ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ‘ଭାରତ ରତ୍ନ’ ଦିଆଯାଉ -ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ; ୦୪/୦୭ ( ବ୍ୟୁରୋ) : ଦୀର୍ଘଦିନ ଧରି ମହାମାରୀ କରୋନା ନିଜର କାୟା ବିସ୍ତାର କରି ଚାଲିଥିବା ସ୍ଥଳେ କରୋନା ଯୋଦ୍ଧା ସାଜି ଲୋକଙ୍କ ସେବାରେ ନିୟୋଜିତ ରହି ଅନେକ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ ପ୍ରାଣ ହରାଇଛନ୍ତି। କରୋନା ବିରୋଧରେ ଲଢେଇ କରି ପ୍ରାଣ ହରାଇଥିବା ଭାରତୀୟ ଡାକ୍ତର ତଥା ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ‘ଭାରତ ରତ୍ନ’ ଦିଆଯାଉ ବୋଲି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ଟୁଇଟ କରି କେଜ୍ରିୱାଲ କହିଛନ୍ତି ଯେ ଫ୍ରଣ୍ଟଲାଇନ ଡ୍ୟୁଟିରେ ଥାଇ ପ୍ରାଣ ହରାଇଥିବା ଡାକ୍ତରଙ୍କ ପାଇଁ ‘ଭାରତ ରତ୍ନ’ ହିଁ ପ୍ରକୃତ ଶ୍ରଦ୍ଧାଞ୍ଜଳି । ଚଳିତ ବର୍ଷ ଭାରତୀୟ ଡାକ୍ତର ‘ଭାରତ ରତ୍ନ’ ପାଇବା ଉଚିତ୍। ଭାରତର ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉ। ସହିଦ ଡାକ୍ତରଙ୍କ ପାଇଁ ଏହା ଏକ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ଯେଉଁମାନେ ସେମାନଙ୍କ ଜୀବନକୁ ପାଣି ଛଡାଇ ନିରନ୍ତର ସେବା ଯୋଗାଉଥିଲେ ଏହା ସେମାନଙ୍କ ପାଇଁ ନିହାତି ପକ୍ଷରେ ସମ୍ମାନ ହେବା ସହ ସମଗ୍ର ଦେଶ ଖୁସି ହେବ ବୋଲି କେଜ୍ରିୱାଲ ଟ୍ୱିଟ କରି କହିଛନ୍ତି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ତଥ୍ୟରୁ ଜଣାପଡିଛି ଯେ ଦ୍ୱିତୀୟ ଲହର ସମୟରେ ପ୍ରାୟ ୭୩୦ ଡାକ୍ତର କରୋନାଭାଇରସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇଛନ୍ତି। ତଥ୍ୟରେ ଦର୍ଶାଯାଇଛି ଯେ ବିହାରରେ ସର୍ବାଧିକ ୧୧୫ ମୃତ୍ୟୁ ଘଟିଛି, ଦିଲ୍ଲୀ ରେ ୧୦୯, ଉତ୍ତରପ୍ରଦେଶ ରେ ୭୯, ପଶ୍ଚିମବଙ୍ଗ ରେ ୬୨, ରାଜସ୍ଥାନରେ ୪୩,ଝାଡ଼ଖଣ୍ଡ ରେ ୩୯, ଏବଂ ଆନ୍ଧ୍ରପ୍ରଦେଶ ୩୮ ରେ ପହଞ୍ଚିଛି। କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ ପ୍ରତ୍ୟେକ ସ୍ୱାସ୍ଥ୍ୟକର୍ମୀ ଭାରତୀୟଙ୍କୁ ‘ଭାରତ ରତ୍ନ’ ପ୍ରଦାନ କରାଯାଉ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close