ଦୀର୍ଘ ୦୬ ଘଂଟା ପାଖାପାଖି ଚୋରଦା ସେକ୍‌ସନରେ ବିଦ୍ୟୁତ୍ କାଟ, ଉପଭୋକ୍ତା ହନ୍ତସନ୍ତ

ବ୍ୟାସନଗର,୦୪ା୭(ଉ.ନ୍ୟୁଜ୍ ବ୍ୟୁରୋ): ଆଜି ଦିନ ପ୍ରାୟ ୨ଟା ୩୦ମି ପାଖାପାଖି ସମୟରୁ ଯାଜପୁରରୋଡ ବିଦ୍ୟୁତ୍ ଡିଭିଜନ ଅର୍ନ୍ତଗତ ଚୋରଦା ସେକ୍‌ସନରେ ବିଜୁଳି କାଟ ହେବା ଫଳରେ ଅଦ୍ୟାବଧି ରାତ୍ର ୦୮ଟା ୩୦ମି ପର୍ଯ୍ୟନ୍ତ ଲାଇନ ଆସି ନ ଥିବାରୁ ଉପଭୋକ୍ତାମାନେ ନାହିଁ ନ ଥିବା ହଇରାଣ ହୋଇଛନ୍ତି । ରାସ୍ତାଘାଟ ସବୁ ଅନ୍ଧକାରମୟ ହୋଇଛି । ବିଜୁଳି କାଟ ସଂର୍ପକରେ ଅଧିକ୍ଷଣ ଯନ୍ତ୍ରୀ ତପନ କୁମାର ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି, ତୃଟି (ମେଜର ଫଲ୍ଟ) ପାଇଁ ଲାଇନ କଟିଛି । ଆଉ ଅଳ୍ପ ସମୟ ୨୦ରୁ ୩୦ ମିନିଟ୍ ସମୟ ମଧ୍ୟରେ ବିଜୁଳି ଆସିଯିବ । ଏହି ବିଜୁଳି କାଟ ଯୋଗୁ ସାପଗଡିଆ, ସବରେଜେଷ୍ଟ୍ରି ଅଫିସ ପାଖ, କହ୍ନେଇପୁର, ପଦ୍ମପୁର, ପ୍ରିୟଦର୍ଶୀନି ରୋଡ ଆଦି ବିସ୍ତିର୍ଣ୍ଣ ଇଲାକା ପ୍ରାୟ ୬ ଘଂଟା ହେଲା ଅନ୍ଧକାରମୟ ଅଛି । ଏପର୍ଯ୍ୟନ୍ତ ତ୍ରୃଟି କେଉଁଠି ଘଟିଛି ତାହାକୁ ଧରି ପାରି ନ ଥିବା ଜଣାଯାଇଛି । ସାପଗଡିଆ ଅଂଚଳରେ ଏହି ତ୍ରୃଟି ଘଟିଥିବା କୁହାଯାଉଛି । ପଳତଃ ବିଜୁଳି ଯୋଗାଣ ବ୍ୟାହାତ ହେବାରେ ଲାଗିଛି । ବର୍ଷ ବର୍ଷ ଧରି ‘ସିଷ୍ଟମ ଡେଭେଳପ୍‌ମେଂଟ’ ନାଁରେ କୋଟି କୋଟି ଟଙ୍କା ଆସୁଥିଲେ ମଧ୍ୟ ଏଠାରେ ବିଦ୍ୟୁତ୍ ସଂସ୍କାର ହେବା ଭଳି ଲାଗୁ ନାହିଁ । ଅଧିକାରୀମାନେ ତଳିଆ କର୍ମଚାରୀଙ୍କ ଉପରେ ବହୁ କିଛି ଦାୟିତ୍ୱ ଛାଡି ଦେଇ ନିୟମିତ ଲାଇନ ତଦାରଖ ନ କରିବା ଫଳରେ ବାରମ୍ବାର ଏପରି ତୃଟି ଘଟୁଛି ବୋଲି ଅଭିଯୋଗ ହେଉଛି । ବିଦ୍ୟୁତ୍ ଯୋଗାଣ ଅଂଚଳକୁ ଛୋଟ ଛୋଟ ପ୍ୟାଚ୍‌ରେ ବିଭକ୍ତ ନ କରିବା ଫଳରେ ଗୋଟିଏ ଜାଗାରେ ତ୍ରୃଟି ଘଟିଲେ ବିରାଟ ଅଂଚଳ ଏଥିପାଇଁ ପ୍ରଭାବିତ ହେଉଛି । ଯାହାହେଉ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କ କହିବା ମୁତାବକ ରାତ୍ର ୮ଟା ୩୫ ମି. ସମୟରୁ ବିଜୁଳି ଚଳାଚଳ ସ୍ୱାଭାବିକ ହୋଇଛି

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close