ନିଯୁକ୍ତି ପାଇଁ ହେବ ପ୍ରବେଶିକା ପରୀକ୍ଷା , ପୂରଣ ହେବ ଖାଲି ପଡ଼ିଥିବା ୧୦ ହଜାର ହାଇସ୍କୁଲ ଶିକ୍ଷକ ପଦ

ଭୁବନେଶ୍ୱର  ; ୦୮/୦୭ ( ଜ୍ୟୋତି ରଞ୍ଜନଙ୍କ ଠାରୁ) : ଶିକ୍ଷକ ନିଯୁକ୍ତି ପାଇଁ ହେବ ପ୍ରବେଶିକା ପରୀକ୍ଷା । ରାଜ୍ୟରେ ପୂରଣ ହେବ ଖାଲି ପଡ଼ିଥିବା ୧୦ ହଜାର ହାଇସ୍କୁଲ ଶିକ୍ଷକ ପଦବୀ । ନିଯୁକ୍ତି ପାଇବେ ୬ ହଜାର ଟିଜିଟି, ୪ ହଜାର ୪୪୫ ହିନ୍ଦୀ, ସଂସ୍କୃତ ଓ ଖେଳ ଶିକ୍ଷକ । ଏନେଇ ଆଗାମୀ ଦିନରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ତେବେ ପ୍ରଥମ ଥର ପାଇଁ ଏତେ ଶିକ୍ଷକଙ୍କୁ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଚୟନ କରାଯିବ । ଏହି ପ୍ରବେଶିକା ପରୀକ୍ଷା ସିବିଟି (କମ୍ପ୍ୟୁଟର ବେସଡ୍‌ ଟେଷ୍ଟ) ମାଧ୍ୟମରେ ହେବ । ସିବିଟି ମାଧ୍ୟମରେ ପରୀକ୍ଷା କରିବା ଲାଗି ଏକ ସ୍ବତନ୍ତ୍ର ସଂସ୍ଥାକୁ ନିୟୋଜିତ କରାଯିବ ଏବଂ ପରୀକ୍ଷା ଫଳ ଆଧାରରେ ଶିକ୍ଷକମାନେ ନିଯୁକ୍ତି ପାଇବେ । ପୂର୍ବରୁ ଯେତେଥର ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇଛି ତାହା ଯୋଗ୍ୟତା ତଥା କ୍ୟାରିଅର ମାର୍କିଂ ଆଧାରରେ କରାଯାଇଛି ।‌ ତେବେ ଏଥର ପ୍ରବେଶିକା ପରୀକ୍ଷା ମାଧ୍ୟମରେ ଶିକ୍ଷକ ନିଯୁକ୍ତି ଓଡ଼ିଶା ଇତିହାସରେ ପ୍ରଥମ ଘଟଣା ‌ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ସଙ୍କଟ ଦେଖାଦେଇଛି । ଗତ ୫ ବର୍ଷ ହେଲା ନିଯୁକ୍ତି ପ୍ରକ୍ରିୟା ହୋଇ ନ ଥିବାରୁ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ଆଦି ବହୁ ଶିକ୍ଷକ ପଦ ଖାଲିପଡ଼ିଛି । ୨୦୧୬ରେ ହିନ୍ଦୀ, ସଂସ୍କୃତ, ପିଇଟି ଓ ୨୦୧୯-୨୦ରେ ଟିଜିଟିକୁ ମିଶାଇ ମୋଟ ୨୭୪୦ ପଦ ଲାଗି ନିଯୁକ୍ତି ପ୍ରକ୍ରିୟା ହୋଇଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୩୦୦ ଜଣ ନିଯୁକ୍ତ ହୋଇଥିଲେ । ସେବେଠାରୁ ଆଉ ନିଯୁକ୍ତି ହୋଇ ନ ଥିବାରୁ ଦିନକୁ ଦିନ ଖାଲି ଶିକ୍ଷକ ପଦ ବଢ଼ିବଢ଼ି ଚାଲିଛି । ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଫେବ୍ରୁଆରି ପହିଲା ସୁଦ୍ଧା ରାଜ୍ୟରେ ୧୨ ହଜାର ୫୦୦ ହିନ୍ଦୀ, ସଂସ୍କୃତ, ପିଇଟି ଓ ଟିଜିଟି ପଦ ଖାଲି ରହିଛି । ତାହାକୁ ନଜରରେ ରଖି ଏବଂ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହୁଏ ସେଥିପାଇଁ ତୁରନ୍ତ ପଦ ପୂରଣ କରିବାକୁ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close