ବ୍ୟାସନଗର ପୋୖରାଞ୍ଚଳ ଅନ୍ତର୍ଗତ ୱାର୍ଡ ନ-୩ ରେ ଚିହ୍ନଟ କୋଭିଡ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ

ବ୍ୟାସନଗର ;୨୮/୦୬ ( ବ୍ୟୁରୋ) : ଯାଜପୁର ଜିଲ୍ଲା ବ୍ୟାସନଗର ପୋୖରାଞ୍ଚଳରେ କୋଭିଡ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଥିବା ଅଭିଯୋଗ ସାମ୍ନାକୁ ଆସିଛି । କୋଭିଡ ଭଳି ମହାମାରୀ ସମୟରେ ସରକାର ତରଫରୁ ତୀକ୍ଷ୍ଣ ନଜର ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସ୍ଥଳେ ଦାଇତ୍ଵରେ ଥିବା ଅଧିକାରୀଙ୍କ ଦାଇତ୍ଵ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କୁଆଡେ ଗଲା ସ୍ୱାସ୍ଥ୍ୟ ବିଭାଗ କୁଆଡେ ଗଲା ସରକାରୀ ଅଧିକାରୀଙ୍କ ତୀକ୍ଷ୍ଣ ନଜର । ସାଧାରଣ କ୍ଷେତ୍ରରେ ଏହା ପ୍ରଶ୍ନସୂଚକ ହୋଇଛି । ସୂଚନାନୁଯାୟୀ ୱାର୍ଡ ନମ୍ବର-୩ ରେ ଗୋଟିଏ ପରିସରରେ ଏକାବେଳକେ ୬ଜଣ କୋଭିଡ ପଜିଟିଭ (ଦୀପକ ରଞ୍ଜନ ପାଣିଗ୍ରାହୀ, ରଶ୍ମିତା ମିଶ୍ର, ସୁଜାତା ରାଉତ, କୁମୁଦ ଚନ୍ଦ୍ର ରାଉତ, ଦୀପ୍ତି ମୟୀ ନାୟକ, ଆଦିତ୍ୟଂଶୁ ନାୟକ ) ବହାରିଥିବା ବେଳେ ଆଜକୁ ପ୍ରାୟ ୧୧ ଦିନ ହେବାକୁ ବସିଥିବା ସ୍ଥଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ନା କୌଣସି ଫୋନ ନା ଦାୟିତ୍ୱରେ ଥିବା କୌଣସି ଅଶାକର୍ମୀଙ୍କ ଦେଖା। ବ୍ୟାସନଗର ଭଳି ପରିଚିତ ପୋୖରାଞ୍ଚଳରେ ଏଭଳି ଅବ୍ୟବସ୍ଥା ଚର୍ଚ୍ଚାର ବିଷୟ ହୋଇଛି । ରୋଗୀ ସୁସ୍ଥ ଅଛନ୍ତି କି କରୋନାରେ ପ୍ରାଣ ହରାଇଛନ୍ତି ଏହାର କୌଣସି ଖୋଜ ଖବର ପୋୖରାଞ୍ଚଳର ଅଧିକାରୀଙ୍କ ପାଖରେ ନାହିଁ। ବ୍ୟାସନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡିକାଲ ଅଧିକାରୀଙ୍କ ପାଖରେ ମଧ୍ୟ ଏହାର ଉତ୍ତର ନାହିଁ । ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ ଯଦି ଆଗାମୀ ଦିନରେ ଏଭଳି ରୁହେ କଣ ହେବ ଲୋକଙ୍କ ଅବସ୍ଥା। ଖାଲି ୫ ଦିନ ପାଇଁ ମେଡ଼ିସିନ ଦେଇ ରୋଗୀଙ୍କୁ ଘରକୁ ବିଦା କରିଦେଲେ ଦାଇତ୍ଵ ସରିଯାଏନି। ରୋଗୀ ଭଲ ହେବା ପର୍ଯ୍ୟନ୍ତ ତାଙ୍କର ସମସ୍ତ ଖବର ବୁଝିବା ସ୍ୱାସ୍ଥ୍ୟ ବିଭାଗର ଦାୟିତ୍ୱ। ଖାଲି କୋଭିଡ ସଂଖ୍ୟା ପ୍ରଚାର କରିଦେଲେ କଥା ସାରି ଯାଏନି। ଏଭଳି ବ୍ୟବସ୍ଥା ଲାଗି ରହିଲେ ଲୋକଙ୍କର ସରକାରୀ ସୁବିଧା ଓ ସ୍ୱାସ୍ଥ୍ୟ ବିଭାଗ ପ୍ରତି ବିଶ୍ଵାସ ତୁଟି ଯିବାର ସମ୍ଭାବନା ରହିଛି। ସରକାରୀ ସ୍ୱାସ୍ଥ୍ୟ ବିଭାଗ ଏଥି ପ୍ରତି ଧ୍ୟାନ ଦେବା ଦରକାର। ଏ ନେଇ ରାଜ୍ୟ ମାନବାଧିକାର ମୁଖ୍ୟ ସଚିବ ସରକାରଙ୍କୁ ଟୁଇଟ କରି  ସ୍ୱାସ୍ଥ୍ୟ ସେବାର ବ୍ୟତିକ୍ରମ ନେଇ ଅବଗତ କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close