଛୁଟିଆସିବା ସହ ଜଇନୁଲ ଆନେଦିନ , ପ୍ରକାଶ ବିଶ୍ୱାଳ, ଆଇନଜୀବୀ ଜଗତ ମୋହନ ସିଂ,ପଞ୍ଚାୟତ ସଭାପତି ଉଦୟ ସାହୁ, ଭିସମେଶ୍ୱର ଦାଶ ପ୍ରମୁଖ ଫୁଲତୋଡ଼ା ସହ ସ୍ୱାଗତ କରିଥିଲେ।
ଏହି ସମ୍ବର୍ଦ୍ଧନାରେ ନଜରୁଲ ଇସଲାମ, ଏସ କେ ରାଜା,ଏସ କେ ଲାଲୋ , ରଜକ ଖାନ,ପ୍ରଫୁଲ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ। ଏଥିପାଇଁ ବିଧାୟକ ପ୍ରଫୁଲ୍ଲ ସାମଲ ଏବଂ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।
Live Share Market