Page Not Found

This Page Does Not Exist

Sorry, the page you are looking for could not be found. It's just an accident that was not intentional.

ଓଡ଼ିଶାରେ ବିଜେପି ସରକାର ଗଠନ କଲେ ବି ବିଜେଡି ସହ ସଂର୍ପକ ଏତେଟା ତିକ୍ତ ହୋଇ ନ ପାରେ !

ଯାଜପୁର/ଭୁବନେଶ୍ୱର,୦୮/୦୬(ଉ. ନ୍ୟୁଜ୍ ବ୍ୟୁରୋ): ଓଡ଼ିଶାରେ ନିର୍ବାଚନ ଫଳାଫଳ ଯାହା ଆସିଛି ସେଥିରେ ବିଜେପି ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ମୋଟ ୧୪୭ ବିଧାନସଭା ସିଟ୍‌ରୁ ଏକାକୀ ୭୮ଟି ଦଖଲ କରି ବହୁମତର ଅଳ୍ପ ଆଗରେ ରହି ସରକାର ଗଢ଼ିବାକୁ ଯାଉଛି । ମୋଦିଙ୍କ ନିର୍ବାଚନ ପ୍ରଚାର ସମୟର କଥା ଅନୁଯାୟୀ ରାଜ୍ୟରେ ଆଗାମୀ ୧୦ ତାରିଖ ସୋମବାର ଦିନ ବିଜେପି ସରକାର ଗଠନ ହେବ ଏବଂ ନୂଆ ମୁଖ୍ୟ ମନ୍ତ୍ରୀଙ୍କ ସମେତ ମନ୍ତ୍ରୀମଣ୍ଡଣ ଘୋଷିତ ହେବ । ସେଥିପାଇଁ ଭୁବନେଶ୍ୱରର ଜନତା ମଇଦାନ ସଜେଇ ହେଉଛି । ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରୀୟ ନେତା ଏଥିରେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ୫୧ଟି ଆସନ ଜିତି ବିଜେଡି ୨ୟ ସ୍ଥାନ ହାସଲ ସହ ମୁଖ୍ୟ ବିରୋଧି ଆସନରେ ବସିବା ସାର ହୋଇଛି । ହେଲେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ଯେ, କେନ୍ଦ୍ରରେ ବିଜେପି ଆସନ୍ତା କାଲି ସରକାର ଗଠନ କରିବାକୁ ଯାଉଥିବା ବେଳେ ଏନଡିଏ ମେଂଟର ଅଂଶୀଦାର ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି, ନିତୀଶ କୁମାରଙ୍କ ଜେଡିୟୁ ଆଦିଙ୍କ ଚାପରେ ରହିବ । ରାଜ୍ୟସଭାରେ ବିଲ ପାସ ପାଇଁ ବିଭିନ୍ନ ଦଳଙ୍କ ସହଯୋଗ ଲୋଡିବ । ଏହି କ୍ରମରେ ଦେଖିବାକୁ ଗଲେ ବିଜେଡିର ରାଜ୍ୟସଭାରେ ଏବେ ୦୭ ଜଣ ସାଂସଦ ରହିଛନ୍ତି । ଲୋକସଭାରେ ଏଥର ଜଣେ ହେଲେ ବି ବିଜେଡି ସାଂସଦ ନ ଥିଲେ ମଧ୍ୟ ରାଜ୍ୟସଭାରେ ଥିବା ୦୭ଜଣ ବିଜେଡି ସାଂସଦ ବିଜେପି ସରକାର ପାଇଁ ଯଥେଷ୍ଟ କାମରେ ଆସିବାର ଆବଶ୍ୟକତା ରହିଛି । ଏହାଛଡ଼ା ମୋଦି ନବୀନ ବାବୁଙ୍କୁ ଖୁବ୍ ଭଲ ପାଆନ୍ତି । ରାଜ୍ୟରେ ବିଜେଡି ସହ ମେଂଟ ପାଇଁ ସେ ଆଗଭର ଥିବା ବେଳେ ଭୁଲ ବୁଝାମଣା ପାଇଁ ମେଂଟ ଯୋଜନା ଶେଷ ମୂହୁର୍ତ୍ତରେ ଭାଙ୍ଗିଯାଇଥିଲା । ବିଜେଡି ମଧ୍ୟ ୫୧ ଆସନ ପାଇ ସମ୍ମାନଜନକ ସ୍ଥିତିରେ ଅଛି । ଅଧିକ ଆତ୍ମବିଶ୍ୱାସ ଓ ରାଜ୍ୟରେ ମୋଦିଙ୍କ ଲହର ଯୋଗୁ ଅବଶ୍ୟ ରାଜ୍ୟରେ ବିଜେଡିକୁ ହାର ମାନିବାକୁ ପଡିଛି! ହେଲେ ନବୀନଙ୍କ ପ୍ରତି ଅଧିକାଂଶ ଓଡ଼ିଆଙ୍କ ଭଲ ପାଇବା ସେ ହାରିବାର କେଇଟା ଦିନ ମଧ୍ୟରେ ଜଣାପଡିଯାଇଛି । ବହୁ ଲୋକ ଏବେ ତାଙ୍କ ପାଇଁ କାନ୍ଦୁଛନ୍ତି । ମୋଦି ତାଙ୍କ ମାଆ ଏବଂ ଓଡ଼ିଶାର ଆରାଧ୍ୟା ଦେବତା ତଥା ବିଶ୍ୱର ଦେବତା ଜଗନ୍ନାଥଙ୍କୁ ଖୁବ୍ ଭଲ ପାଆନ୍ତି । ଏଥିପାଇଁ ତାଙ୍କର ଓଡ଼ିଶା ପ୍ରତି ସବୁବେଳେ ସମ୍ମାନ ଅଧିକ ଦେଖାଦେଇଥାଏ । ରାଜ୍ୟରେ ବିଜେଡ଼ି ହାରିଲେ ସୁଦ୍ଧା ସେ ନବୀନଙ୍କ ସହ ସୁସଂର୍ପକ ରଖିବେ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ଯୋର ଧରିଛି । ଏପରିକି ବିଜେଡି ଯଦି ୩-୪ଟି ସାଂସଦ ପହ ହାସଲ କରିଥାନ୍ତା ତେବେ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ ପଦରେ ଲୋକେ ଦେଖିଥାନ୍ତେ । ମାତ୍ର ତାହା ବି ହେଲାନି । ବିଜେଡି ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା ପରେ ବି ରାଜ୍ୟସଭାର ୦୭ଜଣ ସାଂସଦଙ୍କ ପାଇଁ ବିଜେଡି ସହ କେନ୍ଦ୍ର ସରକାରଙ୍କ ସଂର୍ପକ ଭଲ ରହିପାରେ ବୋଲି କୁଯାଯାଉଛି । ତାଛଡ଼ା ବିଜେପି ଓ ବିଜେଡି ମିଶି ରାଜ୍ୟର ସବୁ ଭୋଟ ପୋଛି ନେଇଥିବା ବେଳେ ବିଜେପିର ମୁଖ୍ୟ ବିରୋଧି କଂଗ୍ରେସ ମାଟି କାମୁଡି ପଡିଲା । ବିଜେଡିକୁ ଛାଡି ଦେଲେ ଏହା ଯଦି କଂଗ୍ରେସ ସହ ମେଂଟ କରେ ତେବେ ଜାତୀୟ ରାଜନୀତିରେ ଆଗାମୀ ଦିନରେ ବିଜେପି ପାଇଁ ଏହା ମହଙ୍ଗା ସାବ୍ୟସ୍ତ ହେବ । ବିଜେଡି ପଛେ ନିଜେ ନ ଜିତୁ ହେଲେ ରାଜ୍ୟର ୨୧ ଳୋକସଭା ଆସନ ମଧ୍ୟରୁ ୨୦ଟିରେ ବିଜେପିକୁ ଜିତାଇବାରେ ପରୋକ୍ଷ ସାହାଯ୍ୟ କରିଛି । ନୋଚେତ୍ କଂଗ୍ରେସ ଆଉ କିଛି ଆସନ ପାଇଥାନ୍ତା! ମାତ୍ର ଭବିଷ୍ୟତ କହିବ ଆଗକୁ ବିଜେପି-ବିଜେଡିର ସଂର୍ପକ କ’ଣ ହେବାକୁ ଯାଉଛି । ରାଜ୍ୟସଭାରେ ଥିବା ବିଜେଡିର ସାଂସଦମାନେ ହେଲେ:-
     ନାମ                                ଦଳ                              କାର୍ଯ୍ୟକାଳ ଶେଷ
୧) ମାନସ ରଂଜନ ମଙ୍ଗରାଜ         ବିଜେଡି                          ୦୨/୦୪/୨୦୨୮
୨) ସୁଜିତ କୁମାର                     ବିଜେଡି                          ୦୨/୦୪/୨୦୨୬
୩) ମୁନ୍ନା ଖାଁ                           ବିଜେଡି                          ୦୨/୦୪/୨୦୨୬
୪) ମମତା ମହନ୍ତ                     ବିଜେଡି                          ୦୨/୦୪/୨୦୨୬
୫) ସସ୍ମିତ୍ ପାତ୍ର                        ବିଜେଡି                         ୦୧/୦୭/୨୦୨୮
୬) ସୁଲତା ଦେଓ                      ବିଜେଡି                          ୦୧/୦୭/୨୦୨୮
୭) ନିରଞ୍ଜନ ବିଶି                     ବିଜେଡି                          ୦୨/୦୪/୨୦୨୬

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close