ଭୁବନେଶ୍ୱରର ଅତିରିକ୍ତ ଶ୍ରମ ଆୟୁକ୍ତ ଯାଜପୁରର ଜେଏଲସି ଭାବେ ଅତିରିକ୍ତ ଦାୟିତ୍ୱ ନେଲେ

ଭୁବନେଶ୍ୱର/ବ୍ୟାସନଗର,୧୧ା୭(ଉ.ନ୍ୟୁଜ୍ ବ୍ୟୁରୋ): ମାତ୍ର ୦୨-୦୩ ଦିନ ମଧ୍ୟରେ ବଦଳିିଥିଲା ଶ୍ରମ ବିଭାଗର ନିର୍ଦ୍ଦେଶାନାମା । ଏକ ନିର୍ଦ୍ଦେଶାନାମା ବଳରେ ଯାଜପୁରରୋଡରେ ଅବସ୍ଥାପିତ ଯାଜପୁର ଯୁଗ୍ମ ଶ୍ରମ କମିଶନର (ଜେ.ଏଲ.ସି) ପ୍ରଦୀପ କୁମାର ମହାପାତ୍ର ଗତ ତା. ୩୦/୦୬/୨୦୨୧ରେ ଭୁବନେଶ୍ୱରର ଜେ.ଏଲ.ସି ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ଠାରୁ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ହେଲେ ପୁଣି ଅଚାନକ ତା.୦୧/୦୭ରେ ଆଉ ଏକ ନିର୍ଦ୍ଦେଶାନାମା ବଦଳରେ ଶ୍ରୀ ମହାପାତ୍ରଙ୍କୁ ଭୁବନେଶ୍ୱରର ଅତିରିକ୍ତ ଦାୟିତ୍ୱ ବଦଳରେ ସେଠାରେ ପୁର୍ଣ୍ଣକାଳୀନ ଜେଏଲସି କରାଯାଇଥିଲା । ଯାଜପୁରର ଜେଏଲସି ଦାୟିତ୍ୱ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଶ୍ରମ କମିଶନରଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଶ୍ରମ ଆୟୁକ୍ତ ଭାବେ କାର୍ଯ୍ୟରତ ଥିବା ସୁନୀଲ କୁମାର ସାହୁଙ୍କୁ ଅତିରିକ୍ତ ଭାବେ ଦାୟିତ୍ୱ ମିଳିଥିଲା । ସୁଚନାଯୋଗ୍ୟ, ଶ୍ରୀଯୁକ୍ତ ସାହୁ ଯାଜପୁରୋଡ ସ୍ଥିତ ଶ୍ରମ କାର୍ଯ୍ୟାଳୟରେ ଡି.ଏଲ.ସି ଓ ଜେ.ଏଲ.ସି ଭାବେ ଦୀର୍ଘ ୦୪ ବର୍ଷ ପାଖାପାଖି ସଫଳତାର ସହ କାର୍ଯ୍ୟ କରିଯାଇଥିଲେ । ପଦୋନ୍ନତି ପାଇ ସେ ଭୁବନେଶ୍ୱରର ଅତିରିକ୍ତ ଶ୍ରମ କମିଶନର ହୋଇଥିଲେ । ସୁଚନାଥାଉକି, ଶ୍ରୀଯୁକ୍ତ ସାହୁ ୦୯/୦୭/୨୦୨୧ ଅପରାହ୍ନରେ ଆସି ବିଦାୟୀ ଜେ.ଏଲ.ସି ଶ୍ରୀଯୁକ୍ତ ମହାପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ସାହୁଙ୍କୁ ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ବାଦଲ ମହାନ୍ତି, ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସୈାଜନ୍ୟମୂଳକ ସାକ୍ଷାତ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close