ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଧାନ କିଣା ପାଇଁ ସହଜ ପଞ୍ଜିକରଣ

ଭୁବନେଶ୍ୱର ; ୧୧/୦୭ ( ବ୍ୟୁରୋ)   : ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଖରିଫ ଧାନ କିଣା ପାଇଁ  ପଞ୍ଜୀକରଣ । ରାଜ୍ୟରେ ଧାନ କିଣା ର ସରଳ ଓ ସହଜ  ଉପାୟ ଆପଣାଇଛନ୍ତି ସରକାର  । ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ ହେବ  ବୋଲି ଆଶା ରଖାଯାଇଛି। ଜୁଲାଇ ୧୫ରୁ ଅଗଷ୍ଟ ୧୬ ଯାଏଁ ଖରିଫ ଧାନ କିଣା ପାଇଁ ଚାଲିବ ଚାଷୀ ପଞ୍ଜୀକରଣ । ଯେଉଁ ଚାଷୀ ସରକାରଙ୍କୁ ଧାନ ବିକିବେ, ସେମାନେ ସମସ୍ତ ତଥ୍ୟ ସହ ଫର୍ମ ପୂରଣ କରି ସରକାରଙ୍କ ଅନଲାଇନ୍ ବ୍ୟବସ୍ଥାରେ ପଞ୍ଜୀକରଣ କରିବେ । ପଞ୍ଜୀକରଣ ପାଇଁ ଚାଷୀଙ୍କୁ ସହଯୋଗ କରିବାକୁ ସମସ୍ତ ସମବାୟ ସମିତିରେ ହେଲ୍‌ପ ଡେସ୍କ ଖୋଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେହିପରି ସବୁ ଚାଷୀଙ୍କ ତଥ୍ୟ ଆସିଲେ ସେପ୍ଟେମ୍ବର ସୁଦ୍ଧା ପ୍ରକ୍ରିୟା ସାରି ନଭେମ୍ବର ମାସରୁ ସରକାର ଧାନ କିଣିବା ଆରମ୍ଭ କରିବେ ବୋଲି କହିଛନ୍ତି । ଜମି ମାଲିକଙ୍କ ସମ୍ମତି ଆଣି ଭାଗଚାଷୀ ମଧ୍ୟ ସରକାରଙ୍କୁ ଧାନ ବିକିପାରିବେ । ନିର୍ଭୁଲ ପଞ୍ଜୀକରଣ ପାଇଁ ଅଧିକାରୀମାନେ ଗୁରୁତ୍ୱ ଦେବାକୁ ସମବାୟ ମନ୍ତ୍ରୀ ନିର୍ଦ୍ଦେଶ ଜାରି କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close