ବ୍ୟାସନଗରରେ ମୋବାଇଲ ଚୋରକୁ ଧରି ଲୋକେ ପୋଲିସ ଜିମା ଦେଲେ
ବ୍ୟାସନଗର,୨୧/୭(ଉ.ନ୍ୟୁଜ୍ ବ୍ୟୁରୋ): ଗତ କାଲି ମଂଗଳବାର ସକାଳ ପ୍ରାୟ ୧୦ଟା ପାଖାପାଖି ସମୟରେ ସ୍ଥାନୀୟ ଚୋରଦା- କହ୍ନେଇପୁର ମୁଖ୍ୟ ରାସ୍ତା ପାଶ୍ୱର୍ରେ ବସୁଥିବା ପରିବା ମାର୍କେଟରୁ ଜନୈକ ବ୍ୟକ୍ତି ପରିବା କିଣୁଥିବା ବେଳେ ଏହି ସମୟରେ ତାଙ୍କ ଅସାବଧାନତାର ସୁଯୋଗ ନେଇ ଜଣେ ଲୁଟେରା ଝାମ୍ପ ମାରି ତାଙ୍କ ସାର୍ଟ ଉପର ପକେଟରେ ଥିବା ମୋବାଇଲଟିକୁ ଛଡ଼ାଇ ନେଇ ପଳାଇଯାଉଥିବା ବେଳେ ଏନ.ସି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ତଥା ବରିଷ୍ଠ ସମାଜସେବୀ ଅଶ୍ୱିନୀ କୁମାର ଦାଶଙ୍କ ନଜରରେ ପଡିଯିବାରୁ ସେ ସାହାସ କରି ଚୋରକୁ ଧରି ପକାଇବା ଅନ୍ୟ ଲୋକ ଏହା ଜାଣିବା ପରେ ଚୋରଟି ଉପରେ ଅଧିକାଂଶଙ୍କ ରୋଷ ବଢ଼ିଥିଲା । ହେଲେ ଉପସ୍ଥିତ କେତେକ ବ୍ୟକ୍ତି ଏ ବାବଦରେ ପୋଲିସକୁ ଜଣାଇବା ପରେ ସ୍ଥାନୀୟ ଯାଜପୁରରୋଡ ଆଦର୍ଶ ଥାନା ପକ୍ଷରୁ ଘଟଣାସ୍ଥଳକୁ ଆସି ପୋଲିସ ଚୋରକୁ ଥାନାକୁ ନେଇ ଯାଇଥିଲେ । ଯାଜପୁରରୋଡି ଅଂଚଳରେ ମୋବାଇଲ ଚୋରି ବଢ଼ୁଥିବାର ଦେଖାଯାଉଛି । ବହୁ ଚୋର ଧରାପଡ଼ୁଥିଲେ ହେଁ ସେମାନଙ୍କ ପ୍ରକୃତି ବଦଳୁ ନ ଥିବା କୁହାଯାଉଛି ।
Live Share Market