ଯାଜପୁରରେ ଲୋକ ସଂପର୍କ ବିଭାଗ କର୍ମଚାରୀଙ୍କୁ ଅବସର ସମ୍ୱର୍ଦ୍ଧନା

ଯାଜପୁର, ୦୧ା୭: ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଯାଜପୁର ଅଧୀନରେ ଥିବା ସୂଚନା କେନ୍ଦ୍ର ଓ ପାଠାଗାରର ଗ୍ରନ୍ଥାଗାରିକ ପ୍ରଭାତ କୁମାର ପଣ୍ଡା ଗତକାଲି ବୁଧବାର ସରକାରୀ କାର୍ଯ୍ୟରୁ ଅବସର ନେଇଚ୍ଥନ୍ତି । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ତାଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ପ୍ରଦାନ କରିଥିଲେ । ଏହି ଅବସରରେ ଯାଜପୁର ପ୍ରେସ୍ କ୍ଳ୍‌ବ ପକ୍ଷରୁ ମଧ୍ୟ ଶ୍ରୀ ପଣ୍ଡାଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିଲା । ଏ ସଂପର୍କରେ ଏକ ବୈଠକ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଅନୁିଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସେଠୀ ଶ୍ରୀ ପଣ୍ଡାଙ୍କର ନିଷ୍ଠାପର ଓ ଉତ୍ସର୍ଗୀକୃତ କାର୍ଯ୍ୟ ଶୈଳୀ ବିଭାଗକୁ ଅନେକ ସହଯୋଗ ଦେଇଚ୍ଥି ଓ ବିଭାଗର ସୁନାମ ବୃଦ୍ଧିରେ ସହାୟକ ହୋଇଚ୍ଥି ବୋଲି କହିବା ସହ ତାଙ୍କର ଅବସରକାଳୀନ ଜୀବନ ସୁସ୍ଥ ଓ ନିରାମୟ ହେଊ ବୋଲି କାମନା କରିଥିଲେ । ପ୍ରେସ୍ କ୍ଳବର ସଭାପତି ରାଜୀବ ମହାନ୍ତି, କାର୍ଯ୍ୟ ନିର୍ବାହୀ ସଭାପତି ଆଦିତ୍ୟ ମେକାପ୍ ଓ ଊପସଭାପତି ଦିଲିପ କୁମାର ଦାସ ଯୋଗଦେଇ ଶ୍ରୀ ପଣ୍ଡାଙ୍କର କାର୍ଯ୍ୟ ବେଶ ପ୍ରଶଂସନୀୟ ଥିଲା ବୋଲି କହିବା ସହ ତାଙ୍କର ଅବସର ଜୀବନ ସୁଖମୟ, ନିରାମୟ ହେଊ ବୋଲି କାମନା କରିିଥିଲେ । ଅନ୍ୟ ସମସ୍ତ କର୍ମଚାରୀମାନେ ତାଙ୍କର ଅମାୟିକ ବ୍ୟବହାର ଓ ଆନ୍ତରିକ କାର୍ଯ୍ୟ ପରିଚାଳନାକୁ ପ୍ରଶଂସା କରିଥିଲେ । ନିଜ ଅଭିଜ୍ଞତାକୁ ବର୍ଣ୍ଣନା କରି ଶ୍ରୀ ପଣ୍ଡା ନିଜ ଚାକିରୀରେ ବେଶ ସନ୍ତୁଷ୍ଟ ଓ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ସହ ସୁସଂପର୍କ ତାଙ୍କୁ ଭଲ କାମ କରିବାକୁ ପ୍ରେରଣା ଦେଇଥିଲା ବୋଲି କହିଥିଲେ । ଏଥିରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀ ମିନତୀ ଦାଶ, ସୁବ୍ରତ କୁମାର କାନୁନ୍‌ଗୋ, ନିତ୍ୟାନନ୍ଦ ନାୟକ, ସରୋଜ କୁମାର ଶତପଥୀ, ସୁରେନ୍ଦ୍ର ନାଥ ସାହୁ, ସତ୍ୟଜିତ୍ ନାୟକ, ସାନ୍ତନୁ କୁମାର ସାହୁ, ରତିକାନ୍ତ ମହାନ୍ତି, ରବିନ୍ଦ୍ର କୁମାର ଦାସ, ବାରୁଣୀ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ବିଦାୟ କାଳୀନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃୃତି ବିଭାଗ କର୍ମଚାରୀ ବିନୋଦ କୁମାର ସିଂ ସିଙ୍କୁ, ଦୀପ୍ତିମୟୀ ଜେନା, ସୁଶାନ୍ତ କୁମାର ଗୋଚ୍ଚ୍ଥାୟତ ପ୍ରମୁଖ ଉପସ୍ଥିତ ଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close