ପ୍ରଶାସନିକ ସ୍ତରରେ ଅଦଳବଦଳ , ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳ

ଭୁବନେଶ୍ୱର; ୦୯/୦୮ ( ଜ୍ୟୋତି ରଞ୍ଜନ/ସୌଭାଗ୍ୟ ମୁଦୁଲିଙ୍କ ଠାରୁ) : ରାଜ୍ୟ ପ୍ରଶାସନିକ ସ୍ତରରେ ସାମାନ୍ୟ ଅଦଳବଦଳ କରାଯାଇଛି । ବଦଳିଛନ୍ତି ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାପାଳ। ଭଦ୍ରକ ଜିଲ୍ଲାପାଳ ଦ୍ୱାୟିତ୍ୱରେ ଥିବା ଜ୍ଞାନରଞ୍ଜନ ଦାସଙ୍କୁ ବଦଳି କରାଯାଇ ପଞ୍ଚାୟତିରାଜ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି ସରକାର । ସେହିପରି ତାଙ୍କ ସ୍ଥାନରେ ଅର୍ଥାତ ଭଦ୍ରକ ଜିଲ୍ଲାପାଳ ଭାବେ ତ୍ରିଲୋଚନ ମାଝୀଙ୍କୁ ଦ୍ୱାୟିତ୍ୱ ଦିଆଯାଇଛି। ପଞ୍ଚାୟତିରାଜ ନିର୍ଦ୍ଦେଶକ ଥିବା ଉମାକାନ୍ତ ତ୍ରିପାଠୀଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ଢେଙ୍କାନାଳ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଭୂମେଶ ଚନ୍ଦ୍ର ବେହେରାଙ୍କୁ ଆୟୁଷ ବିଭାଗ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି ଅନ୍ୟପକ୍ଷରେ ସରୋଜ କୁମାର ସେଠୀଙ୍କୁ ଢେଙ୍କାନାଳ ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି। କିଛିଦନର ଅନ୍ତର ପରେ ପୁଣିଥରେ ଆଇଏଏସ୍‌ ସ୍ତରରେ ଏଭଳି ଅଦଳ ବଦଳ କରିଛନ୍ତି ଓଡ଼ିଶା ସରକାର ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close