ଅକ୍ଷୟ ତୃତୀୟାରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା, ଯାଜପୁରକୁ ଏକ ନମ୍ୱର ଜିଲ୍ଲା କରିବାକୁ ଉଦ୍ୟମ

ଯାଜପୁର,୨୩ା୦୪: ଓଡିଶା ସରକାରଙ୍କର ‘ବସୁନ୍ଧରା’ ଯୋଜନା ମାଧ୍ୟମରେ ଘରଡିହ ନ ଥିବା ପରିବାକୁ ଘରଡିହ ଯୋଗାଇବା ଏବଂ କୃଷି ଓ କୃଷକଙ୍କ ଊନ୍ନତିକଳ୍ପେ ‘କାଳିଆ’ ଯୋଜନା ଏବଂ ୨୦୨୧ ମସିହାରୁ ‘ବଳରାମ’ ଯୋଜନା ପ୍ରଣୟନ କରିଚ୍ଥନ୍ତି । କୃଷକମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବା ଏବଂ ସେମାନଙ୍କ ଜୀବନ ଶୈଳୀରେ ପରିବର୍ତନ ଆଣି ସରକାରଙ୍କର ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ମୁଖ୍ୟ ସ୍ରୋତରେ ସାମିଲ କରି ରାଜ୍ୟରେ ବିକାଶର ଧାରାକୁ ବଜାୟ ରଖିବା ପାଇଁ ରାଜ୍ୟ ସରକାର ବଦ୍ଧପରିକର । ଆଜି ଅପରାହ୍ନରେ ଯାଜପୁର ସଦର ମହକୁମା ସିତ୍ଥ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ପବିତ୍ର ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ ଅବସରରେ ଆଭାଷୀ ମାଧ୍ୟମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି) ଚାଷୀ ଓ କୃଷକମାନଙ୍କୁ ଶୁଭେଚ୍ଚ୍ଥା ଜଣାଇବା ସହ ଯାଜପୁର ବ୍ଳ୍‌କରେ ବସୁନ୍ଧରା ଯୋଜନାରେ ୧୭ ଜଣ ହିତାଧିକାରୀଙ୍କୁ ଜମି ପଟା ଏବଂ ୪୧ ଗୋଟି (ଔଖଏ) ମିଳିତ ଦେୟ ଗୋଷ୍ଠୀଙ୍କୁ ବଳରାମ ଯୋଜନାରେ ୨୧ ଲକ୍ଷ ଜିବୀକା ନିର୍ବାହ ରାଶି ପ୍ରଦାନ କରି ସେମାନଙ୍କର ଉତ୍ତରୋତ୍ତର କାମନା କରିବା ସହ ଯାଜପୁର ଜିଲ୍ଳ୍‌ା ସଦର ବ୍ଳ୍‌କରେ ଏଭଳି ଗ୍ରହଣ କରାଯାଇଥିବା ବଳରାମ ପାଇଲଟ୍ ଯୋଜନା ଯାଜପୁର ଜିଲ୍ଲାକୁ କୃଷି, କୃଷକ ସଶକ୍ତିକରଣରେ ଜିଲ୍ଲାକୁ ଏକ ନମ୍ୱର ରେ ଗଢି ତୋଳିବା ସହ ସମଗ୍ର ରାଜ୍ୟରେ ଦୃଷ୍ଟାନ୍ତ ସୃଷ୍ଟି କରିବ ବୋଲି ସେ ପ୍ରକାଶ କରିଥିଲେ ।
                     ଏହି କାର୍ଯକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପୈାରାଧ୍ୟକ୍ଷ, ଯାଜପୁର ପୈାର ପରିଷଦ ତଥା ବିଧାୟକଙ୍କ ପ୍ରତିନିଧି ଭବ ପ୍ର୍‌ସାଦ ଦାସ (ଲଲ) ସମାରୋହରେ ଯୋଗଦେଇଥିବା ବେଳେ ସମସ୍ତ ପ୍ୟାକ୍ସର ସଭାପତି, ସଂପାଦକ ଏବଂ କୃଷକ ସାଥୀ ମଞ୍ଚଚାସୀନ ଅତିଥିମାନଙ୍କୁ ଅକ୍ଷୟ ତୃତୀୟ ଦିବସର ଶୁଭେଚ୍ଚ୍ଥା ଓ ଅଭିନନ୍ଦନ ଜଣାଇବା ସହ କାଳିଆ ଯୋଜନା, ବସୁନ୍ଧରା ଯୋଜନା ଏବଂ ବଳରାମ ଯୋଜନାରେ ହିତାଧିକାରୀମାନେ ଯେଭଳି ବିଶେଷ ଭାବେ ଉପକୃତ ହେବେ ସେ ସମ୍ୱନ୍ଧରେ ସରକାରୀ ଅଧିକାରୀ ଏବଂ ଜନ ପ୍ରତିନିଧି ସହଯୋଗ କରିବାରକୁ ପରାମର୍ଶ ଦେଇଥିଲେ ।
