ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଦିନିକିଆ ଯାଜପୁର ଜିଲ୍ଳା ଗସ୍ତ; ଗୋପାଳପୁର ଓ ଚକଗୋପାଳପୁର ବିରଜା ହସ୍ତତନ୍ତ କମ୍ପାନୀର ପରିଦର୍ଶନ

ଯାଜପୁର, ୧୬ା୦୬(ଉ. ନ୍ୟୁଜ୍ ବ୍ୟୁରୋ): ଗତ ବୁଧବାର ତା. ୧୪/୬ ପହିଲି ରଜ ପୂର୍ବାହ୍ନରେ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏକ ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ରସୁଲପୁର ବ୍ଳ୍‌କ ଅଧିନ ଗୋପାଳପୁର ଓ ଚକଗୋପାଳପୁର ଗ୍ରାମରେ ଜାତୀୟ କୃଷି ଓ ଗ୍ରାମ୍ୟ ଊନ୍ନୟନ ବ୍ୟାଙ୍କ (ନାବାର୍ଡ) ସହାୟତା ଓ ସଦସ୍ୟ/ସଦସ୍ୟାମାନଙ୍କ ଅଂଶ ଧନ ରାଶି ବିନିଯୋଗରେ ଏବଂ ନେତାଜୀ ଯୁବକ ସଂଘ ପରିଚାଳନାରେ କାର୍ଯ୍ୟ କରୁଥିବା ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ପରିଦର୍ଶନ କରି ବୁଣାକାରମାନଙ୍କ ସହ ବିଭିନ୍ନ କାର୍ଯ୍ୟକ୍ରମ ସମ୍ୱନ୍ଧରେ ପଚାରି ବୁଝିବା ସହ ଜିଲ୍ଳ୍‌ାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ସହ ବିରଜା ହସ୍ତତନ୍ତ ଊତ୍ପାଦକ କମ୍ପାନୀର ଆନୁସଙ୍ଗିକ ଭିତ୍ତିଭୂମି ସୁଦୃଢୀକରଣ ଦିଗରେ ବିସ୍ତୃତ ଆଲୋଚନା କରିଥିଲେ । ପ୍ରକାଶଥାଉକି, ଗୋପାଳପୁର ରାଜ୍ୟର ଏକ ଟସର ବୁଣାକାର କେନ୍ଦ୍ର ଭାବେ ଦୀର୍ଘ ବର୍ଷ ଧରି ବେଶ ପ୍ରସିଦ୍ଧି ଲାଭ କରିଚ୍ଥି । ଗୋପାଳପୁରର ହସ୍ତତନ୍ତ କାରୁକାର୍ଯ୍ୟ ଅତି ପୁରାତନ ଏବଂ ଘରେ ଘରେ ଗ୍ରାମର ଲୋକମାନେ ଅନେକ ବର୍ଷ ଧରି ପ୍ରାୟ ୩ ଶହ ପରିବାରର ୨ ହଜାର ବୁଣାକାର ଟସର ସୂତାରେ ନିର୍ମିତ ଶାଢୀ, ଷ୍ଟଲ, କୁର୍ତ୍ତୀ, ଲୁଙ୍ଗି, ବେଡସିଟ୍‌, ଶାଲ, ଧୋତି ଏବଂ ବିଭିନ୍ନ ପ୍ରକାରର ଅଙ୍ଗ ବସ୍ତ୍ର ଆଦି ହସ୍ତତନ୍ତ ସାମୁହିକ ଉତ୍ପାଦ ପ୍ରସ୍ତୁତ କରି ସେମାନଙ୍କର ପରିବାର ଭରଣ ପୋଷଣ କରିଆସୁଚ୍ଥନ୍ତି । ଦେଶୀୟ ଢଙ୍ଗରେ ଏବଂ ଏକତା ବୁଣାକାର ପଦ୍ଧତିରେ ଖାଣ୍ଟି ଟସର ଓ ଅହିଂସା ସୂତାରେ, ଏକତା କୁମ୍ଭ ବର୍ଡର ଏବଂ ଚିକ୍କଣ ଧଡି ଶାଢୀଗୁଡିକ ସହ ଅନ୍ୟାନ୍ୟ ବସ୍ତ୍ର ବେଶ୍ ଆକର୍ଷଣୀୟ ଅଟେ । ବୁଣାକାରମାନଙ୍କର ଟସର ହସ୍ତତନ୍ତ ସାମୁହିକ କଳାର ବିକାଶ ନିମନ୍ତେ ଏବଂ କମ୍ ଖର୍ଚ୍ଚରେ କିଭଳି ଆଧୁନିକ ଯନ୍ତ୍ରପାତି ମାଧ୍ୟମରେ କମ୍ ସମୟ ମଧ୍ୟରେ ଅଧିକ ଉତ୍ପାଦ ପ୍ରସ୍ତୁତ କରି ବଜାର ବିପଣନ କ୍ଷେତ୍ର ପ୍ରସ୍ତୁତ କରାଯାଇପାରିବ ଏବଂ ସୁକିନ୍ଦା ଟସର ଉତ୍ପାଦନ କେନ୍ଦ୍ରରୁ କିଭଳି ଟସର ଯୋଗାଇ ଦିଆଯାଇପାରିବ ସେ ସମ୍ୱନ୍ଧରେ ଜିଲ୍ଳ୍‌ାପାଳ ତଥା ଜିଲ୍ଳ୍‌ା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ପ୍ରଥମେ ୨୦୨୧-୨୨ ଆର୍ଥିକ ବର୍ଷ ସେପ୍ଟେମ୍ୱର ମାସରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋ୍‌ଇଥିଲା । ବର୍ତ୍ତାମାନ ଏହି କମ୍ପାନୀରେ ୩୫୦ ସଭ୍ୟ ସଭ୍ୟା ଅନ୍ତର୍ଭୁକ୍ତ ଥିବାବେଳେ ଜାତୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ (ନାବାର୍ଡ) ତରପଂରୁ ୫୦ ଲକ୍ଷ ଟଙ୍କାର ଅର୍ଥ ରାଶି ଅନୁଦାନ ଦିଆଯାଇଚ୍ଥି । କମ୍ପାନୀ ତରପଂରୁ ବିଭିନ୍ନ ପ୍ରକାର ଟ୍ରେନିଂ ଯଥା- ରଙ୍ଗ ଦେବା, ଡିଜାଇନ କାଟିବା, ସିଲାଇ, ଜାକଡ ଏବଂ ଜବି ଆଦି ଉପରେ ୧୫୦ ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୦ ଜଣ ଊତ୍କୃଷ୍ଟ ତାଲିମାର୍ଥିମାନେ ବର୍ତ୍ତମାନ ନିୟୋଜିତ ଅଚ୍ଥନ୍ତି । ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନୀକୁ ସୁଦୃଢୀକରଣ ନିମନ୍ତେ ଟସର ଅଭାବର ପୂରଣ, ବିପଣନ ବ୍ୟବସ୍ଥା, ଏହାର କାର୍ଯ୍ୟକ୍ଷେତ୍ରକୁ ବୃଦ୍ଧି କରାଇବା, ସାମୁହିକ ସହାୟକ କେନ୍ଦ୍ର କାର୍ଯ୍ୟକାରିତା କରିବା ଦିଗରେ ଜିଲ୍ଳାପାଳ ଗୁରୁତ୍ୱାରୋପ କରିଥିବା ବେଳେ ମୁଖ୍ୟ ମହାପ୍ରବନ୍ଧକ, ନାବାର୍ଡ (ସି.ଜି.ଏମ.) ଉଦୟ ଭାଷ୍କର ପ୍ରକଳ୍ପର ବିଭିନ୍ନ ଦିଗ ସମ୍ୱନ୍ଧରେ ଏବଂ ହସ୍ତତନ୍ତ ଶିଳ୍ପକୁ ପ୍ରୋତ୍ସାହନ ଦିଗରେ ନାବାର୍ଡ କିପରି କାର୍ଯ୍ୟ କରୁଚ୍ଥି ସେ ସମ୍ୱନ୍ଧରେ ମୁଖ୍ୟ ଶାସନ ସଚିବଙ୍କୁ ଅବଗତ କରାଇଥିଲେ ।
ଏହି ଅବସରରେ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଜେନା ଯାଜପୁର ଜିଲ୍ଲାର ହସ୍ତତନ୍ତ ଶିଳ୍ପ ବେଶ୍ ପ୍ରସିଦ୍ଧିଲାଭ କରିଥିବାରୁ ବୁଣାକାରମାନଙ୍କୁ ସାଧୁବାଦ ଜଣାଇବା ସହ ଏହି ଶିଳ୍ପକୁ ଅଧିକରୁ ଅଧିକ ପରିଚିତ କରାଇବା ନିମନ୍ତେ ସୁରାଟ ଏବଂ ଆସାମରେ ହସ୍ତତନ୍ତ ତାଲିମ ପ୍ରଦାନ କରିବା ଊପରେ ସେ ନାବାର୍ଡ କର୍ମକର୍ତ୍ତା ଓ ଜିଲ୍ଳ୍‌ାପାଳଙ୍କୁ ପରାମର୍ଶ ଦେବା ସହ ଗୋପାଳପୁର ଓ ଚକଗୋପାଳପୁର କାରୁକାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିଥିଲେ ଓ ଊଭୟ ଗ୍ରାମର ବୁଣାକାରମାନଙ୍କୁ ସଂପୂର୍ଣ୍ଣ ସ୍ୱାବଲମ୍ୱି କରିବା ଦିଗରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବେ ବୋଲି ପ୍ରକାଶ କରିଥିଲେ ।
    ମୁଖ୍ୟ ଶାସନ ସଚିବଙ୍କ ଏହି ପରିଦର୍ଶନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଭିନୀତ ଅଗ୍ରୱାଲ, ଊପ-ସାଧାରଣ ପରିଚାଳକ(ଡିଜିଏମ୍‌) କମଳ ପଟ୍ଟନାୟକ, ଜିଲ୍ଲା ଉନ୍ନୟନ ପରିଚାଳକ (ଡିଡିଏମ୍‌) ସୁବ୍ରତ କୁମାର ସାହୁ, ନେତାଜୀ ଯୁବକ ସଂଘ ସଭାପତି ହରେକୃଷ୍ଣ ନାୟକ, ସଂପାଦକ ବିଶ୍ୱମ୍ୱର ସାହୁ, ସଂଯୋଜିକା ବୀଣାପାଣି ମଙ୍ଗଳା ଏବଂ ରସୁଲପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଅବନୀକାନ୍ତ ସାହୁଙ୍କ ସମେତ ବହୁ ଅଧିକାରୀ ଯୋଗ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close