         ସମାରୋହରେ ଅନ୍ୟତମ ଅତିଥି ଭାବେ ବିଡିଓ, ଯାଜପୁର ସୈାରଭ ଚକ୍ରବର୍ତ୍ତୀ ଯୋଗଦେଇ କହିଲେ ଯେ, ଆଗାମୀ ମଇ ମାସ ସୁଦ୍ଧା ଯାଜପୁର ବ୍ଳ୍‌କରେ ବଳରାମ ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଗ୍ରହଣ କରାଯାଇ ୨୦୦ ଗୋଟି ମିଳିତ ଦେୟ ଗୋଷ୍ଠୀ ଗଠନ କରାଯାଇ କୃଷି ଓ କୃଷକ ଉନ୍ନତି (ଭାଗ ଚାଷୀ) ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଅଚ୍ଥି । ଆଜିର ଏହି ପକ୍ଷୟ ତୃତୀୟ କୃଷକ ଦିବସ ପାଳନ ଅବସରରେ ବଡ ସୁଆରର ସୁନିଲ କୁମାର ଦାସ, ରୁଦ୍ରପୁରର ଅନିଲ କୁମାର ନାୟକ ଏବଂ ମହେଶ୍ୱରପୁରର ମୋହନ ସୁନ୍ଦର ରାଉତକୁ ଶ୍ରେଷ୍ଠ କୃଷକ ସାଥୀ ସମ୍ୱର୍ଦ୍ଧନା ଭାବେ ଅତିଥିମାନେ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଚ୍ଥ ପ୍ରଦାନ କରିଥିଲେ । ସେହିପରି ପ୍ୟାକ୍ସର ଶ୍ରେଷ୍‌ଠ ସଭାପତି ଭାବେ ବରୁହାଁର ବ୍ରଜ କିଶୋର ପାଢୀ, ମାର୍କଣ୍ଡପୁରର ବିନୋଦ ବିହାରୀ ନାୟକ ଏବଂ ରୁଦ୍ରପୁରର ଜଳଧର ସାହୁଙ୍କୁ ସମ୍ୱର୍ଦ୍ଧିôତ କରାଯାଇଥିଲା । ଆଜିର ଅକ୍ଷୟ ତୃତୀୟା କୃଷକ ଦିବସ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ବିଜୟ କୁମାର ଦଳାଇ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କମଳଲୋଚନ ନାୟକ, ଅଗ୍ରଣୀ ବ୍ୟାଙ୍କ ପରିଚାଳକ ମନୋଜ କୁମାର ପ୍ରଧାନ, ସହକାରୀ ନିବନ୍ଧକ, ସମବାୟ ସମତିତି ଶରତ ମଲ୍ଳ୍‌ିକ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପରିଚାଳକ ସୁଚିତ୍ରା ସାହୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାଜଦୁଲାରୀ ସାହୁ, ଅତିରିକ୍ତ ତହସିଲଦାର, ଯାଜପୁର ପ୍ରମୁଖ ମଞ୍ଚାସୀନ ଥିବାବେଳେ ବ୍ଳକ କୃଷି ଅଧିକାରୀ, ଯାଜପୁର ପରେଶ ପଣ୍ଡା ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close